Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବେଲଗୁଣ୍ଠା ଠାକୁରାଣୀ ଯାତ୍ରାରେ ଅତିଥିଙ୍କୁ ମର୍ଯ୍ୟାଦା ପ୍ରଦାନରେ ଗାମୁଛାର ଗୁରୁତ୍ୱ

ବେଲଗୁଣ୍ଠା: କଥାରେ ଅଛି ଅତିଥି ଦେବୋ ଭବ ଅର୍ଥାତ୍ ଅତିଥି ଦେବତା ସମାନ ।ଆଉ ଅତିଥିଙ୍କୁ ସମ୍ମାନ କରିବା ପ୍ରତ୍ୟେକଙ୍କ ପରମ କର୍ତ୍ତବ୍ୟ ।ଆଉ ଏହି ଆତିଥ୍ୟସେବା ସମ୍ପୁର୍ଣ୍ଣ ରୁପେ ବାରି ପଡେ ବେଲଗୁଣ୍ଠା ମାଁ ବ୍ରାହ୍ମଣ ଦେବୀ ଯାତ୍ରା ମହୋତ୍ସବରେ ।ଏହି ଦ୍ୱିବାର୍ଷିକ ଯାତ୍ରା ଅବସରରେ ମାଁ ବ୍ରାହ୍ମଣ ଦେବୀ ନଗର ପରିକ୍ରମା କରିଥାନ୍ତି । ବେଲଗୁଣ୍ଠା ସହରର ବିଭିନ୍ନ ସାହି, ବ୍ୟକ୍ତି ବିଶେଷ ଓ ଅନୁଷ୍ଠାନ ତରଫରୁ ମାଁ ଙ୍କ ନଗର ପରିକ୍ରମା ଅତି ଆଡ଼ମ୍ବର ସହକାରେ ବାଣ ପଟୁଆର ସହିତ କରଯାଇଥାଏ ।ନଗର ପରିକ୍ରମା ଦିନ ପ୍ରତ୍ୟେକ ନଗର ପରିକ୍ରମା କରାଉଥିବା ସାହି ତରଫରୁ ଯାତ୍ରା କମିଟି, ବିଭିନ୍ନ ବ୍ୟକ୍ତି ବିଶେଷଙ୍କୁ ମାଁ ଙ୍କ ବରଣ ଶୋଭାଯାତ୍ରାରେ ଭାଗ ନେବା ପାଇଁ ଅତିଥି ରୂପେ ନିମନ୍ତ୍ରଣ କରାଯାଇଥାଏ । ଏବଂ ସେମାନେ ପହଞ୍ଚିବା ପରେ କର୍ତ୍ତା ସାଜିଥିବା ସାହି ତରଫରୁ ସେମାନଙ୍କୁ ମର୍ଯ୍ୟାଦା ଭାବେ ଗାମୁଛା ତଥା ଉପଢ଼ୌକନ ଦେଇ ସମ୍ମାନ ପ୍ରଦାନ କରାଯାଇଥାଏ ।

ବେଲଗୁଣ୍ଠା ସହରର ଆତିଥ୍ୟସେବାରେ ଗାମୁଛା ର ମୂଲ୍ୟ ଯେ ଏତେ ଗୁରୁତ୍ୱପୂର୍ଣ୍ଣ ତାହା ଏଥିରୁ ଜଣାପଡିଥାଏ । ଶୋଭାଯାତ୍ରାରେ ଶତାଧିକ ଲୋକଙ୍କ ବେକରେ ଉପଢ଼ୌକନ ସୌନ୍ଦର୍ଯ୍ୟତା ଭରି ଦେଇଥାଏ । କେବଳ ଯାତ୍ରା ନୁହେଁ ବେଲଗୁଣ୍ଠା ସହରର ଯେ କୌଣସି ଉତ୍ସବ ହେଲେ ବି ଅତିଥି ଚର୍ଚା ପାଇଁ ଗାମୁଛା ଲୋଡା ପଡେ ।ଆଉ ଓଡ଼ିଶାରେ ଏହି ଗାମୁଛା ପରମ୍ପରା ବେଲଗୁଣ୍ଠା ସହରରୁ ଆରମ୍ଭ ହୋଇଛି ବୋଲି ମଧ୍ୟ କିଛି ବୁଦ୍ଧିଜୀବି କହନ୍ତି ।ଆଉ ବର୍ତ୍ତମାନ ଏହା ବେଲଗୁଣ୍ଠାରୁ ଆରମ୍ଭ ହୋଇ ଓଡ଼ିଶାର କୋଣ ଅନୁକୋଣ ଏ ପରିକି ରାଜଧାନୀ ରେ ମଧ୍ୟ ପରମ୍ପରାରେ ପରିଣତ ହେଲାଣି ବୋଲି କହିଲେ ଅତ୍ୟୁକ୍ତି ହେବ ନାହିଁ ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ