Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଇରାନରେ ଭାରତର ନୂଆ ରାଜଦୂତ ହେଲେ ବିଶ୍ୱେସ ନେଗୀ; ରଣନୀତିକ ସମ୍ପର୍କ ମଜଭୁତ କରିବା ଉପରେ ରହିବ ନଜର

ନୂଆଦିଲ୍ଲୀ: ଭାରତ ସରକାର ୨୦୦୨ ବ୍ୟାଚ୍‌ର ଭାରତୀୟ ବିଦେଶ ସେବା (IFS) ଅଧିକାରୀ ବିଶ୍ୱେସ ନେଗୀଙ୍କୁ ଇରାନରେ ଭାରତର ପରବର୍ତ୍ତୀ ରାଜଦୂତ ଭାବେ ନିଯୁକ୍ତ କରିଛନ୍ତି। ବିଦେଶ ମନ୍ତ୍ରାଳୟ ସୋମବାର ଏକ ସରକାରୀ ବୟାନ ଜାରି କରି ଏହି ସୂଚନା ଦେଇଛି। ବର୍ତ୍ତମାନ ବିଶ୍ୱେସ ନେଗୀ ନୂଆଦିଲ୍ଲୀସ୍ଥିତ ବିଦେଶ ମନ୍ତ୍ରାଳୟରେ ଯୁଗ୍ମ ସଚିବ ଭାବେ କାର୍ଯ୍ୟରତ ଥିବାବେଳେ ସେ ଖୁବ୍‌ଶୀଘ୍ର ଇରାନର ରାଜଧାନୀ ତେହେରାନରେ ନିଜର ନୂଆ ଦାୟିତ୍ୱ ଗ୍ରହଣ କରିବେ।

ଭାରତ ଓ ଇରାନ ମଧ୍ୟରେ ରଣନୀତିକ ଏବଂ ବ୍ୟାପାରିକ ସମ୍ପର୍କ ଗୁରୁତ୍ୱପୂର୍ଣ୍ଣ ପର୍ଯ୍ୟାୟରେ ଥିବା ସମୟରେ ଏହି ନିଯୁକ୍ତିକୁ ବେଶ୍ ଗୁରୁତ୍ୱପୂର୍ଣ୍ଣ ବୋଲି ଦେଖାଯାଉଛି। ପଶ୍ଚିମ ଏସିଆରେ ବଢୁଥିବା ଭୂ-ରାଜନୈତିକ ଉତ୍ତେଜନା ମଧ୍ୟରେ ହର୍ମୁଜ ପ୍ରଣାଳୀରେ ଭାରତୀୟ ବାଣିଜ୍ୟିକ ଜାହାଜ ଏବଂ ଭାରତୀୟ ନାବିକଙ୍କ ସୁରକ୍ଷା ଭାରତ ପାଇଁ ପ୍ରମୁଖ ପ୍ରାଥମିକତା ପାଲଟିଛି। ଏହି ପରିସ୍ଥିତିରେ ଉଭୟ ଦେଶ ମଧ୍ୟରେ ସମନ୍ୱୟ ଓ କୂଟନୈତିକ ସହଯୋଗ ବୃଦ୍ଧିରେ ବିଶ୍ୱେସ ନେଗୀଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ରହିବ।

ନିଜର ଦୀର୍ଘ କୂଟନୈତିକ ଜୀବନରେ ବିଶ୍ୱେସ ନେଗୀ ଭାରତ ସରକାରଙ୍କ ବିଭିନ୍ନ ମନ୍ତ୍ରାଳୟ ଏବଂ ବିଦେଶୀ ମିଶନରେ ଦାୟିତ୍ୱ ନିର୍ବାହ କରିଛନ୍ତି। ସେ ପ୍ରତିରକ୍ଷା ମନ୍ତ୍ରାଳୟରେ ଯୁଗ୍ମ ସଚିବ ଭାବେ କାର୍ଯ୍ୟ କରିଥିବା ବେଳେ ଭାରତ-ଆମେରିକା ପ୍ରତିରକ୍ଷା ସହଯୋଗ, ରଣନୀତିକ ସମ୍ପର୍କ ଏବଂ ସୁରକ୍ଷା ନୀତି ସମ୍ପର୍କିତ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ କାମ କରିଛନ୍ତି। ତାଙ୍କ ଅଭିଜ୍ଞତା ଭାରତ-ଇରାନ ସମ୍ପର୍କକୁ ଆହୁରି ସୁଦୃଢ଼ କରିବାରେ ସହାୟକ ହେବ ବୋଲି ଆଶା କରାଯାଉଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ