Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

WhatsApp ବ୍ୟବହାରକାରୀଙ୍କୁ ବଡ଼ ଝଟକା! ଭାରତ ସମେତ ବିଭିନ୍ନ ଦେଶର ଅନେକ ଆକାଉଣ୍ଟ ‘ଅଣ୍ଡର ରିଭ୍ୟୁ’, ୨୪ ଘଣ୍ଟା ପାଇଁ ବନ୍ଦ ହେଲା ସେବା

ନୂଆଦିଲ୍ଲୀ: ଲୋକପ୍ରିୟ ମେସେଜିଂ ଆପ୍ WhatsApp ସୋମବାର ଭାରତ ସମେତ ବିଭିନ୍ନ ଦେଶର ଅନେକ ବ୍ୟବହାରକାରୀଙ୍କ ଆକାଉଣ୍ଟକୁ ହଠାତ୍ ‘Under Review’ରେ ରଖି ସମସ୍ତ ସେବାକୁ ସାମୟିକ ଭାବେ ବନ୍ଦ କରିଦେଇଛି। କୌଣସି ସୂଚନା ବିନା ଏଭଳି ପଦକ୍ଷେପ ନିଆଯାଇଥିବାରୁ ଅନେକ ୟୁଜର୍ ସୋସିଆଲ ମିଡିଆରେ ଅସନ୍ତୋଷ ପ୍ରକାଶ କରିଛନ୍ତି। ପ୍ରଭାବିତ ଆକାଉଣ୍ଟଗୁଡ଼ିକୁ ସାଧାରଣତଃ ୨୪ ଘଣ୍ଟା ପର୍ଯ୍ୟନ୍ତ ସମୀକ୍ଷା ଅଧୀନରେ ରଖାଯାଉଛି।

WhatsApp ଖୋଲିବା ପରେ ପ୍ରଭାବିତ ୟୁଜର୍ମାନଙ୍କ ସ୍କ୍ରିନ୍‌ରେ “Account in review” ବାର୍ତ୍ତା ଦେଖାଯାଉଛି। ସେଥିରେ ଉଲ୍ଲେଖ ରହିଛି ଯେ, ବ୍ୟବହାରକାରୀଙ୍କ ଆକାଉଣ୍ଟ କାର୍ଯ୍ୟକଳାପ ଓ ଡିଭାଇସ୍ ସୂଚନାକୁ WhatsAppର ସେବା ନିୟମ ଅନୁଯାୟୀ ଯାଞ୍ଚ କରାଯାଉଛି ଏବଂ ସାଧାରଣତଃ ୨୪ ଘଣ୍ଟା ମଧ୍ୟରେ ଫଳାଫଳ ଜଣାଇ ଦିଆଯିବ। ଏହି ସମୟ ମଧ୍ୟରେ ୟୁଜର୍ମାନେ ମେସେଜ୍ ପଠାଇବା, ଗ୍ରହଣ କରିବା କିମ୍ବା ଅନ୍ୟ କୌଣସି WhatsApp ସେବା ବ୍ୟବହାର କରିପାରୁନାହାନ୍ତି।

ଘଟଣାକୁ ନେଇ WhatsAppର ଜଣେ ମୁଖପାତ୍ର କହିଛନ୍ତି ଯେ, ସେବାର ଦୁରୁପଯୋଗ ରୋକିବା ଏବଂ ଅନ୍ୟ ବ୍ୟବହାରକାରୀଙ୍କ ସୁରକ୍ଷା ପାଇଁ କମ୍ପାନୀ ନିରନ୍ତର କାମ କରୁଛି। କେବେ କେବେ ଏହି ପ୍ରକ୍ରିୟାରେ ଭୁଲବଶତଃ କିଛି ଆକାଉଣ୍ଟ ପ୍ରଭାବିତ ହୋଇପାରେ, ଯଦି ଏପରି ହୁଏ ତେବେ କମ୍ପାନୀ ଶୀଘ୍ର ସମାଧାନ କରି ୟୁଜର୍ମାନଙ୍କୁ ପୁଣିଥରେ ସେବା ସହ ଯୋଡ଼ିବାକୁ ପ୍ରୟାସ କରେ। ଏପରି ସ୍ଥିତିରେ ପ୍ରଭାବିତ ବ୍ୟବହାରକାରୀଙ୍କୁ ଧୈର୍ଯ୍ୟ ଧରି ଅପିଲ୍ ପ୍ରକ୍ରିୟା ସମ୍ପୂର୍ଣ୍ଣ ହେବା ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପରାମର୍ଶ ଦିଆଯାଇଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories