Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ତାମିଲନାଡୁ ରାଜନୀତିରେ ହାଇଡ୍ରାମା! ତ୍ରିଶାଙ୍କ ବିରୁଦ୍ଧରେ ବିବାଦୀୟ ମନ୍ତବ୍ୟ ଦେଇ ଗିରଫ ହେଲେ ଉଦୟନିଧି ଷ୍ଟାଲିନ

ଚେନ୍ନାଇ: ଅଭିନେତ୍ରୀ ତ୍ରିଶାଙ୍କୁ ନେଇ ବିବାଦୀୟ ମନ୍ତବ୍ୟ ଦେବା ପରେ ତାମିଲନାଡୁ ବିଧାନସଭାର ବିରୋଧୀ ଦଳ ନେତା ଉଦୟନିଧି ଷ୍ଟାଲିନଙ୍କୁ ମଙ୍ଗଳବାର ସକାଳେ ତାଙ୍କ ବାସଭବନରୁ ପୋଲିସ ଗିରଫ କରିଛି। ଗିରଫ ବେଳେ ଉଦୟନିଧି ହସୁଥିବା ଦେଖାଯାଇଥିଲେ ଏବଂ କହିଥିଲେ ଯେ, ସେ ଏହି ଗିରଫକୁ “ପରିହାସ” ଭାବେ ନେଉଛନ୍ତି ଓ ଆଇନଗତ ଭାବେ ଏହାର ମୁକାବିଲା କରିବେ। ଅନ୍ୟପକ୍ଷରେ DMK ଏହି ଗିରଫକୁ “ରାଜନୈତିକ ପ୍ରତିହିଂସା” ବୋଲି ଅଭିହିତ କରିଛି।

ସୋମବାର କାଭେରୀ ଜଳ ବିବାଦକୁ ନେଇ ତଞ୍ଜାଭୁରରେ ଆୟୋଜିତ ଏକ ପ୍ରତିବାଦ ସଭାରେ ଉଦୟନିଧି ମୁଖ୍ୟମନ୍ତ୍ରୀ ଜୋସେଫ ବିଜୟଙ୍କୁ ସମାଲୋଚନା କରୁଥିବା ବେଳେ ଜନତାଙ୍କ ମଧ୍ୟରୁ “ତ୍ରିଶା, ତ୍ରିଶା” ନାରା ଶୁଭିଥିଲା । ଏହା ପରେ ସେ ଅଭିନେତ୍ରୀଙ୍କୁ ଉଦ୍ଦେଶ୍ୟ କରି ଦ୍ୱିଅର୍ଥବୋଧକ ଏବଂ ଅଶୋଭନୀୟ ମନ୍ତବ୍ୟ ଦେଇଥିବା ଅଭିଯୋଗ ହୋଇଥିଲା। ଏହି ମନ୍ତବ୍ୟକୁ ନେଇ TVK କଡ଼ା ବିରୋଧ କରିବା ସହ ଜାତୀୟ ମହିଳା କମିଶନ (NCW)ରେ ଅଭିଯୋଗ କରିଥିଲା ଏବଂ ପୋଲିସରେ ମଧ୍ୟ ଏତଲା ଦାଖଲ କରିଥିଲା।

TVK ଅଭିଯୋଗ କରିଛି ଯେ, ଉଦୟନିଧିଙ୍କ ମନ୍ତବ୍ୟ ଜଣେ ମହିଳାଙ୍କ ପ୍ରତି ଅପମାନଜନକ ଓ ସାର୍ବଜନିକ ମଞ୍ଚରେ ମହିଳାଙ୍କୁ ବସ୍ତୁ ଭଳି ଉପସ୍ଥାପନ କରିବାର ପ୍ରବୃତ୍ତିକୁ ପ୍ରୋତ୍ସାହନ ଦେଉଛି। TVK ନେତା ଆମେରିକାଇ ନାରାୟଣନ କହିଛନ୍ତି ଯେ, ଉଦୟନିଧିଙ୍କୁ TVK କିମ୍ବା ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ କହିବା ପାଇଁ ନୁହେଁ, ବରଂ ଜଣେ ମହିଳାଙ୍କୁ ଅପମାନ କରିବା ପାଇଁ ଗିରଫ କରାଯାଇଛି। ସେପଟେ ତାମିଲନାଡୁ BJP ମଧ୍ୟ ଉଦୟନିଧିଙ୍କ ଗିରଫ ଦାବି କରିଥିଲା। ଏହି ଘଟଣା ପରେ ତାମିଲନାଡୁର ରାଜନୀତି ଏବେ ଆହୁରି ସରଗରମ ହୋଇପଡ଼ିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories