Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଡିସେମ୍ବରରେ ବାଂଲାଦେଶ ଫେରିବେ ଶେଖ ହସିନା! ‘ଫେରିଲେ ଫାଶି’ ଦାବି କଲେ ଛାତ୍ର ନେତା ନାହିଦ ଇସଲାମ

ବାଂଲାଦେଶ: ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସିନା ଚଳିତ ବର୍ଷ ଡିସେମ୍ବର ସୁଦ୍ଧା ଦେଶକୁ ଫେରିବାକୁ ଇଚ୍ଛା ପ୍ରକାଶ କରିବା ପରେ ସେଠାର ନୂଆ ବିବାଦ ଆରମ୍ଭ ହୋଇଛି । ଏହାକୁ ନେଇ ନ୍ୟାସନାଲ ସିଟିଜେନ୍ ପାର୍ଟି (NCP)ର କନ୍ଭେନର ତଥା ଛାତ୍ର ନେତା ନାହିଦ ଇସଲାମ କଡ଼ା ପ୍ରତିକ୍ରିୟା ପ୍ରକାଶ କରିଛନ୍ତି । ଢାକାର ଏକ କାର୍ଯ୍ୟକ୍ରମରେ ସେ କହିଛନ୍ତି ଯେ, ଶେଖ ହସିନା ବାଂଲାଦେଶ ଫେରିଲେ ତାଙ୍କୁ ବିମାନବନ୍ଦରରୁ ସିଧା ଫାଶି ମଞ୍ଚକୁ ନିଆଯିବା ଉଚିତ୍। ଏହି ମନ୍ତବ୍ୟକୁ ନେଇ ବାଂଲାଦେଶରେ ରାଜନୈତିକ ଚର୍ଚ୍ଚା ଜୋର ଧରିଛି।

ନାହିଦ ଇସଲାମ କହିଛନ୍ତି ଯେ, ୨୦୨୪ର ଜୁଲାଇ ଜନଆନ୍ଦୋଳନ କୌଣସି ବ୍ୟକ୍ତିଙ୍କୁ କ୍ଷମତାରେ ବସାଇବା ପାଇଁ ହୋଇନଥିଲା, ବରଂ ଦୁର୍ନୀତି, ସ୍ୱେଚ୍ଛାଚାର ଏବଂ ଚାନ୍ଦାବାଜି ଭଳି ବ୍ୟବସ୍ଥାକୁ ସ୍ଥାୟୀ ଭାବେ ଶେଷ କରିବା ଏହାର ମୂଳ ଉଦ୍ଦେଶ୍ୟ ଥିଲା। ସେ ଦାବି କରିଛନ୍ତି ଯେ, ଆନ୍ଦୋଳନରେ ପ୍ରାଣ ହରାଇଥିବା ପରିବାର ଓ ଆନ୍ଦୋଳନକାରୀମାନେ ଶେଖ ହସିନାଙ୍କୁ ଦଣ୍ଡ ନମିଳିବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରଖିବେ। ଏହା ସହ ସେ ବର୍ତ୍ତମାନର ସରକାରଙ୍କୁ ମଧ୍ୟ ସମାଲୋଚନା କରି କହିଛନ୍ତି ଯେ, ସରକାର ପରିବର୍ତ୍ତନ ସତ୍ତ୍ୱେ ଦୁର୍ନୀତି, ଲାଞ୍ଚ କାରବାର ଏବଂ ବିଦ୍ୟୁତ ଓ ଗ୍ୟାସ ସମସ୍ୟାରେ ଆଶା ଆନୁସାରେ ସୁଧାର ଆସିନାହିଁ।

ଉଲ୍ଲେଖଯୋଗ୍ୟ, ୨୦୨୪ ଅଗଷ୍ଟରେ ଛାତ୍ର ଆନ୍ଦୋଳନ ପରେ ଶେଖ ହସିନାଙ୍କ ୧୫ ବର୍ଷର ସରକାର କ୍ଷମତାଚ୍ୟୁତ ହୋଇଥିଲା। ପ୍ରଦର୍ଶନକାରୀମାନେ ତାଙ୍କ ସରକାରୀ ବାସଭବନ ଘେରାଉ କରିବା ପରେ ସେ ହେଲିକପ୍ଟର ଯୋଗେ ଭାରତକୁ ଆସିଥିଲେ ଏବଂ ସେବେଠାରୁ ସେ ଭାରତରେ ରହୁଛନ୍ତି। ଏବେ ଡିସେମ୍ବର ସୁଦ୍ଧା ବାଂଲାଦେଶ ଫେରିବା ଇଚ୍ଛା ପ୍ରକାଶ କରିବା ସହ ନାହିଦ ଇସଲାମଙ୍କ ବିବାଦୀୟ ମନ୍ତବ୍ୟ ପରିସ୍ଥିତିକୁ ଆହୁରି ସମ୍ବେଦନଶୀଳ କରିଛି। ତେବେ ଶେଖ ହସିନାଙ୍କ ଏହି ଯୋଜନା କିମ୍ବା ନାହିଦଙ୍କ ମନ୍ତବ୍ୟ ଉପରେ ତାଙ୍କ ପକ୍ଷରୁ ଏପର୍ଯ୍ୟନ୍ତ କୌଣସି ସ୍ପଷ୍ଟ ପ୍ରତିକ୍ରିୟା ସାମ୍ନାକୁ ଆସିନାହିଁ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories