Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କାଉଡ଼ିଆଙ୍କ ଉପରେ ହେଲିକପ୍ଟରରୁ ପୁଷ୍ପବର୍ଷା! ଯୋଗୀ ସରକାରଙ୍କ ସ୍ୱତନ୍ତ୍ର ଯୋଜନା

ଉତ୍ତରପ୍ରଦେଶ: ଶ୍ରାବଣ ମାସର କାଉଁଡିଆ ଯାତ୍ରାକୁ ଭବ୍ୟ ଓ ସ୍ମରଣୀୟ କରିବା ପାଇଁ ଉତ୍ତରପ୍ରଦେଶ ସରକାର ବଡ଼ ପଦକ୍ଷେପ ନେଇଛନ୍ତି। ଆସନ୍ତା ଅଗଷ୍ଟ ୯ ଓ ୧୦ ତାରିଖରେ ପଶ୍ଚିମ ଉତ୍ତରପ୍ରଦେଶର ସାତଟି ଜିଲ୍ଲାର ପ୍ରମୁଖ କାଉଁଡିଆ ଯାତ୍ରା ପଥରେ ହେଲିକପ୍ଟର ମାଧ୍ୟମରେ ଭଗବାନ ଶିବଙ୍କ ଭକ୍ତ କାଉଡ଼ିଆମାନଙ୍କ ଉପରେ ପୁଷ୍ପବର୍ଷା କରାଯିବ। ଏହାକୁ ନେଇ ରାଜ୍ୟ ସରକାର ପକ୍ଷରୁ ବିସ୍ତୃତ କାର୍ଯ୍ୟସୂଚୀ ଜାରି କରାଯାଇଛି।

ସରକାରଙ୍କ ସୂଚନା ଅନୁସାରେ, ଅଗଷ୍ଟ ୯ ତାରିଖ ସକାଳେ ଲକ୍ଷ୍ଣୌରୁ ହେଲିକପ୍ଟର ବାଘପତ ଅଭିମୁଖେ ଉଡ଼ାଣ କରିବ। ପୂର୍ବାହ୍ନ ୧୦ଟା ୩୦ରୁ ୧୧ଟା ୧୫ ମଧ୍ୟରେ ବାଘପତରେ କାଉଡ଼ିଆଙ୍କ ଉପରେ ପୁଷ୍ପବର୍ଷା କରାଯିବ। ପରେ ସହାରନପୁର, ମୁଜାଫଫରନଗର ଓ ମେରଠରେ ମଧ୍ୟ ନିର୍ଦ୍ଧାରିତ ସମୟରେ ଏହି କାର୍ଯ୍ୟକ୍ରମ ଚାଲିବ। ପ୍ରଥମ ଦିନରେ ହେଲିକପ୍ଟର ପ୍ରାୟ ୬ ଘଣ୍ଟା ୧୦ ମିନିଟ୍‌ ଉଡ଼ାଣ କରିବ।

ସେହିପରି ଅଗଷ୍ଟ ୧୦ ତାରିଖରେ ମେରଠରୁ ହେଲିକପ୍ଟର ଯାତ୍ରା ଆରମ୍ଭ କରି ଗାଜିଆବାଦ, ହାପୁର ଓ ବୁଲନ୍ଦଶହରରେ କାଉଡ଼ିଆଙ୍କୁ ପୁଷ୍ପବର୍ଷା ମାଧ୍ୟମରେ ସ୍ୱାଗତ କରାଯିବ। ଦ୍ୱିତୀୟ ଦିନର ଉଡ଼ାଣ ସମୟ ପ୍ରାୟ ୩ ଘଣ୍ଟା ୪୫ ମିନିଟ୍‌ ରହିବ। ଦୁଇ ଦିନରେ ମୋଟ ୯ ଘଣ୍ଟା ୫୫ ମିନିଟ୍‌ର ଏହି ଅଭିଯାନ ଶେଷ ହେବ। ରାଜ୍ୟ ସରକାର କହିଛନ୍ତି, ଶ୍ରାବଣ ମସାରରେ କାଉଡି ଯାତ୍ରାକୁ ସୁରକ୍ଷିତ, ଶୃଙ୍ଖଳିତ ଓ ଆଧ୍ୟାତ୍ମିକ ଭାବେ ଅଧିକ ଭବ୍ୟ କରିବା ପାଇଁ ଏହି ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories