Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ନିଖୋଜ ନାବାଳିକା ଉଦ୍ଧାର

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଦାସପୁର ଗ୍ରାମରୁ ଜଣେ ନାବାଳିକା ନିଖୋଜ ହେବାର ୩ ଦିନ ପରେ ପୁଲିସ ନିଖୋଜ ନାବାଳିକା ର ଘରଠାରୁ ୫୦୦ ମିଟର ଦୂରରେ ନାବାଳିକା ର ଜଣେ ସାଙ୍ଗ ଙ୍କ ଘରୁ ପୁଲିସ ଉଦ୍ଧାର କରି ପରିବାର ବର୍ଗ ଙ୍କୁ ହସ୍ତାନ୍ତର କରିଛି। ଅଭିଯୋଗ ଅନୁଯାୟୀ ଗତ ୩୧ ତାରିଖ ସକାଳ ୮ ଟା ବେଳେ ଦାସପୁର ଗ୍ରାମର ବିଭୀଷଣ ବେହେରାଙ୍କ ନାବାଳିକା ଝିଅ ନିଖୋଜ ହୋଇ ଯାଇଥିବା ପରିବାର ବର୍ଗ ଜାଣିବାକୁ ପାଇଥିଲେ।ଏହା ନେଇ ବହୁ ଖୋଜାଖୋଜି କରିବା ପରେ ମଧ୍ୟ ନାବାଳିକା ର କୌଣସି ସନ୍ଧାନ ମଳି ପାରି ନଥିଲା। ଶେଷରେ ଶୁକ୍ରବାର ଦିନ ବିଭୀଷଣ ଙ୍କ ପକ୍ଷରୁ ଝିଅ ନିଖୋଜ ନେଇ ଗୋଳନ୍ଥରା ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗ କୁ ଭିତ୍ତି କରି ପୁଲିସ ପକ୍ଷରୁ ୨୫୮/୨୩ ରେ ଏକ ମାମଲା ରୁଜୁ କରିବା ସହ ତଦନ୍ତ ଚଳାଇଥିଲା। ଆଜି ତଦନ୍ତ ସମୟରେ ନାବାଳିକା ଜଣଙ୍କ ନିଜ ଘର ଠାରୁ ୫୦୦ ମିଟର ଦୂରରେ ରହୁଥିବା ଜଣେ ସାଙ୍ଗ ଘରେ ଆତ୍ମଗୋପନ କରିବା ସହ ପରିବାର ବର୍ଗଙ୍କୁ ଏହା ନେଇ କୌଣସି ସୂଚନା ନଦେବାକୁ କହିଥିବା ତଦନ୍ତ ବେଳେ ଜଣାପଡିଛି।ଏହା ସହ ପରିବାର ପକ୍ଷରୁ ନାବାଳିକାକୁ ଗାଳିଗୁଲଜ କରାଯାଉଥିବା ରୁ ସେ ଘରୁ ଲୁଚିକରି ପଳାଇ ସାଙ୍ଗ ଘରେ ରହି ଆସୁଥିଲେ ବୋଲି ପୁଲିସ ସମ୍ମୁଖରେ ବୟାନ ଦେଇଥିଲେ। ନାବାଳିକା ଉଦ୍ଧାର ପରେ ତାକୁ ପରିବାର ବର୍ଗ ଙ୍କୁ ହସ୍ତାନ୍ତର କରାଯାଇଛି।

More Stories