Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ମଦ୍ୟପ ଡେଲିଭରି ବୟଙ୍କ ଭୟଙ୍କର କାଣ୍ଡ! ଘର ଭିତରକୁ ପଶିବାକୁ ବାରମ୍ବାର ଚେଷ୍ଟା, ମହିଳାଙ୍କ ଅଭିଯୋଗ ପରେ ଉବରର କଡ଼ା ପ୍ରତିକ୍ରିୟା

ବେଙ୍ଗାଲୁରୁ: ବେଙ୍ଗାଲୁରୁର ଜଣେ ଯୁବତୀଙ୍କ ସହ ଘଟିଥିବା ଏକ ଭୟଙ୍କର ଘଟଣା ସୋସିଆଲ୍ ମିଡିଆରେ ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ଆନେରୀ ଠାକ୍କର ନାମକ ଏହି ଯୁବତୀ ଅଭିଯୋଗ କରିଛନ୍ତି ଯେ, ସେ ଏକ ଜ୍ୟାକେଟ୍ ପଠାଇବା ପାଇଁ ଉବର ପାର୍ସେଲ୍ ସେବା ବୁକ୍ କରିଥିଲେ। ଡେଲିଭରି ପାଇଁ ଆସିଥିବା ଚାଳକ ନିଶାସକ୍ତ ଅବସ୍ଥାରେ ଥିଲେ ଏବଂ ବାରମ୍ବାର ତାଙ୍କ ଘର ଭିତରକୁ ପଶିବାକୁ ଚେଷ୍ଟା କରିଥିଲେ। ଏହି ଘଟଣାର ଭିଡିଓ ସେ ଇନଷ୍ଟାଗ୍ରାମରେ ସେୟାର କରିଥିବା ବେଳେ ଏହାକୁ ୨୩ ଲକ୍ଷରୁ ଅଧିକ ଲୋକ ଦେଖିଛନ୍ତି।

ଯୁବତୀଙ୍କ କହିବା ଅନୁସାରେ, ଡେଲିଭରି ଚାଳକ ପ୍ରଥମେ ଜ୍ୟାକେଟ୍ ରଖିବା ପାଇଁ ଏକ ବ୍ୟାଗ୍ ମାଗିଥିଲେ। ପରେ ସେ ନିଜ ମୋବାଇଲ୍ ଚାର୍ଜ କରିବା ଆଳରେ ଘର ଭିତରକୁ ପଶିବାକୁ ଚାହିଁଥିଲେ। ଏହାସହ ବାଲକୋନିରେ ଠିଆ ହୋଇ ସିଗାରେଟ୍ ପିଇବାକୁ ମଧ୍ୟ ଅନୁମତି ମାଗିଥିଲେ। ଯୁବତୀ ଏହାକୁ ସିଧାସଳଖ ମନା କରିଦେଇଥିଲେ। ସନ୍ଦେହ ବଢ଼ିବା ପରେ ସେ ନିଜ ଆପାର୍ଟମେଣ୍ଟର ସୁରକ୍ଷାକର୍ମୀଙ୍କୁ ଡାକି ଚାଳକଙ୍କ ଉପରେ ନଜର ରଖିବାକୁ କହିଥିଲେ। ଏହା ସତ୍ତ୍ୱେ ଚାଳକ ବାରମ୍ବାର ତାଙ୍କ ବ୍ୟକ୍ତିଗତ ମୋବାଇଲ୍ ନମ୍ବର ମାଗୁଥିବାରୁ ସେ ଭୟଭୀତ ହୋଇପଡ଼ିଥିଲେ।

ଘଟଣା ଭାଇରାଲ୍ ହେବା ପରେ ଉବର ଇଣ୍ଡିଆ ଏହାକୁ “ସମ୍ପୂର୍ଣ୍ଣ ଅଗ୍ରହଣଯୋଗ୍ୟ” ବୋଲି କହିଛି। କମ୍ପାନି ଯୁବତୀଙ୍କୁ ଡେଲିଭରି ସମ୍ପର୍କିତ ସବିଶେଷ ତଥ୍ୟ ଦେବାକୁ ଅନୁରୋଧ କରିବା ସହ ଘଟଣାର ତୁରନ୍ତ ତଦନ୍ତ କରାଯିବ ବୋଲି କହିଛି। ସୋସିଆଲ୍ ମିଡିଆରେ ଅନେକ ଲୋକ ଯୁବତୀଙ୍କୁ ପୁଲିସରେ ଅଭିଯୋଗ କରିବାକୁ ପରାମର୍ଶ ଦେଇଥିବା ବେଳେ, ଏକାକୀ ରହୁଥିବା ମହିଳାମାନେ ଡେଲିଭରି କର୍ମଚାରୀଙ୍କୁ ଘର ଦ୍ୱାର ପର୍ଯ୍ୟନ୍ତ ନ ଡାକି ସୁରକ୍ଷା ଗେଟ୍‌ରେ ଜିନିଷ ନେବାକୁ ସଚେତନ କରିଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories