Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

‘ଇ-୨୦’ ପେଟ୍ରୋଲ ନୀତିକୁ ନେଇ ରାହୁଲଙ୍କ ପ୍ରଶ୍ନ, ସୋସିଆଲ ମିଡିଆରେ ତେଜିଲା ବିବାଦ

ନୂଆଦିଲ୍ଲୀ: ‘ଇ-୨୦’ ପେଟ୍ରୋଲ ନୀତିକୁ ନେଇ ପ୍ରଶ୍ନ ଉଠାଇଛନ୍ତି ଲୋକସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ। ଶୁକ୍ରବାର ସୋସିଆଲ ମିଡିଆରେ ପ୍ରାୟ ୫୩ ସେକେଣ୍ଡର ଏକ ଭିଡିଓ ଜାରି କରି ସେ ଇ-୨୦ ଇନ୍ଧନର କାର୍ଯ୍ୟାନ୍ୱୟନକୁ ନେଇ ଅନିୟମିତତାର ଅଭିଯୋଗ ଆଣିଛନ୍ତି। ଇ-୨୦ ଇନ୍ଧନ ଯୋଗୁଁ କାର ଓ ସ୍କୁଟର ଭଳି ଯାନବାହନ ପ୍ରଭାବିତ ହେଉଥିବା ଏବଂ ଏହାର ଆର୍ଥିକ ବୋଝ ଲୋକଙ୍କ ଉପରେ ପଡ଼ୁଥିବା ସେ ଦାବି କରିଛନ୍ତି। ଏହି ପ୍ରସଙ୍ଗକୁ ସେ ଆଗାମୀ ଦିନରେ ସଂସଦ ସମେତ ବିଭିନ୍ନ ମଞ୍ଚରେ ଉଠାଇବେ ବୋଲି କହିଛନ୍ତି।

ଭିଡିଓରେ ରାହୁଲ ଗାନ୍ଧୀ ଏକ କାରର ଇନ୍ଧନ ଟାଙ୍କି ଦେଖାଇ ଇ-୨୦କୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ବୋଲି ଉଲ୍ଲେଖ କରିଛନ୍ତି। ସେ ଇ-୨୦ ନୀତିର କାର୍ଯ୍ୟାନ୍ୱୟନରେ ବ୍ୟାପକ ଦୁର୍ନୀତି ହୋଇଥିବା ଅଭିଯୋଗ କରିବା ସହ ଏହା ବିରୋଧରେ ଅଭିଯାନ ଚଳାଇବାକୁ କହିଛନ୍ତି। ତେବେ ରାହୁଲଙ୍କ ଏହି ମନ୍ତବ୍ୟକୁ ନେଇ ସୋସିଆଲ ମିଡିଆରେ ମତଭେଦ ଦେଖାଦେଇଛି। କିଛି ୟୁଜର ତାଙ୍କ ଅଭିଯୋଗକୁ ସମର୍ଥନ କରୁଥିବାବେଳେ ଅନ୍ୟମାନେ ଏହାକୁ ରାଜନୈତିକ ପ୍ରଚାର ବୋଲି ସମାଲୋଚନା କରିଛନ୍ତି।

ଉଲ୍ଲେଖଯୋଗ୍ୟ, ଭାରତରେ ଇଥାନଲ୍‌ ମିଶ୍ରିତ ପେଟ୍ରୋଲ ବ୍ୟବହାର ନୀତିକୁ ନେଇ ଦୀର୍ଘଦିନ ଧରି ଆଲୋଚନା ଚାଲିଆସୁଛି। ଏହାର ସମର୍ଥକମାନେ ଇଥାନଲ୍‌ ମିଶ୍ରଣକୁ ଆମଦାନି ନିର୍ଭରତା କମାଇବା ଓ ଶକ୍ତି ସୁରକ୍ଷା ବଢ଼ାଇବାର ପଦକ୍ଷେପ ବୋଲି ମତ ଦେଉଛନ୍ତି। ଅନ୍ୟପକ୍ଷରେ, ଯାନବାହନର ମାଇଲେଜ୍‌, ରକ୍ଷଣାବେକ୍ଷଣ ଖର୍ଚ୍ଚ ଓ ପୁରୁଣା ଗାଡ଼ି ଉପରେ ଏହାର ପ୍ରଭାବକୁ ନେଇ ପ୍ରଶ୍ନ ଉଠୁଛି। ଏହି ବିତର୍କ ମଧ୍ୟରେ ରାହୁଲଙ୍କ ଭିଡିଓ ଇ-୨୦ ନୀତିକୁ ପୁଣିଥରେ ରାଜନୈତିକ ଚର୍ଚ୍ଚାର କେନ୍ଦ୍ରକୁ ଆଣିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories