Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବିହାର ହସ୍ପିଟାଲରେ ପାୱାର କଟ୍, ମୋବାଇଲ୍ ଟର୍ଚ୍ଚ ଆଲୁଅରେ ହେଲା ରୋଗୀଙ୍କ ଚିକିତ୍ସା!

ବିହାର: ବିହାରର ରୋହତାସ ଜିଲ୍ଲା ସଦର ହସ୍ପିଟାଲରେ ହଠାତ୍ ବିଜୁଳି ସରବରାହ ବନ୍ଦ ହେବା ପରେ ମୋବାଇଲ୍ ଫୋନ୍‌ର ଟର୍ଚ୍ଚ ଆଲୁଅରେ ରୋଗୀଙ୍କ ଚିକିତ୍ସା କରାଯାଇଥିବା ଅଭିଯୋଗ ହୋଇଛି। ଘଟଣାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍ ହେବା ପରେ ହସ୍ପିଟାଲର ବିଦ୍ୟୁତ ଓ ଜରୁରୀକାଳୀନ ବ୍ୟବସ୍ଥାକୁ ନେଇ ପ୍ରଶ୍ନ ଉଠିଛି।

ସ୍ଥାନୀୟ ସୂଚନା ଅନୁସାରେ, ସାସାରାମସ୍ଥିତ ସଦର ହସ୍ପିଟାଲ ସହ ସଂଲଗ୍ନ ମଡେଲ୍ ହସ୍ପିଟାଲର ଜରୁରୀକାଳୀନ ୱାର୍ଡରେ ଡାକ୍ତର ଓ ମେଡିକାଲ୍ କର୍ମଚାରୀମାନେ ରୋଗୀଙ୍କ ଚିକିତ୍ସା କରୁଥିବା ବେଳେ ହଠାତ୍ ବିଜୁଳି ଚାଲିଯାଇଥିଲା। ଫଳରେ ୱାର୍ଡ ଅନ୍ଧାର ହୋଇଯିବାରୁ ମେଡିକାଲ୍ କର୍ମଚାରୀମାନେ ମୋବାଇଲ୍ ଫୋନ୍‌ର ଫ୍ଲାଶ୍ ଲାଇଟ୍ ବ୍ୟବହାର କରି ରୋଗୀଙ୍କ ଚିକିତ୍ସା ଜାରି ରଖିଥିବା ଭିଡିଓରେ ଦେଖାଯାଉଛି। ବିଶେଷ କଥା ହେଉଛି, ହସ୍ପିଟାଲରେ ଅବିଚ୍ଛିନ୍ନ ବିଦ୍ୟୁତ ସରବରାହ ପାଇଁ ଅଲଗା ଟ୍ରାନ୍ସଫର୍ମର, ଜେନେରେଟର ଓ ଅନ୍ୟାନ୍ୟ ବ୍ୟାକ୍‌ଅପ୍ ବ୍ୟବସ୍ଥା ରହିଛି।

ଘଟଣାକୁ ନେଇ ରୋହତାସ ଜିଲ୍ଲାପାଳ ଦୀପକ କୁମାର ମିଶ୍ର କହିଛନ୍ତି ଯେ, ପ୍ରାଥମିକ ତଦନ୍ତରେ ଏମ୍‌ସିବି (MCB) ଟ୍ରିପ୍ କରିବାରୁ ପ୍ରାୟ ୨ ମିନିଟ୍ ପାଇଁ ବିଜୁଳି ସରବରାହ ବନ୍ଦ ହୋଇଥିବା ଜଣାପଡ଼ିଛି। ଘଟଣାର ବିସ୍ତୃତ ତଦନ୍ତ ପାଇଁ ଏକ ଟିମ୍ ଗଠନ କରାଯାଇଛି ଏବଂ ତଦନ୍ତ ରିପୋର୍ଟ ଆଧାରରେ ପରବର୍ତ୍ତୀ ପଦକ୍ଷେପ ନିଆଯିବ। ତେବେ ଘଟଣାଟି ଅଳ୍ପ ସମୟ ପାଇଁ ହୋଇଥିଲେ ମଧ୍ୟ ଜରୁରୀକାଳୀନ ବିଭାଗରେ ବିଦ୍ୟୁତ ବ୍ୟାକ୍‌ଅପ୍ ବ୍ୟବସ୍ଥା କେତେ ପ୍ରଭାବଶାଳୀ, ତାହା ନେଇ ପ୍ରଶ୍ନ ଉଠାଇଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories