ପାତାଳି କ୍ଷେତ୍ରରେ ଦେବସ୍ନାନ ପୁର୍ଣ୍ଣିମା ପାଳିତ ା


ସୁବର୍ଣ୍ଣପୁର-ଜଗତର ନାଥ ଜଗନ୍ନାଥଙ୍କ ଅନନ୍ୟ ଲିଳାକ୍ଷେତ୍ର ସୁବର୍ଣ୍ଣପୁର ଜିଲ୍ଲାର କୋଟସମଲାଇ ସ୍ଥିତ ଶ୍ରୀ ପାତାଳୀ କ୍ଷେତ୍ରରେ ସ୍ନାନ ଯାତ୍ରା ସମ୍ପର୍ଣ୍ଣ ହୋଇଛି । ଘଣ୍ଟ ଘଂଟା ଶଙ୍ଖ ଧ୍ବନୀରେ ଭକ୍ତଙ୍କ ଗହଣରେ ମହାପ୍ରଭୁଙ୍କ ସ୍ନାନ ପୂର୍ଣ୍ଣିମା ଯାତ୍ରା ହୋଇଛି । ପୂଜା ବିଧିରେ ମହାପ୍ରଭୁଙ୍କ ସ୍ନାନଯାତ୍ରା ରେ ଭକ୍ତି ମୟ ପରିବେଶ ସୃଷ୍ଟି ହୋଇଥିଲା । । ସ୍ନାନ ମଣ୍ଡପରେ ମହାପ୍ରଭୁ ୧୦୮ ଗରା ସୁବାସିତ ଜଳରେ ସ୍ନାନ କଲେ । ମହାପ୍ରଭୁଙ୍କ ମଇଲମ୍, ସର୍ବାଙ୍ଗ, ନୂଆ ଲୁଗା ଲାଗି ଆରମ୍ଭ ହୋଇଥିଲା । ମହାପ୍ରଭୁଙ୍କ ବେଶ ନୀତି ସମ୍ପନ୍ନ ପରେ ସେବାୟତମାନଙ୍କ ଦ୍ୱାରା ଜଳ ଲାଗି ନୀତି ସମ୍ପନ୍ନ ହୋଇଛି। ଶ୍ରୀ ଜୀଉଙ୍କ ଜଳ ସସ୍କାର ଓ ପୂଜା ନୀତି ହୋଇଥିଲା । ବଡ ଠାକୁର ବଳଭଦ୍ରଙ୍କ ୩୩ କୁମ୍ଭ ଜଳ, ଶ୍ରୀ ଜଗନ୍ନାଥଙ୍କ ୩୫ କୁମ୍ଭ ଜଳ, ଦେବୀ ସୁଭଦ୍ରା ଙ୍କ ୨୨ କୁମ୍ଭ ଜଳ ଓ ସୁଦର୍ଶନ ଙ୍କ ପାଇଁ ୧୮ କୁମ୍ଭ ଜଳ ରେ ମହାପ୍ରଭୁଙ୍କ ସ୍ନାନ ପୂର୍ଣ୍ଣିମା ହୋଇଛି । ଛଳିଆ ପାହାଡର ସ୍ନାନ ମଣ୍ଡପରେ ମହାପ୍ରଭୁଙ୍କ ନୀତି ନିର୍ଘଣ୍ଟ ଓ ପୂଜା ହୋଇଥିଲା । ଠାକୁର ମାନଙ୍କୁ ପ୍ରଥମେ ପଞ୍ଚାମୃତରେ ସ୍ନାନ କରାଯାଇ ତା ପରେ ଅଣାଯାଇଥିବା ୧୦୮ ଗରା ସୁବାସିତ ଜଳରେ ସ୍ନାନ କରାଯାଇଛି । ସେବାୟତଙ୍କ ଦ୍ୱାରା ସମସ୍ତ ନୀତି କାନ୍ତି ସମାପନ ହୋଇଥିବା ବେଳେ ଛଳିଆ ପାହାଡ ସ୍ନାନମଣ୍ଡପରେ ଭକ୍ତ ଙ୍କ ବହୁ ସମାବେଶ ଦେଖିବାକୁ ମିଳିଥିଲା । ପାତାଳୀ କ୍ଷେତ୍ର ସହିତ ସେହିପରି ଜିଲ୍ଲାର ବିଭିନ୍ନ ଜଗନ୍ନାଥ ମନ୍ଦିରରେ ଆଜି ସ୍ନାନ ଯାତ୍ରା ସମାପନ ହୋଇଛି ।

ଗଞ୍ଜେଇ ଚ଼ଢ଼ାଉ କରିବାକୁ ଯାଇ ମାଡ଼ ଖାଇଲେ ୨୬ ପୁଲିସ୍ ଘଟଣା ସ୍ଥଳରୁ କୋଟି କୋଟି ଟଙ୍କାର ଗଞ୍ଜେଇ ଜବତ ।ପାରଳାଖେମୁଣ୍ଡି:୨୩/୩(ଗରୁଡ଼ ଧ୍ୱଜ ଚୌଧୁରୀ)ଗଜପତି ଜିଲ୍ଲା ମୋହନା ଥାନା ଅନ୍ତର୍ଗତ ପୀଡ଼ିମାରୀ ଗ୍ରାମରେ ଶୁକ୍ରବାର ୨୦ କ୍ଵିଣ୍ଟାଲ ଗଞ୍ଜେଇ ଜବତ ଓ ୮ଜଣ ବ୍ୟବସାୟୀଙ୍କୁ ଗିରଫ କରି ପୁଲିସ ମୋହନା ଫେରୁଥିବା ବେଳେ ଗ୍ରାମଠାରୁ କିଛି ଦୂରତାରେ ଗ୍ରାମବାସୀଙ୍କ ସଂଘବଦ୍ଧ ଆକ୍ରମଣରେ ଜଣେ ଡ଼ିଏସପି, ଜଣେ ଥାନା ଅଧିକାରୀ ଓ ପୁଲିସ୍ କର୍ମଚାରୀ ଆହତ ହୋଇଥିଲେ।ଆଜି ଗଜପତି ଏସପି ଯତୀନ୍ଦ୍ର ପଣ୍ଡାଙ୍କ ନେତୃତ୍ଵରେ ରା.ଉଦୟଗିରି ଏସଡ଼ିପିଓ ଅମିତାଭ ପଣ୍ଡାଙ୍କ ସମେତ ମୋହନା , ଅଡ଼ବାପାରଳାଖେମୁଣ୍ଡି,ରା.ଉଦୟଗିରି, ରାୟଗଡ଼,କାଶୀନଗର,ରାମଗିରି,ସେରଙ୍ଗ ଆଦି ଥାନା ଗୁଡ଼ିକର ଅଧିକାରୀ, କର୍ମଚାରୀ ଓ ୧୦ ପ୍ଲାଟୁନ  ପୁଲିସ ଫୋର୍ସ ସଦଳବଳେ ଆଜି ପୀଡ଼ିମାରୀ ଗ୍ରାମରେ ପହଞ୍ଚି ବିପୁଳ ପରିମାଣର ଗଞ୍ଜେଇ ଜବତ କରିଛନ୍ତିି। ଏହା ସହ ପୁଲିସ ଗାଡ଼ି ଭଙ୍ଗାରୁଜା,ଆକ୍ରମଣରେ ସଂପୃକ୍ତ ୩ ଜଣ ଓ ଗଞ୍ଜେଇ ବ୍ୟବସାୟୀ ୨ ଜଣଙ୍କୁ ଗିରଫ କରିଛନ୍ତି। ବଡ଼ ବଡ଼ ଟିଣ ବାକ୍ସରେ ଲୁଚାଇ ରଖାଯାଇଥିବା ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ କୋଟି କୋଟି ଟଙ୍କା ହେବ ବୋଲି ପୁଲିସ ସୂଚନା ଦେଇଛି। ଆଉ ଯେଉଁମାନେ ଏଥିରେ ସଂଶ୍ଳିଷ୍ଟ ଅଛନ୍ତି ସମସ୍ତଙ୍କୁ ଖୁବ୍ ଶୀଘ୍ର ଧରାଯାଇ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଏସପି ଶ୍ରୀ ପଣ୍ଡା କହିଛନ୍ତି।