Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସୁରକ୍ଷା କର୍ମୀ ହିଁ ସାଜିଲା ଅଭିଯୁକ୍ତ, ଛାତ୍ରୀଙ୍କୁ ଆକ୍ରମଣ ପରେ ଫେରାର; ଗିରଫ କଲା ପୁଲିସ

ଅହମଦାବାଦ: ଅହମଦାବାଦର ଆନନ୍ଦନଗର ଅଞ୍ଚଳରେ ଥିବା ଏକ ପିଜିରେ ଜଣେ ଛାତ୍ରୀଙ୍କୁ ଦୁଷ୍କର୍ମ ଅଭିଯୋଗ ହୋଇଛି। ଅଭିଯୋଗ ଅନୁସାରେ, ଘଟଣା ସମୟରେ ପିଜିର ସୁରକ୍ଷାକର୍ମୀ ଧରମ ସିଂହ ଟେରାସରେ ଥିଲେ। ଛାତ୍ରୀ ଜଣକ ସେଠାକୁ ଯିବା ପରେ ଅଭିଯୁକ୍ତ ତାଙ୍କୁ ଅଟକାଇ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଘଟଣା ପରେ ଛାତ୍ରୀଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ଘଟଣା ପରେ ଅଭିଯୁକ୍ତ ଧରମ ସିଂହ ଫେରାର ହୋଇଯାଇଥିଲା। ମାମଲାର ଗୁରୁତ୍ୱକୁ ଦୃଷ୍ଟିରେ ରଖି ପୁଲିସ ପକ୍ଷରୁ ୧୦ଟି ସ୍ୱତନ୍ତ୍ର ଟିମ୍ ଗଠନ କରାଯାଇ ତାଙ୍କୁ ଖୋଜାଯାଇଥିଲା। ଶେଷରେ ରବିବାର ସକାଳେ ପୁଲିସ ଅଭିଯୁକ୍ତଙ୍କୁ ଗିରଫ କରିଛି। ଧରମ ସିଂହଙ୍କ ଘର ଉତ୍ତରପ୍ରଦେଶର ହରଦୋଇ ଜିଲ୍ଲାରେ ବୋଲି ଜଣାପଡ଼ିଛି। ଘଟଣାର କିଛି ଦିନ ପୂର୍ବରୁ ସେ ପିଜିରେ ସୁରକ୍ଷାକର୍ମୀ ଭାବେ କାମ ଆରମ୍ଭ କରିଥିଲେ।

ପୁଲିସ ଘଟଣାସ୍ଥଳ ଓ ପିଜିର ସିସିଟିଭି ଫୁଟେଜ୍ ଯାଞ୍ଚ କରୁଛି। ଅଭିଯୁକ୍ତ ଘଟଣା ପୂର୍ବରୁ ଲିଫ୍ଟ ଯୋଗେ ବିଭିନ୍ନ ମହଲା ଏବଂ ଟେରାସ ଅଞ୍ଚଳରେ ବୁଲୁଥିବା ଦୃଶ୍ୟ ସିସିଟିଭିରେ ରେକର୍ଡ ହୋଇଥିବା ପୁଲିସ କହିଛି। ଫରେନ୍ସିକ୍ ଟିମ୍ ମଧ୍ୟ ଘଟଣାସ୍ଥଳରୁ ପ୍ରମାଣ ସଂଗ୍ରହ କରି ଯାଞ୍ଚ କରୁଛି। ପୀଡ଼ିତାଙ୍କ ଡାକ୍ତରୀ ପରୀକ୍ଷା ମଧ୍ୟ କରାଯାଇଛି। ଘଟଣାକୁ ନେଇ ପୁଲିସ ତଦନ୍ତ ଜାରି ରହିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ