Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

‘ରୁଷ’ର ବେଲଗୋରୋଡରେ’ୟୁକ୍ରେନ’ର ଡ୍ରୋନ୍ ଆକ୍ରମଣ, ଆବାସିକ ଅଞ୍ଚଳରେ ବିସ୍ଫୋରଣ; ୬ ମୃତ,୨୫ ଆହତ

ନୂଆଦିଲ୍ଲୀ: ରୁଷ ଓ ୟୁକ୍ରେନ ମଧ୍ୟରେ ଜାରି ଯୁଦ୍ଧ ଦିନକୁ ଦିନ ଅଧିକ ତୀବ୍ର ହେଉଛି। ଉଭୟ ଦେଶ ପରସ୍ପର ଉପରେ ଡ୍ରୋନ୍ ଓ ମିସାଇଲ୍ ଆକ୍ରମଣ ଜାରି ରଖିଛନ୍ତି। ଏହାରି ମଧ୍ୟରେ ରୁଷର ବେଲଗୋରୋଡ ସହରରେ ୟୁକ୍ରେନ ପକ୍ଷରୁ ଡ୍ରୋନ୍ ଆକ୍ରମଣ ହୋଇଥିବା ଖବର ମିଳିଛି। ସ୍ଥାନୀୟ ପ୍ରଶାସନ ଅନୁସାରେ, ଆବାସିକ ଅଞ୍ଚଳରେ ହୋଇଥିବା ଆକ୍ରମଣରେ ୬ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨୫ ଜଣ ଆହତ ହୋଇଛନ୍ତି।

ସ୍ଥାନୀୟ ଗଭର୍ଣ୍ଣରଙ୍କ ସୂଚନା ଅନୁସାରେ, ସାଧାରଣ ଲୋକ ରହୁଥିବା ଏକ ଆପାର୍ଟମେଣ୍ଟ ଉପରେ ଦୁଇଟି ଡ୍ରୋନ୍ ଆକ୍ରମଣ ହୋଇଥିଲା। ଆକ୍ରମଣ ପରେ ଜରୁରୀକାଳୀନ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର ଓ ରିଲିଫ୍ କାର୍ଯ୍ୟ ଆରମ୍ଭ କରିଥିଲେ। ଏହାପୂର୍ବରୁ ରୁଷର ବାୟୁ ପ୍ରତିରକ୍ଷା ବ୍ୟବସ୍ଥା ୧୨ଟି ଡ୍ରୋନ୍ ଧ୍ୱଂସ କରିଥିବା ଦାବି କରାଯାଇଛି। ଆକ୍ରମଣରେ ମୃତକଙ୍କ ପରିବାର ପ୍ରତି ସ୍ଥାନୀୟ ପ୍ରଶାସନ ପକ୍ଷରୁ ସମବେଦନା ଜଣାଯାଇଛି।

ଅନ୍ୟପକ୍ଷରେ ରୁଷ ମଧ୍ୟ ୟୁକ୍ରେନର ବିଭିନ୍ନ ଅଞ୍ଚଳରେ ଆକ୍ରମଣ ଜାରି ରଖିଛି। ରିପୋର୍ଟ ଅନୁସାରେ, ୟୁକ୍ରେନର ସଲ୍ଟିଭାସ୍କି ଅଞ୍ଚଳରେ ରୁଷର ଆକ୍ରମଣରେ ୨ ଜଣଙ୍କ ମୃତ୍ୟୁ ଓ ୨୩ ଜଣ ଆହତ ହୋଇଛନ୍ତି। ଏହାସହ କୃଷ୍ଣ ସାଗର ନିକଟରେ ଥିବା ୟୁକ୍ରେନର କିଛି ଭିତ୍ତିଭୂମି ଓ ଇନ୍ଧନ ଭଣ୍ଡାରକୁ ମଧ୍ୟ ରୁଷ ଟାର୍ଗେଟ୍ କରିଥିବା ଦାବି ହୋଇଛି। ଓଡେଶା ଓ କୋରନୋମୋରସ୍କ ଅଞ୍ଚଳରେ ମଧ୍ୟ ଆକ୍ରମଣ ହୋଇଥିବା ସୂଚନା ମିଳିଛି। ଏହି ଘଟଣାଗୁଡ଼ିକ ମଧ୍ୟରେ ରୁଷ-ୟୁକ୍ରେନ ଯୁଦ୍ଧରେ ତୁରନ୍ତ ଶାନ୍ତି ଫେରିବାର ସମ୍ଭାବନା ନେଇ ପୁଣି ପ୍ରଶ୍ନ ଉଠିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories