Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବଙ୍କାପଲାରେ କଳାହାଣ୍ଡି ଦୁଧକାଉଁରିଆ ଯାଦବ ସମାଜର ବୈଠକ ଅନୁଷ୍ଠିତ

କଳାହାଣ୍ଡି ,୦୪/୦୬- କଳାହାଣ୍ଡି ଜିଲ୍ଲା କଲମପୁର ବ୍ଲକ ଅନ୍ତର୍ଗତ ବଙ୍କାପଲା ଗ୍ରାମରେ କଳାହାଣ୍ଡି ଦୁଧକାଉଁରିଆ ଯାଦବ ସମାଜର ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଜିଲ୍ଲା ସଭାପତି ପର୍ଶୁରାମ ବଗର୍ତ୍ତି ଓ ସଂପାଦକ ରୁଦ୍ର ପ୍ରସାଦ ହାତୀଙ୍କ ନେତୃତ୍ୱରେ ଚନ୍ଦାହାଣ୍ଡି ଅଞ୍ଚଳ ସଭାପତି କ୍ଷମା ନିଧି ନାଗ, ଗୁବ୍ରିଆ ଅଞ୍ଚଳ ସଭାପତି ମଣି ରାମ ବଗର୍ତ୍ତି, ଇର୍ଲିପାଟ ଅଞ୍ଚଳ ସଭାପତି ବୈକୁଣ୍ଠ ନାୟକ, ପୋଇଲପାର ଅଞ୍ଚଳ ସଭାପତି ଜଗତ କିଶୋର ନାଗ, ମହୁଲ ପାଟଣା ଅଞ୍ଚଳ ସଭାପତି ଦଶରଥ ରାଉତ ତଥା ଅନ୍ୟାନ୍ୟ ଭଦ୍ର ବ୍ୟକ୍ତି ମାନେ ଯୋଗଦାନ କରିଥିଲେ । ସମସ୍ତଙ୍କ ଉପସ୍ଥିତିରେ ସାମାଜିକ ନୀତି ନିୟମ, ଶିକ୍ଷା ,ସ୍ବାସ୍ଥ୍ୟ ଉପରେ ଆଲୋଚନା କରାଯାଇଥିଲା ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ