Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ରାହୁଲ ଗାନ୍ଧୀଙ୍କୁ କେନ୍ଦ୍ରମନ୍ତ୍ରୀ କିରେନ ରିଜିଜୁଙ୍କ ଆକ୍ଷେପ! କହିଲେ- ‘ ଏବେ ସଂସଦରୁ ଦୌଡ଼ି ପଳାଇବା ଉଚିତ୍ ନୁହେଁ। ’

ନୂଆଦିଲ୍ଲୀ: ସଂସଦର ମୌସୁମୀ ଅଧିବେଶନକୁ ନେଇ ସରକାର ଓ ବିରୋଧୀ ଦଳ ମଧ୍ୟରେ ଜାରି ରହିଥିବା ବିବାଦ ମଧ୍ୟରେ ମଙ୍ଗଳବାର କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ଟାର୍ଗେଟ କରିଛନ୍ତି କେନ୍ଦ୍ରମନ୍ତ୍ରୀ କିରେନ ରିଜିଜୁ। ରାହୁଲ ଗାନ୍ଧୀ ଦୀର୍ଘଦିନ ଧରି ଗୃହମନ୍ତ୍ରୀ ଅମିତ ଶାହଙ୍କ ଠାରୁ ଛାତ୍ର ମାନଙ୍କ ଉପରେ ହୋଇଥିବା ଲାଠିଚାର୍ଜକୁ ନେଇ ଜବାବ ଦାବି କରୁଥିବା ବେଳେ ଏବେ ଶାହ ଉତ୍ତର ଦେବାକୁ ପ୍ରସ୍ତୁତ ଥିବାରୁ ରାହୁଲ ଆଲୋଚନାରୁ ଦୂରେଇ ନଯିବାକୁ ରିଜିଜୁ କହିଛନ୍ତି।

ସରକାର ଓ ବିରୋଧୀଙ୍କ ମଧ୍ୟରେ ଚାଲିଥିବା ଏହି ଟଣାଓଟରାର ମୁଖ୍ୟ ପ୍ରସଙ୍ଗ ହେଉଛି ସମ୍ପ୍ରତି ଛାତ୍ର ଆନ୍ଦୋଳନ ଏବଂ ଆନ୍ଦୋଳନକାରୀଙ୍କ ବିରୋଧରେ ପୁଲିସର କାର୍ଯ୍ୟାନୁଷ୍ଠାନ। ଏହି ଘଟଣାକୁ ନେଇ ସଂସଦରେ ବାରମ୍ବାର ହଟ୍ଟଗୋଳ ଓ ଗୃହକାର୍ଯ୍ୟ ବାଧାପ୍ରାପ୍ତ ହେଉଛି। ବିରୋଧୀ ଦଳଗୁଡ଼ିକ ସରକାରଙ୍କଠାରୁ ଜବାବ ଦାବି କରୁଥିବା ବେଳେ ରାହୁଲ ଗାନ୍ଧୀ ମଧ୍ୟ ଏହି ପ୍ରସଙ୍ଗରେ ଅମିତ ଶାହଙ୍କ ବକ୍ତବ୍ୟ ଦାବି କରିଥିଲେ। ଏବେ ସରକାର ଏହି ପ୍ରସଙ୍ଗରେ ସଂସଦରେ ଆଲୋଚନା ପାଇଁ ପ୍ରସ୍ତୁତ ଥିବା ଏବଂ ଗୃହମନ୍ତ୍ରୀ ଅମିତ ଶାହ ଜବାବ ରଖିବେ ବୋଲି କୁହାଯାଇଛି। ତେଣୁ ରାହୁଲ ଗାନ୍ଧୀଙ୍କୁ କେନ୍ଦ୍ରମନ୍ତ୍ରୀ ସମାଲୋଚନା କରି କହିଛନ୍ତିଯେ, ସରକାର ଏବେ ପ୍ରସ୍ତୁତ ଉତ୍ତର ରଖିବା ପାଇଁ ତେଣୁ ସଂସଦରୁ ବିରୋଧୀ ଦଳ ନେତା ଦୌଡ଼ି ପଳାଇବା ଉଚିତ୍ ନୁହେଁ।

ଏନେଇ ସୋସିଆଲ ମିଡିଆରେ ଏକ ପୋଷ୍ଟ କରି କିରେନ ରିଜିଜୁ କହିଛନ୍ତି ଯେ, ରାହୁଲ ଗାନ୍ଧୀ ଗତ କିଛିଦିନ ଧରି ଅମିତ ଶାହଙ୍କ ଉତ୍ତର ଦାବି କରିଆସୁଥିଲେ। ଏବେ ଅମିତ ଶାହ ସଂସଦରେ ତାଙ୍କ ପ୍ରଶ୍ନର ବିସ୍ତୃତ ଉତ୍ତର ଦେବାକୁ ପ୍ରସ୍ତୁତ ଥିବାରୁ ରାହୁଲ ଗାନ୍ଧୀ ଗୃହରେ ଉପସ୍ଥିତ ରହି ଆଲୋଚନାରେ ଭାଗ ନେବା ଉଚିତ ବୋଲି ରିଜିଜୁ କହିଛନ୍ତି। ଏହାକୁ ନେଇ ସରକାର ଓ ବିରୋଧୀଙ୍କ ମଧ୍ୟରେ ରାଜନୈତିକ ବୟାନବାଜି ଆହୁରି ତୀବ୍ର ହୋଇଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ