Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଇରାନ ଆକ୍ରମଣ ଭୟରେ ଟ୍ରମ୍ପଙ୍କ ‘ସିକ୍ରେଟ୍ ମୁଭ୍’! କ୍ୟାଟରିଂ ଟ୍ରକ୍‌ରେ ବଦଳାଇଥିଲେ ବିମାନ, ମାସେ ପରେ ସାମ୍ନାକୁ ଆସିଲା ତଥ୍ୟ

ନୂଆଦିଲ୍ଲୀ: ଇରାନ ପକ୍ଷରୁ ସମ୍ଭାବ୍ୟ ଆକ୍ରମଣର ଆଶଙ୍କା ମଧ୍ୟରେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସୁରକ୍ଷାକୁ ନେଇ ଏକ ଗୁପ୍ତ ପଦକ୍ଷେପ ନିଆଯାଇଥିବା ଦାବି ଏବେ ସାମ୍ନାକୁ ଆସିଛି। ରିପୋର୍ଟ ଅନୁସାରେ, ତୁର୍କୀର ଆଙ୍କାରାରେ ନାଟୋ ସମ୍ମିଳନୀରେ ଯୋଗଦେବା ପରେ ଟ୍ରମ୍ପଙ୍କୁ ଗୁପ୍ତ ଭାବେ ଗୋଟିଏ ବିମାନରୁ ଅନ୍ୟ ବିମାନକୁ ସ୍ଥାନାନ୍ତର କରାଯାଇଥିଲା। ଏହି ଘଟଣା ସମ୍ପର୍କିତ ତଥ୍ୟ ପ୍ରାୟ ଏକ ମାସ ପରେ ପ୍ରକାଶ ପାଇଛି।

ରିପୋର୍ଟ ଅନୁସାରେ, ଟ୍ରମ୍ପ ଏୟାରଫୋର୍ସ ୱାନ୍‌ରେ ଯିବାର ଦୃଶ୍ୟ ସାର୍ବଜନୀନ ହୋଇଥିଲା। କିନ୍ତୁ କିଛି ମିନିଟ୍ ପରେ ତାଙ୍କୁ ଆମେରିକୀୟ ବାୟୁସେନାର C-32A ବିମାନକୁ ଗୁପ୍ତ ଭାବେ ସ୍ଥାନାନ୍ତର କରାଯାଇଥିଲା। ଜଣେ ଆମେରିକୀୟ ଅଧିକାରୀଙ୍କ ସୂଚନା ଅନୁସାରେ, ଏହି ସ୍ଥାନାନ୍ତର ପାଇଁ କ୍ୟାଟରିଂ ଟ୍ରକ୍‌ର ବ୍ୟବହାର କରାଯାଇଥିଲା। ସାଧାରଣତଃ ବିମାନକୁ ଖାଦ୍ୟ ଯୋଗାଣ ପାଇଁ ବ୍ୟବହୃତ ଏହି ଟ୍ରକ୍‌ ମାଧ୍ୟମରେ ଟ୍ରମ୍ପଙ୍କୁ ଗୋଟିଏ ବିମାନରୁ ଅନ୍ୟ ବିମାନକୁ ନିଆଯାଇଥିଲା। ଏହି ପୂରା ପ୍ରକ୍ରିୟାକୁ ଗୋପନୀୟ ରଖାଯାଇଥିଲା।

ସୂଚନା ଅନୁସାରେ, ସେତେବେଳେ ଟ୍ରମ୍ପଙ୍କ ଅବସ୍ଥାନ ସମ୍ପର୍କରେ ସାମ୍ବାଦିକ କିମ୍ବା ସାଧାରଣ ଲୋକଙ୍କୁ କୌଣସି ସୂଚନା ଦିଆଯାଇନଥିଲା। ଇରାନ ପକ୍ଷରୁ ସମ୍ଭାବ୍ୟ ଆକ୍ରମଣର ଆଶଙ୍କା ଥିବାରୁ ତାଙ୍କ ସୁରକ୍ଷା ବ୍ୟବସ୍ଥାର ଅଂଶ ଭାବେ ଏହି ପଦକ୍ଷେପ ନିଆଯାଇଥିବା ରିପୋର୍ଟରେ ଦାବି କରାଯାଇଛି। ଟ୍ରମ୍ପ ଜୁଲାଇ ୮ରେ ତୁର୍କୀ ଛାଡ଼ିଥିବା ସୂଚନା ଦେଇଥିଲେ। ତେବେ ତାଙ୍କ ବିମାନ ଯାତ୍ରା ଓ ସୁରକ୍ଷା ସମ୍ପର୍କିତ ଏହି ଗୁପ୍ତ ବ୍ୟବସ୍ଥା ସେତେବେଳେ ସାମ୍ନାକୁ ଆସିନଥିଲା। ନାଟୋ ସମ୍ମିଳନୀ ପରେ ତାଙ୍କ ପରବର୍ତ୍ତୀ ଯାତ୍ରା ଓ ବିମାନ ବ୍ୟବହାରକୁ ନେଇ ମଧ୍ୟ ଟ୍ରମ୍ପ ପୂର୍ବରୁ ସୂଚନା ଦେଇଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ