Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଟିଭି ରିପୋର୍ଟରରୁ ବଲିଉଡ୍ ଷ୍ଟାର୍; ଏମିତି ଥିଲା ଜ୍ୟାକଲିନ୍ ଫର୍ଣ୍ଣାଣ୍ଡିଜ୍‌ଙ୍କ ଫିଲ୍ମ ଯାତ୍ରା

ନୂଆଦିଲ୍ଲୀ: ବଲିଉଡ୍‌ର ଲୋକପ୍ରିୟ ଅଭିନେତ୍ରୀ ଜ୍ୟାକଲିନ୍ ଫର୍ଣ୍ଣାଣ୍ଡିଜ୍ ନିଜର ଆକର୍ଷଣୀୟ ବ୍ୟକ୍ତିତ୍ୱ, ଗ୍ଲାମରସ୍ ଲୁକ୍ ଏବଂ ଅଭିନୟ ଦକ୍ଷତା ଜରିଆରେ ହିନ୍ଦୀ ସିନେମାରେ ନିଜସ୍ୱ ପରିଚୟ ଗଢ଼ିଛନ୍ତି। ତେବେ ସିନେମା ଜଗତରେ ପାଦ ଦେବା ପୂର୍ବରୁ ସେ ଏକ ରିପୋର୍ଟର ଭାବେ ନିଜର କ୍ୟାରିୟର ଆରମ୍ଭ କରିଥିଲେ | ବାହାରିନରେ ଜନ୍ମ ନେଇଥିବା ଜ୍ୟାକଲିନ୍ ଫର୍ଣ୍ଣାଣ୍ଡିଜ୍ ସିଡନୀ ବିଶ୍ୱବିଦ୍ୟାଳୟରୁ ମାସ୍ କମ୍ୟୁନିକେସନ୍ ପଢ଼ିବା ପରେ ଶ୍ରୀଲଙ୍କାରେ ଟିଭି ରିପୋର୍ଟର ଭାବେ କାମ ଆରମ୍ଭ କରିଥିଲେ। ୨୦୦୬ରେ ‘ମିସ୍ ୟୁନିଭର୍ସ ଶ୍ରୀଲଙ୍କା’ ହେବା ପରେ ମଡେଲିଂ କ୍ଷେତ୍ରରେ ତାଙ୍କ ପରିଚୟ ବଢ଼ିଥିଲା। ୨୦୦୯ରେ ଏକ ମଡେଲିଂ ଆସାଇନମେଣ୍ଟ ପାଇଁ ଭାରତ ଆସିବା ପରେ ତାଙ୍କୁ ସୁଜୋୟ ଘୋଷଙ୍କ ‘ଆଲାଦିନ୍’ ଫିଲ୍ମରେ ଅଭିନୟର ସୁଯୋଗ ମିଳିଥିଲା। ଏହି ଫିଲ୍ମ ପାଇଁ ସେ IIFAର ‘ଷ୍ଟାର ଡେବ୍ୟୁ ଅଫ୍ ଦି ଇୟର’ ପୁରସ୍କାର ମଧ୍ୟ ପାଇଥିଲେ।

ଫିଲ୍ମ ‘ମର୍ଡର-୨’ ଜ୍ୟାକଲିନ୍‌ଙ୍କ କ୍ୟାରିଅରକୁ ଏକ ନୂଆ ଦିଗ ଦେଇଥିଲା ଏବଂ ଏହା ତାଙ୍କର ପ୍ରଥମ ବଡ଼ ସଫଳ ଫିଲ୍ମ ହୋଇଥିଲା। ପରେ ‘ରେସ୍ ୨’, ‘ହାଉସଫୁଲ୍ ୨’, ‘ହାଉସଫୁଲ୍ ୩’ ଓ ‘ୱେଲକମ୍ ଟୁ ଦି ଜଙ୍ଗଲ’ ଭଳି ଫିଲ୍ମରେ ସେ ନଜର ଆସିଛନ୍ତି। ସିନେମା ସହିତ ରିଆଲିଟି ଶୋ ଓ ମ୍ୟୁଜିକ୍ ଭିଡିଓରେ ମଧ୍ୟ ଜ୍ୟାକଲିନ୍ ନିଜ ପ୍ରତିଭା ପ୍ରଦର୍ଶନ କରିଛନ୍ତି।

ବ୍ୟକ୍ତିଗତ ଜୀବନକୁ ନେଇ ବିଭିନ୍ନ ସମୟରେ ଚର୍ଚ୍ଚା ଓ ବିବାଦରେ ରହିଥିଲେ ମଧ୍ୟ ଜ୍ୟାକଲିନ୍‌ଙ୍କ ପେସାଦାର ଯାତ୍ରା ଜାରି ରହିଛି। ସୋସିଆଲ ମିଡିଆରେ ମଧ୍ୟ ତାଙ୍କର ବଡ଼ ଫ୍ୟାନ୍ ଫଲୋଇଂ ରହିଛି। ଟିଭି ରିପୋର୍ଟର ଭାବେ କ୍ୟାରିଅର ଆରମ୍ଭ କରି ବଲିଉଡ୍‌ରେ ନିଜ ପରିଚୟ ଗଢ଼ିଥିବା ଜ୍ୟାକଲିନ୍ ଆଜି ଅଗଷ୍ଟ ୧୧ରେ ୪୦ତମ ଜନ୍ମଦିନ ପାଳନ କରୁଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ