Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଲୋକସଭା ଆସନର ସୀମା ନିର୍ଦ୍ଧାରଣକୁ ନେଇ ବିଜୟଙ୍କ ବଡ଼ ଦାବି: ‘ଦକ୍ଷିଣ ରାଜ୍ୟର ପ୍ରତିନିଧିତ୍ୱ କମିଯିବ’, ବିଧାନସଭାରେ ରଖିଲେ ୩ ପ୍ରସ୍ତାବ

ତାମିଲନାଡୁ ମୁଖ୍ୟମନ୍ତ୍ରୀ ତଥା ଟିଭିକେ ମୁଖ୍ୟ ବିଜୟ ବୁଧବାର ବିଧାନସଭାରେ ଲୋକସଭା ଆସନର ସୀମା ନିର୍ଦ୍ଧାରଣକୁ ନେଇ ଏକ ପ୍ରସ୍ତାବ ଆଗତ କରିଛନ୍ତି। ଜନସଂଖ୍ୟା ଆଧାରରେ ସୀମା ନିର୍ଦ୍ଧାରଣ ହେଲେ ଜନସଂଖ୍ୟା ନିୟନ୍ତ୍ରଣରେ ସଫଳ ହୋଇଥିବା ତାମିଲନାଡୁ ସମେତ ଦକ୍ଷିଣ ଭାରତୀୟ ରାଜ୍ୟଗୁଡ଼ିକର ଲୋକସଭା ପ୍ରତିନିଧିତ୍ୱ କମିପାରେ ବୋଲି ସେ ଆଶଙ୍କା ପ୍ରକାଶ କରିଛନ୍ତି। ତେବେ ବିଜୟ ମହିଳା ସଂରକ୍ଷଣକୁ ସମର୍ଥନ କରିବା ସହ ଏହାକୁ ବର୍ତ୍ତମାନର ୫୪୩ ଲୋକସଭା ଆସନ ମଧ୍ୟରେ ଲାଗୁ କରିବାକୁ ଦାବି କରିଛନ୍ତି।

ଟିଭିକେ ପକ୍ଷରୁ ଆଗତ ପ୍ରସ୍ତାବରେ ତିନୋଟି ମୁଖ୍ୟ ଦାବି ରହିଛି। ପ୍ରଥମତଃ, ଲୋକସଭାର ବର୍ତ୍ତମାନର ୫୪୩ ଆସନ ସଂଖ୍ୟାକୁ ସ୍ଥାୟୀ ଭାବେ ବଜାୟ ରଖିବା, ଦ୍ୱିତୀୟରେ ପ୍ରତ୍ୟେକ ରାଜ୍ୟକୁ ବର୍ତ୍ତମାନ ମିଳିଥିବା ଆସନ ସଂଖ୍ୟାକୁ ସ୍ଥାୟୀ କରିବା ଏବଂ ତୃତୀୟରେ ରାଜ୍ୟ ବିଧାନସଭାରେ ମହିଳାଙ୍କ ପାଇଁ ୩୩ ପ୍ରତିଶତ ସଂରକ୍ଷଣକୁ ସୁନିଶ୍ଚିତ କରିବା। ବିଜୟ କହିଛନ୍ତି, ଜନସଂଖ୍ୟା ଆଧାରରେ ସୀମା ନିର୍ଦ୍ଧାରଣ ହେଲେ ଦକ୍ଷିଣ ରାଜ୍ୟଗୁଡ଼ିକ ଅନ୍ୟାୟର ଶିକାର ହେବେ। ସେହିପରି ଲୋକସଭା ଓ ରାଜ୍ୟସଭା ମଧ୍ୟରେ ବର୍ତ୍ତମାନ ଥିବା ୨.୨:୧ ଅନୁପାତ ବଜାୟ ରଖିବାକୁ ମଧ୍ୟ ସେ ଦାବି କରିଛନ୍ତି।

ଅନ୍ୟପଟେ ମହିଳା ସଂରକ୍ଷଣ ଆଇନକୁ ଶୀଘ୍ର ଲାଗୁ କରିବାକୁ ବିଜୟ କେନ୍ଦ୍ର ସରକାରଙ୍କୁ ଆହ୍ୱାନ ଦେଇଛନ୍ତି। ତାଙ୍କ କହିବା ଅନୁସାରେ, ସଂସଦରେ ଆଇନ ପାରିତ ହୋଇସାରିଥିଲେ ମଧ୍ୟ ଏହାର କାର୍ଯ୍ୟକାରିତା ବିଳମ୍ବିତ ହେଉଛି। ଏହା ମହିଳାଙ୍କ ରାଜନୈତିକ ଅଧିକାରକୁ ବଞ୍ଚିତ କରୁଛି ବୋଲି ସେ କହିଛନ୍ତି। ଟିଭିକେର ଏହି ପ୍ରସ୍ତାବକୁ ବାମ ଦଳଗୁଡ଼ିକ ସମର୍ଥନ କରିଥିବା ବେଳେ ବିଜେପି ବିରୋଧ କରିଛି। ଡିଏମ୍‌କେ ମଧ୍ୟ ପୂର୍ବରୁ ସୀମା ନିର୍ଦ୍ଧାରଣକୁ ବିରୋଧ କରିଆସୁଥିବା ସ୍ପଷ୍ଟ କରିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ