Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଉଡ଼ାଣ ପୂର୍ବରୁ ବିମାନରେ ହଠାତ୍‌ ବଢିଗଲା ତାପମାତ୍ରା! ଯାତ୍ରୀଙ୍କ ସତର୍କତାରୁ ଟଳିଲା ବଡ଼ ଅଘଟଣ

ନୂଆଦିଲ୍ଲୀ: ଦିଲ୍ଲୀରୁ ପୁଣେ ଯାଉଥିବା SpiceJetର ଏକ ବିମାନରେ ଉଡ଼ାଣ ପୂର୍ବରୁ ଯାନ୍ତ୍ରିକ ତ୍ରୁଟି ଚିହ୍ନଟ ହେବାରୁ ସମ୍ଭାବ୍ୟ ବଡ଼ ଅଘଟଣ ଟଳିଯାଇଛି। ଯାତ୍ରୀମାନେ ବିମାନରେ ବସିବା ପରେ କ୍ୟାବିନ୍‌ ଭିତରେ ହଠାତ୍‌ ତାପମାତ୍ରା ବଢ଼ିଯାଇଥିଲା। ଫଳରେ ବୃଦ୍ଧଙ୍କ ସମେତ ଅନେକ ଯାତ୍ରୀ ଶ୍ୱାସକ୍ରିୟାରେ ସମସ୍ୟା ଅନୁଭବ କରିଥିବା ଅଭିଯୋଗ ହୋଇଛି।

ଯାତ୍ରୀ ଲେଶପାଲ ଜାଭଲଗେଙ୍କ ଅଭିଯୋଗ କହିବା ଅନୁସାରେ, ଏହି ଘଟଣା ପରେ କ୍ୟାବିନ୍‌ରେ ଅସହ୍ୟ ଗରମ ହେବା ସହ ଯାତ୍ରୀମାନେ ଶ୍ୱାସ ନେବାରେ କଷ୍ଟ ପାଉଥିଲେ। ଏପରି ସ୍ଥିତି ସତ୍ତ୍ୱେ ବିମାନର କ୍ୟାପ୍ଟେନ୍‌ ଉଡ଼ାଣ ନେବା ପାଇଁ ତତ୍ପର ଥିବା ନେଇ ସେ ଅଭିଯୋଗ କରିଛନ୍ତି। ପରେ ବିମାନରେ ପ୍ରକୃତରେ ଯାନ୍ତ୍ରିକ ତ୍ରୁଟି ଥିବା ନିଶ୍ଚିତ ହୋଇଥିଲା।

ତ୍ରୁଟି ଜଣାପଡ଼ିବା ପରେ ବିମାନରୁ ସମସ୍ତ ଯାତ୍ରୀଙ୍କୁ ତୁରନ୍ତ ଓହ୍ଲାଇ ଦିଆଯାଇଥିଲା। ଫଳରେ ସମ୍ଭାବ୍ୟ ବଡ଼ ଦୁର୍ଘଟଣାକୁ ଏଡ଼ାଇ ଦିଆଯାଇଥିବା କୁହାଯାଉଛି। ଘଟଣାକୁ ନେଇ ସିଭିଲ୍‌ ଏଭିଏସନ୍‌ ମନ୍ତ୍ରଣାଳୟ ପକ୍ଷରୁ SpiceJet ବିରୋଧରେ ଆବଶ୍ୟକ ପଦକ୍ଷେପ ନେବାକୁ ଦାବି ଉଠିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories