Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

୧୭ ବର୍ଷୀୟା ନାବାଳିକାଙ୍କ ୩ ଥର ଗର୍ଭଧାରଣ ପରୀକ୍ଷା! ସରକାରୀ ହସ୍ପିଟାଲରେ ସବୁ ରିପୋର୍ଟ ପଜିଟିଭ୍‌; ପ୍ରାଇଭେଟ୍‌ ହସ୍ପିଟାଲରେ ଖୁଲିଲା ଅସଲ ରହସ୍ୟ

ମୁମ୍ବାଇ: ମହାରାଷ୍ଟ୍ରର ଥାଣେ ଜିଲ୍ଲାର ଏକ ସରକାରୀ ହସ୍ପିଟାଲରେ ଚିକିତ୍ସାରେ ଅବହେଳାର ଅଭିଯୋଗ ସାମ୍ନାକୁ ଆସିଛି। ମାସିକ ଋତୁସ୍ରାବ ସମ୍ପର୍କିତ ସମସ୍ୟା ପାଇଁ ୧୭ ବର୍ଷୀୟା ଜଣେ ନାବାଳିକାଙ୍କୁ କଲ୍ୟାଣ-ଡୋମ୍ବିଭଲି ଅଞ୍ଚଳର ଶାସ୍ତ୍ରୀ ନଗର ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଅଭିଯୋଗ ଅନୁସାରେ, ପରିବାରର ସହମତି ବିନା ତାଙ୍କର ତିନିଥର ଗର୍ଭଧାରଣ ପରୀକ୍ଷା କରାଯାଇଥିଲା ଏବଂ ତିନିଟି ରିପୋର୍ଟ ମଧ୍ୟ ପଜିଟିଭ୍‌ ଆସିଥିବା ଡାକ୍ତରମାନେ ପରିବାରକୁ କହିଥିଲେ।

ରିପୋର୍ଟ ଶୁଣି ପରିବାର ଚିନ୍ତାରେ ପଡ଼ି ନାବାଳିକାଙ୍କୁ ଏକ ଘରୋଇ ହସ୍ପିଟାଲକୁ ନେଇ ପୁଣିଥରେ ପରୀକ୍ଷା କରାଇଥିଲେ। ସେଠାରେ ପରୀକ୍ଷା ରିପୋର୍ଟ ନେଗେଟିଭ୍‌ ଆସିଥିଲା। ଏହାପରେ ସରକାରୀ ହସ୍ପିଟାଲରେ କରାଯାଇଥିବା ପରୀକ୍ଷା ଓ ଚିକିତ୍ସା ପ୍ରକ୍ରିୟାକୁ ନେଇ ଗୁରୁତର ପ୍ରଶ୍ନ ଉଠିଛି। ଘରୋଇ ହସ୍ପିଟାଲରେ ନାବାଳିକାଙ୍କ ଋତୁସ୍ରାବ ସମ୍ପର୍କିତ ସମସ୍ୟାର ଚିକିତ୍ସା କରାଯାଇ ଔଷଧ ଦେବା ପରେ ତାଙ୍କୁ ଡିସ୍‌ଚାର୍ଜ କରାଯାଇଥିଲା।

ଘଟଣାଟି ସାମ୍ନାକୁ ଆସିବା ପରେ ଶାସ୍ତ୍ରୀ ନଗର ହସ୍ପିଟାଲର ଡାକ୍ତରଙ୍କ କାର୍ଯ୍ୟପ୍ରଣାଳୀ ଓ ଚିକିତ୍ସା ବ୍ୟବସ୍ଥାକୁ ନେଇ ଅସନ୍ତୋଷ ପ୍ରକାଶ ପାଇଛି। ଦାୟୀ ବ୍ୟକ୍ତିଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ସହ ମାମଲା ରୁଜୁ କରିବାକୁ ମଧ୍ୟ ଦାବି ହୋଇଛି। ଏହି ପ୍ରସଙ୍ଗ ଷ୍ଟାଣ୍ଡିଂ କମିଟି ବୈଠକରେ ଉଠିବା ପରେ ମ୍ୟୁନିସିପାଲ କମିଶନର ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ସରକାରୀ ହସ୍ପିଟାଲରେ କାହିଁକି ଏଭଳି ପରୀକ୍ଷା କରାଗଲା ଏବଂ ରିପୋର୍ଟ କିପରି ଭୁଲ୍‌ ଆସିଲା, ତଦନ୍ତରେ ଏସବୁ ଦିଗ ଯାଞ୍ଚ କରାଯିବ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ