Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଛାତ୍ରଙ୍କୁ ‘ଗଟର ଜେନେରେସନ’ କହି ଅଡୁଆରେ ପଡିଲେ କଙ୍ଗନା! ଆଗ୍ରା କୋର୍ଟରେ ରୁଜୁ ହେଲା ମାମଲା

ନୂଆଦିଲ୍ଲୀ: ଜନ୍ତର-ମନ୍ତରରେ ପ୍ରତିବାଦ କରୁଥିବା ଛାତ୍ରଛାତ୍ରୀଙ୍କୁ ‘ଗଟର ଜେନେରେସନ’ ବୋଲି ସମ୍ବୋଧନ କରିବା ଅଭିଯୋଗରେ ଅଭିନେତ୍ରୀ ତଥା ବିଜେପି ସାଂସଦ କଙ୍ଗନା ରାଣାୱତଙ୍କ ବିରୋଧରେ ଆଗ୍ରାରେ ମାମଲା ଦାୟର ହୋଇଛି। ରାଜୀବ ଗାନ୍ଧୀ ବାର ଆସୋସିଏସନର ସଭାପତି ଆଡଭୋକେଟ୍‌ ରାମଶଙ୍କର ଶର୍ମା ଏହି ମାମଲା ଦାୟର କରିଥିବା ଜଣାପଡ଼ିଛି।

ସାଂସଦ ଓ ବିଧାୟକଙ୍କ ପାଇଁ ଗଠିତ ସ୍ୱତନ୍ତ୍ର କୋର୍ଟରେ ଏହି ମାମଲା ଦାଖଲ ହୋଇଛି। ଆବେଦନକାରୀଙ୍କ ଅଭିଯୋଗ ଅନୁସାରେ, ନିଟ୍‌ ପେପର ଲିକ୍‌ ଓ ଛାତ୍ରଛାତ୍ରୀଙ୍କ ବିଭିନ୍ନ ଦାବିକୁ ନେଇ ଜନ୍ତର-ମନ୍ତରରେ ଚାଲିଥିବା ଆନ୍ଦୋଳନ ସମୟରେ କଙ୍ଗନା ଅପମାନଜନକ ମନ୍ତବ୍ୟ ଦେଇଥିଲେ। ଏଭଳି ମନ୍ତବ୍ୟ ଛାତ୍ରଛାତ୍ରୀଙ୍କ ସମ୍ମାନ ଓ ଭବିଷ୍ୟତ ଉପରେ ନକାରାତ୍ମକ ପ୍ରଭାବ ପକାଇପାରେ ବୋଲି ଆବେଦନକାରୀ ଦାବି କରିଛନ୍ତି।

ଆବେଦନକାରୀ ଆଡଭୋକେଟ୍‌ ରାମଶଙ୍କର ଶର୍ମାଙ୍କ ଅଭିଯୋଗ ଅନୁସାରେ, କଙ୍ଗନା ପୂର୍ବରୁ ମଧ୍ୟ ଅନେକ ବିବାଦୀୟ ମନ୍ତବ୍ୟ ଦେଇଛନ୍ତି। ଏହି ମାମଲାର ପ୍ରାରମ୍ଭିକ ଶୁଣାଣି ଆସନ୍ତା ଅଗଷ୍ଟ ୨୧ ତାରିଖରେ ହେବ। କୋର୍ଟରେ ଶୁଣାଣି ପରେ ମାମଲାରେ ପରବର୍ତ୍ତୀ ଆଇନଗତ ପଦକ୍ଷେପ କ’ଣ ହେବ, ତାହା ସ୍ପଷ୍ଟ ହେବ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories