Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଘୁଞ୍ଚିଲା ବିଜୟ-ରଶ୍ମିକାଙ୍କ ଫିଲ୍ମ ‘ରାଣାବଳୀ’ର ରିଲିଜ୍ ଡେଟ୍! ଅକ୍ଟୋବରରେ ଆସିପାରେ ରିଲିଜର ନୂଆ ତାରିଖ

ସାଉଥ୍ ସିନେମାର ଚର୍ଚ୍ଚିତ ଯୋଡ଼ି ବିଜୟ ଦେବରକୋଣ୍ଡା ଓ ରଶ୍ମିକା ମନ୍ଦାନାଙ୍କ ଅପକମିଂ ଫିଲ୍ମ ‘ରାଣାବଳୀ’କୁ ନେଇ ଫ୍ୟାନ୍ସଙ୍କ ମନରେ ଜବରଦସ୍ତ ଉତ୍ସାହ ଭରି ରହିଛି । ଦୁହେଁ ପୁଣିଥରେ ବଡ଼ ପରଦାରେ ଏକାଠି ନଜର ଆସିବାକୁ ଥିବାରୁ ଫିଲ୍ମଟିକୁ ନେଇ ଦର୍ଶକଙ୍କ ମଧ୍ୟରେ ଜୋରଦାର କ୍ରେଜ୍ ରହିଛି। ପ୍ରଥମେ ‘ରାଣାବଳୀ’କୁ ୧୧ ସେପ୍ଟେମ୍ବର ୨୦୨୬ରେ ବିଶ୍ୱବ୍ୟାପୀ ରିଲିଜ୍ କରାଯିବ ବୋଲି ଘୋଷଣା ହୋଇଥିଲା। କିନ୍ତୁ ଏବେ ଫିଲ୍ମର ରିଲିଜ୍ ଡେଟ୍ ଘୁଞ୍ଚିବା ନେଇ ଚର୍ଚ୍ଚା ଜୋର ଧରିଛି।

ପ୍ରକାଶିତ ରିପୋର୍ଟ ଅନୁସାରେ, ମେକର୍ସ ସେପ୍ଟେମ୍ବର ୧୧ ବଦଳରେ ୩୦ ଅକ୍ଟୋବର ୨୦୨୬ରେ ଫିଲ୍ମକୁ ରିଲିଜ୍ କରିବା ନେଇ ବିଚାର କରୁଛନ୍ତି। ତେବେ ଏନେଇ ଏପର୍ଯ୍ୟନ୍ତ ନିର୍ମାତାଙ୍କ ପକ୍ଷରୁ କୌଣସି ଆନୁଷ୍ଠାନିକ ଘୋଷଣା ହୋଇନାହିଁ। ଫିଲ୍ମର ଶୁଟିଂ ଓ ପୋଷ୍ଟ-ପ୍ରଡକ୍ସନ୍‌ କାମ ନିର୍ଦ୍ଧାରିତ ସମୟସୀମା ଅନୁଯାୟୀ ଆଗେଇ ନଥିବାରୁ ପୂର୍ବ ରିଲିଜ୍ ତାରିଖରେ ଫିଲ୍ମ ଆଣିବା ନେଇ ସମସ୍ୟା ଥିବା କୁହାଯାଉଛି। ଏହି କାରଣରୁ ନୂଆ ରିଲିଜ୍ ଡେଟ୍ ଉପରେ ବିଚାର ଚାଲିଥିବା ଚର୍ଚ୍ଚା ହେଉଛି।

ରାହୁଲ ସାଙ୍କୃତ୍ୟାନଙ୍କ ନିର୍ଦ୍ଦେଶନାରେ ନିର୍ମିତ ‘ରାଣାବଳୀ’ ଏକ ପିରିୟଡ୍ ଆକ୍ସନ୍ ଡ୍ରାମା। ଏହାର କାହାଣୀ ୧୯ଶ ଶତାବ୍ଦୀର ପୃଷ୍ଠଭୂମିରେ ଆଧାରିତ ହୋଇଥିବା ବେଳେ ବ୍ରିଟିଶ ଶାସନ ସମୟର କିଛି ଐତିହାସିକ ଘଟଣାକୁ କାହାଣୀର ଆଧାର କରାଯାଇଥିବା ରିପୋର୍ଟରେ କୁହାଯାଇଛି। ମୈତ୍ରୀ ମୁଭି ମେକର୍ସ ବ୍ୟାନରରେ ନିର୍ମିତ ଏହି ଫିଲ୍ମକୁ ଟି-ସିରିଜ୍ ପ୍ରେଜେଣ୍ଟ କରୁଛି। ତେବେ ଫିଲ୍ମଟି ୩୦ ଅକ୍ଟୋବରରେ ରିଲିଜ୍ ହେବ କି ନାହିଁ, ସେନେଇ ମେକର୍ସଙ୍କ ଅଫିସିଆଲ୍ ଘୋଷଣାକୁ ହିଁ ଅପେକ୍ଷା କରିବାକୁ ପଡ଼ିବ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories