Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଶ୍ରାବଣ ମାସରେ ବାଇଗଣଠାରୁ କ୍ଷୀର-ଦହି ଯାଏଁ କାହିଁକି ବାରଣ? ପରମ୍ପରା ପଛରେ ରହିଛି ଏହି ବୈଜ୍ଞାନିକ କାରଣ…

ଶ୍ରାବଣ ମାସ ଧାର୍ମିକ ଦୃଷ୍ଟିରୁ ଯେତିକି ଗୁରୁତ୍ୱପୂର୍ଣ୍ଣ, ଖାଦ୍ୟପାନୀୟ ଦୃଷ୍ଟିରୁ ମଧ୍ୟ ଏହା ବିଶେଷ ସତର୍କତାର ସମୟ। ବର୍ଷା ଋତୁରେ ଆର୍ଦ୍ରତା ବଢ଼ିବାରୁ ଖାଦ୍ୟ ଶୀଘ୍ର ନଷ୍ଟ ହେବା ସହ ଜୀବାଣୁ ବୃଦ୍ଧିର ଆଶଙ୍କା ରହେ। ତେଣୁ ଏହି କାରଣରୁ ବୟଷ୍କ ବ୍ୟକ୍ତି ମାନେ ଶ୍ରାବଣରେ ତାଜା, ହାଲୁକା ଓ ସହଜରେ ହଜମ ହେଉଥିବା ଖାଦ୍ୟ ଖାଇବାକୁ ପରାମର୍ଶ ଦେଇଆସୁଛନ୍ତି।

ବାଇଗଣ ଓ ପତ୍ରଯୁକ୍ତ ପନିପରିବାରେ କାହିଁକି ସତର୍କତା?

ବର୍ଷାଦିନେ ଆର୍ଦ୍ରତା ବଢ଼ିବା ସହ ପନିପରିବାରେ କୀଟପତଙ୍ଗ ଓ ଫଙ୍ଗସ୍‌ ଲାଗିବାର ଆଶଙ୍କା ବଢ଼ିପାରେ। ବିଶେଷକରି ପତ୍ରଯୁକ୍ତ ପନିପରିବା ଓ ବାଇଗଣରେ ଛୋଟ ଛୋଟ କୀଟ ଲୁଚିଥିବା ସମ୍ଭାବନା ରହେ। ତେଣୁ ଭଲ ଭାବେ ଧୋଇ ଓ ଯାଞ୍ଚ କରି ବ୍ୟବହାର କରିବା ଜରୁରୀ। ଏହା ସହ ବର୍ଷାଦିନେ ହଜମ ପ୍ରକ୍ରିୟା କିଛି ଲୋକଙ୍କଠାରେ ସମ୍ବେଦନଶୀଳ ହୋଇଥିବାରୁ ଅତ୍ୟଧିକ ଭାରୀ ଖାଦ୍ୟରୁ ଦୂରେଇ ରହିବା ସ୍ୱାସ୍ଥ୍ୟ ପକ୍ଷେ ଉତ୍ତମ ହୋଇଥାଏ।

କ୍ଷୀର, ଦହି ଓ ଦୁଗ୍ଧଜାତ ଖାଦ୍ୟକୁ ନେଇ କ’ଣ କୁହାଯାଏ?

ଶ୍ରାବଣରେ କ୍ଷୀର, ଦହି, ରାଇତା କିମ୍ବା କଢ଼ି ଭଳି ଦୁଗ୍ଧଜାତ ଖାଦ୍ୟକୁ ନେଇ ମଧ୍ୟ ପରମ୍ପରାଗତ ଭାବେ ସତର୍କ କରାଯାଏ। ବର୍ଷା ଋତୁରେ ଦୁଗ୍ଧ ଓ ଦୁଗ୍ଧଜାତ ଖାଦ୍ୟକୁ ଠିକ୍ ଭାବେ ସଂରକ୍ଷଣ ନକଲେ ଜୀବାଣୁ ବଢ଼ିବାର ଆଶଙ୍କା ରହେ। ଏଥିରୁ କେତେକ ଲୋକଙ୍କଠାରେ ଅଜୀର୍ଣ୍ଣ, ଗ୍ୟାସ୍‌ କିମ୍ବା ଏସିଡିଟି ଭଳି ସମସ୍ୟା ଦେଖାଦେଇ ପାରେ। ତେଣୁ ଏହି ସମୟରେ ତାଜା ଓ ସୁରକ୍ଷିତ ଭାବେ ସଂରକ୍ଷିତ ଖାଦ୍ୟ ଖାଇବା ଉପରେ ଅଧିକ ଗୁରୁତ୍ୱ ଦେବା ଉଚିତ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ