Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ମୃତ ବାପାଙ୍କ ଆଙ୍ଗୁଠି ଛାପ ନେଇ ଖାଲି କାଗଜରେ ଲଗାଇଲେ ପୁଅ! ଜମି ପାଇଁ ଭଉଣୀଙ୍କ ସହ ବିବାଦ

ଉତ୍ତରପ୍ରଦେଶ: ଲକ୍ଷ୍ନୌର ଖରାଉହା ଗାଁରେ ଜମିଜମା ବିବାଦକୁ ନେଇ ଏକ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି। ଅଭିଯୋଗ ଅନୁସାରେ, ଜଣେ ବ୍ୟକ୍ତି ନିଜ ମୃତ ବାପାଙ୍କ ଆଙ୍ଗୁଠି ଛାପକୁ ଖାଲି କାଗଜରେ ନେଇଥିବା ଭିଡିଓ ଭାଇରାଲ୍ ହୋଇଛି। ମୃତ ବ୍ୟକ୍ତିଙ୍କ ନାମ ଛତ୍ରପାଲ ଏବଂ ତାଙ୍କ ବୟସ ୭୫ ବର୍ଷ ବୋଲି ଜଣାପଡ଼ିଛି। ଘଟଣାଟି ଜୁଲାଇରେ ଘଟିଥିଲେ ମଧ୍ୟ ଭିଡିଓ ଭାଇରାଲ୍ ହେବା ପରେ ଏହି ଘଟଣା ସାମ୍ନାକୁ ଆସିଛି।

ପରିବାରର ଅଭିଯୋଗ ଅନୁସାରେ, ଛତ୍ରପାଲଙ୍କ ପୁଅ ମହେନ୍ଦ୍ର ଓ ବୋହୂ ଲକ୍ଷ୍ମୀଙ୍କ ସହ ତାଙ୍କର ବିବାଦ ରହିଥିଲା। ୨୦୨୩ରେ ସେ ଘର ଛାଡ଼ିବା ପରେ ନିଜ ତିନି ଝିଅଙ୍କ ସହ ରହୁଥିଲେ। ପରେ ଛତ୍ରପାଲ ନିଜର ପ୍ରାୟ ୬.୫ ବିଘା ଜମିରୁ ପ୍ରତ୍ୟେକ ଝିଅଙ୍କ ନାମରେ ଗୋଟିଏ ବିଘା ଲେଖାଇଥିବା ପରିବାର ପକ୍ଷରୁ କୁହାଯାଇଛି। ଏପରିକି ମହେନ୍ଦ୍ର ଓ ତାଙ୍କ ପତ୍ନୀଙ୍କୁ ସମ୍ପତ୍ତିରୁ ବଞ୍ଚିତ କରିବା ନେଇ ସେ ଖବରକାଗଜରେ ନୋଟିସ୍‌ ମଧ୍ୟ ଦେଇଥିବା ଦାବି କରାଯାଇଛି।

ଜୁଲାଇ ୭ରେ ଛତ୍ରପାଲଙ୍କ ସ୍ୱାସ୍ଥ୍ୟ ଖରାପ ହେବା ପରେ ମହେନ୍ଦ୍ର ତାଙ୍କୁ ଗାଁକୁ ନେଇ ଚିକିତ୍ସା କରାଇବାକୁ କହିଥିଲେ। ହେଲେ ଦୁଇ ଦିନ ପରେ, ଜୁଲାଇ ୯ରେ ଛତ୍ରପାଲଙ୍କ ମୃତ୍ୟୁ ହୋଇଥିଲା। ଅନ୍ତିମ ସଂସ୍କାର ସମୟରେ ମହେନ୍ଦ୍ର ମୃତ ବାପାଙ୍କ ଆଙ୍ଗୁଠି ଛାପ ଖାଲି କାଗଜରେ ନେଉଥିବା ଆତ୍ମୀୟ ଓ ଗାଁ ଲୋକେ ଦେଖିଥିବା ଅଭିଯୋଗ ହୋଇଛି। ଏହି ଖାଲି କାଗଜରେ ଆଙ୍ଗୁଠି ଛାପ କାହିଁକି ନିଆଯାଉଥିଲା ଏବଂ ପରେ ଏହାକୁ କେଉଁ କାମରେ ବ୍ୟବହାର କରାଯିବ, ତାହାକୁ ନେଇ ପରିବାର ଚିନ୍ତା ପ୍ରକାଶ କରିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories