Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଡ୍ରୋନ୍ ଉପରେ ଟ୍ରମ୍ପଙ୍କ ବଡ଼ ଟାରିଫ୍ ମାଡ଼, କେତେକ ମଡେଲ୍‌ରେ ୧୦୦% ଶୁଳ୍କ; ମିତ୍ର ଦେଶ ବି ଛାଡ଼ ପାଇଲେନି

ନୂଆଦିଲ୍ଲୀ: ଆମେରିକା ପୁଣିଥରେ ବିଦେଶୀ ସାମଗ୍ରୀ ଉପରେ ଟାରିଫ୍ ବଢ଼ାଇଛି। ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନୂଆ ଆଦେଶରେ ସ୍ୱାକ୍ଷର କରିବା ପରେ ବିଦେଶରୁ ଆମଦାନୀ ହେଉଥିବା କେତେକ ଡ୍ରୋନ୍ ଓ ଏହାର ଯନ୍ତ୍ରାଂଶ ଉପରେ ୧୦୦ ପ୍ରତିଶତ ପର୍ଯ୍ୟନ୍ତ ଟାରିଫ୍ ଲାଗୁ ହେବ। ସେହିପରି ଛୋଟ ଡ୍ରୋନ୍‌ ପାଇଁ ୨୫ ପ୍ରତିଶତ ଟାରିଫ୍ ଧାର୍ଯ୍ୟ କରାଯାଇଛି।

ନୂଆ ନିୟମର ପ୍ରଭାବ କେବଳ ଚୀନ୍‌ ଭଳି ଦେଶ ଉପରେ ସୀମିତ ନାହିଁ। ୟୁରୋପୀୟ ସଂଘ, ଜାପାନ, ଦକ୍ଷିଣ କୋରିଆ, ସ୍ୱିଜରଲ୍ୟାଣ୍ଡ, ତାଇୱାନ ଓ ଲିଚେନଷ୍ଟାଇନ୍‌ରୁ ଆମଦାନୀ ହେଉଥିବା ଡ୍ରୋନ୍‌ ଏବଂ ଯନ୍ତ୍ରାଂଶ ଉପରେ ୧୫ ପ୍ରତିଶତ ଟାରିଫ୍ ଲାଗିବ। ଆମେରିକାର ଘନିଷ୍ଠ ସହଯୋଗୀ ବ୍ରିଟେନରୁ ଆସୁଥିବା ସମ୍ପୃକ୍ତ ଉତ୍ପାଦ ଉପରେ ୧୦ ପ୍ରତିଶତ ଶୁଳ୍କ ଧାର୍ଯ୍ୟ ହୋଇଛି।

ଆମେରିକା ଏହି ପଦକ୍ଷେପକୁ ଜାତୀୟ ସୁରକ୍ଷା ସହ ଯୋଡ଼ିଛି। ବିଦେଶୀ ଡ୍ରୋନ୍‌ ଉପରେ ନିର୍ଭରଶୀଳତା କମାଇ ଦେଶୀୟ ଉତ୍ପାଦନ ବଢ଼ାଇବା ଏହାର ଅନ୍ୟତମ ଉଦ୍ଦେଶ୍ୟ ବୋଲି କୁହାଯାଉଛି। ତେବେ ଏହି ଟାରିଫ୍‌ ଲାଗୁ ହେବା ପରେ ଆମେରିକୀୟ ବଜାରରେ ଡ୍ରୋନ୍‌ର ଦାମ ବଢ଼ିବା ସହ ଆମଦାନୀକାରୀ ଓ ଉପଭୋକ୍ତାଙ୍କ ଉପରେ ଏହାର ପ୍ରଭାବ ପଡ଼ିପାରେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories