Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଅଣସର ଘରେ ତିନିଠାକୁର; ଅଲାରନାଥଙ୍କୁ ଦର୍ଶନ କଲେ ଭକ୍ତ

ପୁରୀ: ଗତକାଲି ଥିଲା ମହାପ୍ରଭୁଙ୍କ ‌ପବିତ୍ର ଦେବସ୍ନାନ ପୂର୍ଣ୍ଣିମା। ୧୦୮ ସୁବାଶିତ ଜଳରେ ସ୍ନାନ ପ‌ରେ ମହାପ୍ରଭୁଙ୍କୁ ଏବେ ଜ୍ୱର ହୋଇଛି। ଜ୍ୱରରେ କମ୍ପୁଛନ୍ତି ତିନି ଠାକୁର। ସେପଟେ ତିନିଠାକୁରଙ୍କୁ ଶୀଘ୍ର ସୁସ୍ଥ କରିବା ପାଇଁ ମହାପ୍ରଭୁଙ୍କ ସେବାରେ ଲାଗିପଡ଼ିଛନ୍ତି ପଣ୍ଡା ଓ ସେବାୟତ। ଶ୍ରୀଜିଉଙ୍କ ଚାଲିଛି ଗୁପ୍ତ ଉପଚାର।

ଶ୍ରୀମନ୍ଦିରରେ ଆଜିଠାରୁ ଅଣସର ନୀତି ଆରମ୍ଭ ହୋଇଛି। ଆଜିଠୁ ତିନିଠାକୁର ରହିବେ ଅଣସର ଘରେ। ଏହି ସମୟରେ ଭକ୍ତଙ୍କୁ ଦର୍ଶନ ଦେଇପାରିବେନି ଚତୁର୍ଦ୍ଧାମୂର୍ତ୍ତି। ତେବେ ଭକ୍ତଙ୍କ ଦର୍ଶନ ପାଇଁ ପୂଜା ପାଉଛନ୍ତି ପଟି ଦିଅଁ। ଶ୍ରୀମନ୍ଦିରରେ ବନ୍ଦ ରହିଛି ସାଧାରଣ ଦର୍ଶନ। ଏଥିପାଇଁ ଆଜି ଠାରୁ ବ୍ରହ୍ମଗିରି ସ୍ଥିତ ଶ୍ରୀ ଅଲାରନାଥ ପୀଠରେ ଅଣସର ଦର୍ଶନ ଆରମ୍ଭ ହୋଇଛି। କୁହାଯାଏ ଅଣସର ସମୟରେ ଶ୍ରୀ ଅଲାରନାଥଙ୍କ ଦର୍ଶନ କଲେ କୋଟି ପୁଣ୍ୟ ମିଳିଥାଏ। ତେଣୁ ଅଲାରନାଥଙ୍କୁ ଦେଖିବାକୁ ମନ୍ଦିରରେ ଶ୍ରଦ୍ଧାଳୁଙ୍କ ଭିଡ ଜମିଥିବା ଦେଖିବାକୁ ମିଳିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ