Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

OAS ଆଶାୟୀଙ୍କ ପାଇଁ ବଡ ଖୁସି ଖବର! ଏଣିକି ମିଳିବ ଅସୀମିତ ଆଟେମ୍ପ୍ଟ

ଭୁବନେଶ୍ଵର: ସ୍ୱାଧୀନତା ଦିବସ ଅବସରରେ ଓଏଏସ୍‌ ଆଶାୟୀଙ୍କ ପାଇଁ ବଡ଼ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏଣିକି OPSC ସିଭିଲ୍ ସର୍ଭିସ ପରୀକ୍ଷାରେ ସମସ୍ତ ବର୍ଗର ପ୍ରାର୍ଥୀଙ୍କୁ ସର୍ବାଧିକ ବୟସ ସୀମା ପର୍ଯ୍ୟନ୍ତ ଅସୀମିତ ଆଟେମ୍ପ୍ଟର ସୁଯୋଗ ମିଳିବ। ଅର୍ଥାତ୍‌ ଆଟେମ୍ପ୍ଟ ସଂଖ୍ୟା ଆଉ ବାଧା ସାଜିବ ନାହିଁ।
ବର୍ତ୍ତମାନ ସାଧାରଣ ବର୍ଗର ଆଶାୟୀଙ୍କ ପାଇଁ ୬ଟି ଆଟେମ୍ପ୍ଟର ସୁଯୋଗ ରହିଛି। ଓବିସି ବର୍ଗ ପାଇଁ ମଧ୍ୟ ନିର୍ଦ୍ଦିଷ୍ଟ ଆଟେମ୍ପ୍ଟ ସୀମା ରହିଛି। ଅନ୍ୟପଟେ SC ଓ ST ବର୍ଗର ଆଶାୟୀଙ୍କ ପାଇଁ ଏବେ ଅସୀମିତ ଆଟେମ୍ପ୍ଟ ରହିଛି। ତେବେ ନୂଆ ବ୍ୟବସ୍ଥା ଲାଗୁ ହେଲେ ସମସ୍ତ ବର୍ଗ ଏହି ସୁବିଧା ପାଇବେ।
ଦୀର୍ଘଦିନ ଧରି OAS ଆଶାୟୀମାନେ ଆଟେମ୍ପ୍ଟ ସୀମା ହଟାଇବାକୁ ଦାବି କରୁଥିଲେ। ଏବେ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ପରେ ଆଶାୟୀଙ୍କ ମଧ୍ୟରେ ଖୁସି ଦେଖାଦେଇଛି। ତେବେ ଏହି ନୂଆ ନିୟମ କେବେଠାରୁ ଲାଗୁ ହେବ, ସେନେଇ ସରକାରୀ ବିଜ୍ଞପ୍ତି ପରେ ଅଧିକ ସ୍ପଷ୍ଟତା ମିଳିବ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ