Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଝାଡ଼ଖଣ୍ଡରେ ଛାତ୍ର ଆନ୍ଦୋଳନ ତୀବ୍ର: ଅଗଷ୍ଟ ୨୦ରେ ହେମନ୍ତ ସୋରେନଙ୍କ ବାସଭବନ ଘେରାଉ ଚେତାବନୀ

ଝାଡ଼ଖଣ୍ଡରେ ପରୀକ୍ଷାରେ ଅନିୟମିତତା ଅଭିଯୋଗକୁ ନେଇ ଚାଲିଥିବା ଛାତ୍ର ଆନ୍ଦୋଳନ ଏବେ ତୀବ୍ର ହୋଇଛି। ଶନିବାର ଆନ୍ଦୋଳନର ୨୨ତମ ଦିନରେ ଛାତ୍ରମାନେ ‘ତ୍ରିରଙ୍ଗା ଯାତ୍ରା’ ବାହାର କରିଥିବା ବେଳେ ଅଗଷ୍ଟ ୨୦ରେ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ସରକାରୀ ବାସଭବନ ଘେରାଉ କରିବାକୁ ଘୋଷଣା କରିଛନ୍ତି। JPSC-JSSC Reforms Manchର ମୁଖପାତ୍ର ପୀୟୂଷ ସିଂହ କହିଛନ୍ତି ଯେ, ଏପର୍ଯ୍ୟନ୍ତ ଛାତ୍ରମାନେ ଗାନ୍ଧୀବାଦୀ ଉପାୟରେ ସରକାରଙ୍କ ନିକଟରେ ଦାବି ରଖିଆସୁଛନ୍ତି। କିନ୍ତୁ ସରକାର ସେମାନଙ୍କ ଦାବି ପ୍ରତି ଧ୍ୟାନ ଦେଉନଥିବାରୁ ଏବେ ଆନ୍ଦୋଳନକୁ ଅଧିକ ତୀବ୍ର କରାଯିବ ବୋଲି ସେ କହିଛନ୍ତି।

ଆନ୍ଦୋଳନକାରୀମାନେ JSSC-CGL ପରୀକ୍ଷା ବାତିଲ କରିବା ସହ ଏହି ଅନିୟମିତତାର CBI ତଦନ୍ତ ଦାବି କରିଛନ୍ତି। JPSC-JSSC Reforms Manch ନେତା ରବୀନ୍ଦ୍ର ପାସୱାନ କହିଛନ୍ତି ଯେ, ଦାବି ପୂରଣ ନହେଲେ ଛାତ୍ରମାନେ ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଘେରାଉ କରି ସେଠାରେ ବସି ରହିବେ। ସେ ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ମଧ୍ୟ ଦାବି କରିଛନ୍ତି। ଏଥିସହ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଯଦି ଛାତ୍ରମାନଙ୍କ ଦାବି ଉପରେ ହସ୍ତକ୍ଷେପ ନକରନ୍ତି, ତେବେ ଝାଡ଼ଖଣ୍ଡର JMM ନେତୃତ୍ୱାଧୀନ ସରକାରରୁ ସମର୍ଥନ ପ୍ରତ୍ୟାହାର କରିବାକୁ ମଧ୍ୟ ଦାବି କରିଛନ୍ତି ଆନ୍ଦୋଳନକାରୀ। ଛାତ୍ରମାନେ ଅଭିଯୋଗର ତଦନ୍ତ ପାଇଁ CBI କିମ୍ବା ଝାଡ଼ଖଣ୍ଡ ବାହାରର ଅବସରପ୍ରାପ୍ତ ବିଚାରପତିମାନଙ୍କୁ ନେଇ ଏକ କମିଟି ଗଠନ କରିବାକୁ ଦାବି କରୁଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ