Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

‘ଭିମଲ ଏଲାଇଚି’ ବିଜ୍ଞାପନକୁ ନେଇ ଶାହରୁଖ, ଅଜୟ ଓ ଟାଇଗରଙ୍କୁ ନୋଟିସ୍

‘ଭିମଲ ଏଲାଇଚି’ର ବିଜ୍ଞାପନକୁ ନେଇ ଅଭିନେତା ଶାହରୁଖ ଖାନ, ଅଜୟ ଦେବଗନ ଓ ଟାଇଗର ଶ୍ରଫଙ୍କୁ ନୋଟିସ୍ ଜାରି କରିଛି ମହାରାଷ୍ଟ୍ର ଫୁଡ୍ ଆଣ୍ଡ ଡ୍ରଗ୍ ଆଡମିନିଷ୍ଟ୍ରେସନ୍‌ (FDA)। ପାନ୍ ମସାଲା ଭଳି ନିଷିଦ୍ଧ ଉତ୍ପାଦକୁ ପରୋକ୍ଷ ଭାବେ ପ୍ରଚାର କରୁଥିବା ଅଭିଯୋଗରେ ଏହି ନୋଟିସ୍ ଦିଆଯାଇଛି। ତିନି ଅଭିନେତା ୨୦୨୪ରେ ପାନ୍ ମସାଲା କମ୍ପାନୀ ‘ଭିମଲ’ର ଏଲାଇଚି ବିଜ୍ଞାପନରେ ଏକାଠି ନଜର ଆସିଥିଲେ। ଅଗଷ୍ଟ ୧୧ରେ ଜାରି ହୋଇଥିବା ନୋଟିସ୍‌ରେ ବିଜ୍ଞାପନ ସହ ସମ୍ପୃକ୍ତ ସମସ୍ତ ପ୍ରମୋସନାଲ୍ କଣ୍ଟେଣ୍ଟ ତୁରନ୍ତ ହଟାଇବା ସହ ଅଭିଯାନରୁ ନିଜକୁ ଦୂରେଇ ରଖିବାକୁ କୁହାଯାଇଛି।

FDA ଅନୁଯାୟୀ, ବିଜ୍ଞାପନରେ ‘ଭିମଲ ଏଲାଇଚି’ ଶବ୍ଦର ବ୍ୟବହାର ଏପରି ଭାବେ ହୋଇଛି, ଯାହା ଗ୍ରାହକଙ୍କ ମନରେ ‘ଭିମଲ ପାନ୍ ମସାଲା’ ବ୍ରାଣ୍ଡ ସହ ସମ୍ପର୍କ ସୃଷ୍ଟି କରିପାରେ। ଏହା ନିଷିଦ୍ଧ ଉତ୍ପାଦର ପରୋକ୍ଷ ବା ‘ସରୋଗେଟ୍’ ପ୍ରମୋସନ୍ ହୋଇପାରେ ବୋଲି FDA ନୋଟିସ୍‌ରେ ଦର୍ଶାଇଛି। ଏହାସହ ତିନି ଅଭିନେତାଙ୍କୁ ୧୫ ଦିନ ମଧ୍ୟରେ ଲିଖିତ ଜବାବ ଦେବାକୁ କୁହାଯାଇଛି। ଏଣ୍ଡୋର୍ସମେଣ୍ଟ ଚୁକ୍ତି, କ୍ୟାମ୍ପେନ୍ ବ୍ରିଫ୍, ପାରିଶ୍ରମିକ ସମ୍ପର୍କିତ ତଥ୍ୟ ଏବଂ ବିଜ୍ଞାପନ ପୂର୍ବରୁ କରାଯାଇଥିବା ଯାଞ୍ଚର ପ୍ରମାଣ ମଧ୍ୟ ଦାଖଲ କରିବାକୁ FDA ନିର୍ଦ୍ଦେଶ ଦେଇଛି। ନୋଟିସ୍‌ରେ ଉଲ୍ଲେଖିତ ଉପଭୋକ୍ତା ସୁରକ୍ଷା ଆଇନ ଅନୁସାରେ, ଭ୍ରମାତ୍ମକ ବିଜ୍ଞାପନ ପାଇଁ ୧୦ ଲକ୍ଷରୁ ୫୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜରିମାନା ଏବଂ ତିନି ବର୍ଷ ପର୍ଯ୍ୟନ୍ତ କୌଣସି ଉତ୍ପାଦର ବିଜ୍ଞାପନ କରିବା ଉପରେ ରୋକ୍ ଲାଗିପାରେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ