Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପଲିଥିନ୍‌ ଭିତରୁ ଅଜଣା ଯୁବକଙ୍କ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ; କାରଣ ଖୋଜୁଛି ପୁଲିସ

ସୁନ୍ଦରଗଡ଼ ଜିଲ୍ଲା ଚାନ୍ଦିପୋଷ ଥାନା ବଜାର ନିକଟ ୧୪୩ ନମ୍ବର ଜାତୀୟ ରାଜପଥରୁ ରବିବାର ସକାଳେ ପଲିଥିନ୍‌ ଭିତରୁ ଜଣେ ଅଜଣା ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି। ରାସ୍ତା ଉପରେ ଏକ ନୀଳ ରଙ୍ଗର ପଲିଥିନ୍‌ ସନ୍ଦିଗ୍ଧ ଅବସ୍ଥାରେ ପଡ଼ିଥିବା ଦେଖି ସ୍ଥାନୀୟ ଲୋକେ ପୁଲିସକୁ ଖବର ଦେଇଥିଲେ। ପରେ ଚାନ୍ଦିପୋଷ ପୁଲିସ ଘଟଣାସ୍ଥଳରେ ପହଞ୍ଚି ପଲିଥିନ୍‌ ଭିତରୁ ମୃତଦେହ ଉଦ୍ଧାର କରିଥିଲା। ମୃତ ଯୁବକଙ୍କ ପରିଚୟ ଏଯାଏ ଜଣାପଡ଼ିନାହିଁ। ଯୁବକଙ୍କ ଦେହରେ ସାର୍ଟ ନଥିବା ବେଳେ ମୃତଦେହକୁ ପଲିଥିନ୍‌ ଭିତରେ ରଖାଯାଇଥିବା ଜଣାପଡ଼ିଛି।

ଘଟଣାସ୍ଥଳର ପାରିପାର୍ଶ୍ୱିକ ପରିସ୍ଥିତିକୁ ନେଇ ଯୁବକଙ୍କୁ ହତ୍ୟା କରିବା ପରେ ଏଠାରେ ଫୋପାଡ଼ି ଦିଆଯାଇଥିବା ନେଇ ସନ୍ଦେହ ପ୍ରକାଶ ପାଇଛି। ତେବେ ଏହା ହତ୍ୟାକାଣ୍ଡ କିମ୍ବା ଅନ୍ୟ କୌଣସି କାରଣରୁ ଯୁବକଙ୍କ ମୃତ୍ୟୁ ଘଟିଛି, ତାହା ତଦନ୍ତ ପରେ ସ୍ପଷ୍ଟ ହେବ। ଘଟଣାକୁ ନେଇ ଚାନ୍ଦିପୋଷ ପୁଲିସ ତଦନ୍ତ ଆରମ୍ଭ କରିଛି। ମୃତ ଯୁବକଙ୍କ ପରିଚୟ ଜାଣିବା ସହ ମୃତ୍ୟୁର ପ୍ରକୃତ କାରଣ ଏବଂ ଘଟଣା ପଛର ରହସ୍ୟ ଉନ୍ମୋଚନ ପାଇଁ ପୁଲିସ ପକ୍ଷରୁ ଛାନ୍‌ଭିନ୍‌ ଜାରି ରହିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ