Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଆରପାରିରେ ମହାଭାରତର ଶକୁନି ମାମା 

ମୁମ୍ବାଇ: ଫିଲ୍ମ ଇଣ୍ଡଷ୍ଟ୍ରି ଉପରେ କାହାର ନଜର ଲାଗିଯାଇଛି ବୋଧ ହୁଏ। କାରଣ ଏହା ଭିତରେ ଗୋଟିଏ ପରେ ଗୋଟିଏ ଅନେକ ସେଲିବ୍ରେଟଙ୍କ ମୃତ୍ୟୁ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ମହାଭାରତର ‘ଶକୁନି ମାମା’ର ଭୂମିକାରେ ଅଭିନୟ କରି ବେଶ୍ ଲୋକପ୍ରିୟତା ହାସଲ କରିଥିବା ଭେଟେରାନ୍ ଅଭିନେତା ଗୁଫି ପେଣ୍ଟଲଙ୍କ ଦେହାନ୍ତ ହୋଇଛି। ମୁମ୍ବାଇର ଏକ ଡାକ୍ତରଖାନାରେ ଗୁଫିଙ୍କର ମୃତ୍ୟୁ ହୋଇଛି। ହୃଦ୍‌ଘାତରେ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ସେ ଅନେକ ସମୟ ଧରି ବାର୍ଦ୍ଧକ୍ୟ ଜନିତ ରୋଗରେ ପୀଡିତ ଥିଲେ। ମୃତ୍ୟୁବେଳକୁ ତାଙ୍କୁ ୭୮ ବର୍ଷ ହୋଇଥିଲା। ଗୁଫି ପେଣ୍ଟଲ ଗତ ୧୦ ଦିନ ହେବ ଆଇସିୟୁରେ ଚିକିତ୍ସିତ ହେଉଥିଲେ।

ଗୁଫି ପେଣ୍ଟଲ ତାଙ୍କ କ୍ୟାରିୟରରେ ଅନେକ ଟିଭି ସିରିଏଲ ଏବଂ ଚଳଚ୍ଚିତ୍ରରେ କାମ କରିଥିଲେ। ସେ ୧୯୭୫ ମସିହାରେ ଚଳଚ୍ଚିତ୍ର ‘ରଫୁ ଚକ୍କର’ ସହିତ ନିଜର ଅଭିନୟ ଜୀବନ ଆରମ୍ଭ କରିଥିଲେ। ତେବେ ସେ ବି.ଆର ଚୋପ୍ରାଙ୍କ ସିରିଏଲ ‘ମହାଭାରତ’ରେ ଶକୁନି ମାମା ଭୂମିକାରେ ଅଭିନୟ କରି ବହୁ ଲୋକପ୍ରିୟତା ହାସଲ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ