କକ୍ରୋଚ ଜନତା ପାର୍ଟି ପରେ ‘ଦିମାଗୀ ନକ୍ସଲ ଜନତା ପାର୍ଟି’! ସୋସିଆଲ ମିଡିଆରେ ଜୋର ଧରିଛି ଚର୍ଚ୍ଚା
ନୂଆଦିଲ୍ଲୀ: ଗତ କିଛି ମାସ ହେଲା କକ୍ରୋଚ ଜନତା ପାର୍ଟିକୁ ନେଇ ଆଲୋଚନା ଜାରି ରହିଛି | ଏବେ ସାମ୍ନାକୁ ଆସିଛି ଆଉ ଏକ ପାର୍ଟି | ଯାହା ଏବେ ଚର୍ଚ୍ଚାର ବିଷୟ ହୋଇଛି | ‘ଦିମାଗୀ ନକ୍ସଲ’ ଶବ୍ଦକୁ ନେଇ ରାଜନୈତିକ ବିବାଦ ଜାରି ରହିଥିବା ବେଳେ ସୋସିଆଲ ମିଡିଆରେ ଏହାକୁ ନେଇ ଏକ ନୂଆ ବ୍ୟଙ୍ଗାତ୍ମକ ପେଜ୍ ଚର୍ଚ୍ଚାକୁ ଆସିଛି। ‘ଦିମାଗୀ ନକ୍ସଲ ଜନତା ପାର୍ଟି’ ନାମରେ ଏହି ପେଜ୍ ସୋସିଆଲ ମିଡିଆରେ ସକ୍ରିୟ ହୋଇଥିବା ଜଣାପଡ଼ିଛି। ରାଜନୈତିକ ପରିସ୍ଥିତି ଓ ‘ଦିମାଗୀ ନକ୍ସଲ’ ଶବ୍ଦକୁ ନେଇ ଚାଲିଥିବା ଚର୍ଚ୍ଚାକୁ ବ୍ୟଙ୍ଗାତ୍ମକ ଢଙ୍ଗରେ ଉପସ୍ଥାପନ କରିବା ଏହି ପେଜ୍ର ଉଦ୍ଦେଶ୍ୟ ବୋଲି ଜଣାପଡ଼ିଛି।
ସୋସିଆଲ ମିଡିଆରେ ଏହି ନାମ ଆସିବା ପରେ ଏହାକୁ ନେଇ ୟୁଜର୍ମାନଙ୍କ ମଧ୍ୟରେ ମଧ୍ୟ ଆଲୋଚନା ଆରମ୍ଭ ହୋଇଛି। ‘ଦିମାଗୀ ନକ୍ସଲ’ ଶବ୍ଦର ରାଜନୈତିକ ବ୍ୟବହାରକୁ କେନ୍ଦ୍ର କରି ଚାଲିଥିବା ବିତର୍କ ମଧ୍ୟରେ ଏଭଳି ବ୍ୟଙ୍ଗାତ୍ମକ ପେଜ୍ ସାମ୍ନାକୁ ଆସିବା ଡିଜିଟାଲ ରାଜନୈତିକ ଆଲୋଚନାକୁ ନୂଆ ଦିଗ ଦେଇଛି।
ତେବେ ଏହି ପେଜ୍ କୌଣସି ପଞ୍ଜୀକୃତ ରାଜନୈତିକ ଦଳ କିମ୍ବା ଔପଚାରିକ ରାଜନୈତିକ ସଂଗଠନ ନୁହେଁ। ଏହା ଏକ ବ୍ୟଙ୍ଗାତ୍ମକ ସୋସିଆଲ ମିଡିଆ ପ୍ଲାଟଫର୍ମ ଭାବେ ସାମ୍ନାକୁ ଆସିଥିବା ବେଳେ, ଏହା ପଛରେ କିଏ ରହିଛନ୍ତି ଏବଂ ଏହାର ଆଗାମୀ କାର୍ଯ୍ୟକଳାପ କ’ଣ ରହିବ, ସେନେଇ ସ୍ପଷ୍ଟ ସୂଚନା ମିଳିନାହିଁ।

