Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଫୁକେଟ୍-ଦିଲ୍ଲୀ ବିମାନ ଘଟଣା ପରେ ‘ଏୟାର ଇଣ୍ଡିଆ’ ପକ୍ଷରୁ କଡ଼ା ଯାଞ୍ଚ! ଡ୍ରଗ୍‌ ଟେଷ୍ଟରେ ଫେଲ୍ ହେଲେ ଆଉ ୨ ପାଇଲଟ୍

ନୂଆଦିଲ୍ଲୀ: ଫୁକେଟ୍‌-ଦିଲ୍ଲୀ ବିମାନ ଘଟଣା ପରେ ଏୟାର ଇଣ୍ଡିଆ ପକ୍ଷରୁ ପାଇଲଟମାନଙ୍କ ଡ୍ରଗ୍‌ ଟେଷ୍ଟକୁ ନେଇ କଡ଼ା ପଦକ୍ଷେପ ଜାରି ରହିଛି। ଏହି କ୍ରମରେ ଆଉ ଦୁଇଜଣ ଏୟାର ଇଣ୍ଡିଆ ପାଇଲଟ୍ ପ୍ରାଥମିକ ଡ୍ରଗ୍‌ ଟେଷ୍ଟରେ କ୍ଲିୟର କରିପାରିନଥିବା ଜଣାପଡ଼ିଛି। ତେବେ ଉଭୟଙ୍କ ଫାଇନାଲ୍ ଟେଷ୍ଟ ରିପୋର୍ଟ ଏପର୍ଯ୍ୟନ୍ତ ଆସିନାହିଁ। ଅନ୍ତିମ ରିପୋର୍ଟ ଆସିବା ପର୍ଯ୍ୟନ୍ତ ଦୁଇ ପାଇଲଟ୍‌ଙ୍କୁ ଡି-ରୋଷ୍ଟର କରାଯାଇଛି।

ଫୁକେଟ୍‌-ଦିଲ୍ଲୀ ବିମାନର ପାଇଲଟ୍‌-ଇନ୍-କମାଣ୍ଡ ବିମାନ ଅବତରଣ ପରେ କରାଯାଇଥିବା ଦୁଇଟି ମୂତ୍ର ନମୁନା ଡ୍ରଗ୍‌ ଟେଷ୍ଟରେ ବିଫଳ ହୋଇଥିଲେ। ତାଙ୍କ ନମୁନାରେ ମାରିଜୁଆନା ଚିହ୍ନଟ ହୋଇଥିଲା। ଏହା ପରେ ଏୟାର ଇଣ୍ଡିଆ ନିଜର ସମସ୍ତ ପାଇଲଟ୍‌ଙ୍କ ପାଇଁ ଡ୍ରଗ୍‌ ଟେଷ୍ଟ ବାଧ୍ୟତାମୂଳକ କରିବା ସହ ଏହାକୁ ନୂଆ ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଜର୍‌ (SOP)ର ଅଂଶ କରିଛି। ଏପର୍ଯ୍ୟନ୍ତ ୩୦୦ରୁ ଅଧିକ ଏୟାର ଇଣ୍ଡିଆ ପାଇଲଟ୍‌ ଏହି ଟେଷ୍ଟ ପ୍ରକ୍ରିୟା ଦେଇସାରିଛନ୍ତି। ଅନ୍ତିମ ଡ୍ରଗ୍‌ ଟେଷ୍ଟର ରିପୋର୍ଟ ସାଧାରଣତଃ ୨୪ରୁ ୪୮ ଘଣ୍ଟା ମଧ୍ୟରେ ଆସିଥାଏ।

ଏହି ଘଟଣାରେ ବିମାନରେ ଥିବା ଜଣେ କ୍ୟାବିନ୍ କ୍ରୁ ସଦସ୍ୟ ପାଇଲଟ୍‌ଙ୍କ ବିରୋଧରେ ପୂର୍ବରୁ ଡ୍ରଗ୍‌ ସେବନ ସମ୍ପର୍କିତ ଅଭିଯୋଗ କରିଥିବା ସୂଚନା ମିଳିଛି। ଫୁକେଟ୍‌ରୁ ଦିଲ୍ଲୀ ଆସୁଥିବା ଏୟାରବସ୍‌ A320 ବିମାନଟି ଉଡ଼ାଣ ସମୟରେ ହଠାତ୍ ପ୍ରାୟ ୩୦୦ ଫୁଟ୍ ତଳକୁ ଖସିଥିଲା। ପ୍ରାୟ ୪ ସେକେଣ୍ଡ ଧରି ବିମାନର ଏଲିଭେଟର ଓ ଏଇଲରନ୍‌ ସମେତ ଗୁରୁତ୍ୱପୂର୍ଣ୍ଣ କଣ୍ଟ୍ରୋଲ୍ ସର୍ଫେସ୍‌ଗୁଡ଼ିକ ଏକାସାଙ୍ଗରେ ନିୟନ୍ତ୍ରଣ ହରାଇଥିବା ଜଣାପଡ଼ିଥିଲା। ଏହାର ପ୍ରଭାବରେ ସ୍ପଏଲର୍‌ଗୁଡ଼ିକ ମଧ୍ୟ ନିୟନ୍ତ୍ରଣ ହରାଇଥିଲା। ଘଟଣା ପରେ ବିମାନ ସୁରକ୍ଷା ଓ ପାଇଲଟ୍‌ଙ୍କ ଡ୍ୟୁଟି ସମ୍ପର୍କିତ ନିୟମକୁ ନେଇ ଏୟାର ଇଣ୍ଡିଆର ନୂଆ ପଦକ୍ଷେପ ଗୁରୁତ୍ୱ ବହନ କରୁଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories