ନିତିନ ନବୀନଙ୍କ ନୂଆ ଟିମ୍ ଘୋଷଣା; ଉପସଭାପତି ହେଲେ ବସୁନ୍ଧରା, ରାମ ମାଧବ ଓ ବୈଜୟନ୍ତ ପଣ୍ଡା, ସାଧାରଣ ସମ୍ପାଦକ ହେଲେ ସ୍ମୃତି ଇରାନୀ
ନୂଆଦିଲ୍ଲୀ: ବିଜେପି ରାଷ୍ଟ୍ରୀୟ ସଭାପତି ନିତିନ ନବୀନଙ୍କ ନେତୃତ୍ୱରେ ଦଳର ନୂଆ ରାଷ୍ଟ୍ରୀୟ ଟିମ୍ ଘୋଷଣା ହୋଇଛି। ନୂଆ ଟିମ୍ରେ ରାଜସ୍ଥାନର ପୂର୍ବତନ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେ ସିନ୍ଧିଆ, ରାମ ମାଧବ ଏବଂ ବୈଜୟନ୍ତ ପଣ୍ଡାଙ୍କୁ ରାଷ୍ଟ୍ରୀୟ ଉପସଭାପତି ଦାୟିତ୍ୱ ଦିଆଯାଇଛି। ସେହିପରି ପୂର୍ବତନ କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀଙ୍କୁ ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ଭାବେ ନିଯୁକ୍ତ କରାଯାଇଛି।
ଦଳର ସାଙ୍ଗଠନିକ ଢାଞ୍ଚାରେ ମଧ୍ୟ ଏକାଧିକ ନୂଆ ନିଯୁକ୍ତି କରାଯାଇଛି। ପୀୟୂଷ ଗୋୟଲଙ୍କୁ ରାଷ୍ଟ୍ରୀୟ କୋଷାଧ୍ୟକ୍ଷ ଭାବେ ଦାୟିତ୍ୱ ଦିଆଯାଇଛି। ଏହି ସମସ୍ତ ନିଯୁକ୍ତି ତତ୍କାଳ ପ୍ରଭାବରେ ଲାଗୁ ହେବ ବୋଲି ଦଳ ପକ୍ଷରୁ କୁହାଯାଇଛି। ନୂଆ ଟିମ୍ରେ ଅଭିଜ୍ଞ ନେତାଙ୍କ ସହ ବିଭିନ୍ନ ରାଜ୍ୟ ଓ ଅଞ୍ଚଳକୁ ଗୁରୁତ୍ୱ ଦେଇ ସାଙ୍ଗଠନିକ ସନ୍ତୁଳନ ରଖିବାକୁ ଚେଷ୍ଟା କରାଯାଇଛି।
ନିତିନ ନବୀନଙ୍କ ନେତୃତ୍ୱରେ ଏହି ନୂଆ ଟିମ୍ ଦଳର ଆଗାମୀ ସାଙ୍ଗଠନିକ ରଣନୀତିକୁ ଆଗକୁ ବଢ଼ାଇବ। ବିଶେଷକରି ଅଭିଜ୍ଞ ନେତାମାନଙ୍କୁ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ଦିଆଯିବା ସହ ରାଷ୍ଟ୍ରୀୟ ସ୍ତରରେ ଦଳର ସାଙ୍ଗଠନିକ ଭିତ୍ତିକୁ ଆହୁରି ମଜବୁତ କରିବା ଉପରେ ଫୋକସ୍ ରହିଥିବା ଦେଖାଯାଉଛି।

