Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବିଜେପିର ନୂଆ ଜାତୀୟ ଟିମ୍‌ ଘୋଷଣା: ବୈଜୟନ୍ତ ପଣ୍ଡା ଜାତୀୟ ଉପାଧ୍ୟକ୍ଷ ସମ୍ବିତ ପାତ୍ର ନର୍ଥ ଇଷ୍ଟ କୋର୍ଡିନେଟର, ଜାଣନ୍ତୁ ସମ୍ପୂର୍ଣ୍ଣ ତାଲିକା…

ନୂଆଦିଲ୍ଲୀ: ଭାରତୀୟ ଜନତା ପାର୍ଟି ପକ୍ଷରୁ ନୂଆ ଜାତୀୟ ପଦାଧିକାରୀ ଟିମ୍‌ ଘୋଷଣା କରାଯାଇଛି। ଦଳର ଜାତୀୟ ଅଧ୍ୟକ୍ଷ ନିତିନ ନବୀନଙ୍କ ପକ୍ଷରୁ ଜାରି ହୋଇଥିବା ତାଲିକାରେ ଓଡ଼ିଶାର ବୈଜୟନ୍ତ ଜୟ ପଣ୍ଡାଙ୍କୁ ଜାତୀୟ ଉପାଧ୍ୟକ୍ଷ ଭାବେ ଦାୟିତ୍ୱ ମିଳିଛି। ତାଲିକାରେ ବସୁନ୍ଧରା ରାଜେ ସିନ୍ଧିଆ, ତୀରଥ ସିଂହ ରାୱତ, ରାମ ମାଧବ, ବୈଜୟନ୍ତ ଜୟ ପଣ୍ଡା, ଡି. ପୁରନ୍ଦେଶ୍ୱରୀ, ରେଖା ବର୍ମା, ବର୍ଷାବେନ ନରେନ୍ଦ୍ରଭାଇ ଦୋଷୀ, ଡ. ଭାରତୀ ପ୍ରବୀଣ ପୱାର, ସରଦାର ମନପ୍ରୀତ ସିଂହ ବାଦଲ, ଲାଲ ସିଂହ ଆର୍ଯ୍ୟ, ପ୍ରୋ. ଏମ୍. ନାଗରାଜ, ପ୍ରୋ. ତାରିକ ମଂସୁରୀ ଏବଂ ଡ. ମଧୁଛନ୍ଦା କରଙ୍କୁ ଜାତୀୟ ଉପାଧ୍ୟକ୍ଷ ଭାବେ ସାମିଲ କରାଯାଇଛି। ବି.ଏଲ୍. ସନ୍ତୋଷଙ୍କୁ ଜାତୀୟ ମହାମନ୍ତ୍ରୀ (ସଂଗଠନ) ଏବଂ ଶିବପ୍ରକାଶ ଓ ସୌଦାନ ସିଂହଙ୍କୁ ଜାତୀୟ ସହ-ମହାମନ୍ତ୍ରୀ (ସଂଗଠନ) ଦାୟିତ୍ୱ ଦିଆଯାଇଛି।
ଜାତୀୟ ମହାମନ୍ତ୍ରୀ ଭାବେ ବିନୋଦ ତାୱଡେ, ସୁନୀଲ ବଂସଲ, ବିପ୍ଲବ କୁମାର ଦେବ, ସ୍ମୃତି ଇରାନୀ, ଡ. ସତୀଶ ପୁନିଆ, ଗଜେନ୍ଦ୍ର ପଟେଲ, ହରିଶ ଦ୍ୱିବେଦୀ ଓ ସଞ୍ଜୟ ଭାଟିଆଙ୍କୁ ନିଯୁକ୍ତ କରାଯାଇଛି। ଏହାସହ ଜାତୀୟ ମନ୍ତ୍ରୀ ଭାବେ କବିତା ପାଟିଦାର, କେ. ସୁରେନ୍ଦ୍ରନ, ଡ. ଭୋଲା ସିଂହ, ଡ. ପ୍ରଦୀପ ବର୍ମା, ଜୟଦୀଶ ଈଶ୍ୱରଭାଇ ପଟେଲ, ଡ. ସନ୍ଦୀପ ପାଠକ, ଫାଙ୍ଗନୋନ କୋନ୍ୟାକ, ସଙ୍ଗୀତା ଯାଦବ, ଅନିଲ ଆଣ୍ଟୋନୀ, ଡ. ଏମ୍. ବୈଙ୍କଟେଶନ, ମନୋଜ ଟିଗ୍ଗା, ସିଦ୍ଧାର୍ଥ ଶମ୍ଭୁ, ଡ. ସ୍ୱଦେଶ ସିଂହ, ମୃଣାଳା ଦେବ ବର୍ମନ, ରୋହନ ଗୁପ୍ତା ଓ ଜୟ ପ୍ରକାଶଙ୍କୁ ସ୍ଥାନ ମିଳିଛି। ପୀୟୁଷ ଗୋୟଲଙ୍କୁ ଜାତୀୟ କୋଷାଧ୍ୟକ୍ଷ ଏବଂ ରାଜେଶ ମଙ୍ଗଲଙ୍କୁ ଜାତୀୟ ସହ-କୋଷାଧ୍ୟକ୍ଷ ଦାୟିତ୍ୱ ଦିଆଯାଇଛି।
ଏହି ନୂଆ ଟିମ୍‌ରେ ଓଡ଼ିଶାକୁ ମଧ୍ୟ ଗୁରୁତ୍ୱ ମିଳିଛି। ଦଳର ନର୍ଥ ଇଷ୍ଟ କୋ-ଅର୍ଡିନେଟର ଭାବେ ଓଡ଼ିଶାର ଡ. ସମ୍ବିତ ପାତ୍ରଙ୍କୁ ଦାୟିତ୍ୱ ଦିଆଯାଇଥିବା ବେଳେ ନର୍ଥ ଇଷ୍ଟ ସହ-ସଂଯୋଜକ ଭାବେ ରାଜୀବ ବବ୍ବରଙ୍କୁ ନିଯୁକ୍ତ କରାଯାଇଛି। ସେହିପରି ମିଡିଆ ସଂଯୋଜକ ଭାବେ ଅଜିଲ ବଲୁନୀ ଏବଂ ମିଡିଆ ସହ-ସଂଯୋଜକ ଭାବେ ଆଶିଷ ଉପାଧ୍ୟାୟ, ପ୍ରଦୀପ ଭଣ୍ଡାରୀ ଓ ସିଦ୍ଧାର୍ଥ ଯାଦବଙ୍କୁ ଦାୟିତ୍ୱ ମିଳିଛି। ସୋସିଆଲ ମିଡିଆ ସଂଯୋଜକ ଭାବେ ଦୀପକ ମ୍ହସ୍କେ ଏବଂ ସହ-ସଂଯୋଜକ ଭାବେ ପ୍ରୀତି ଗାନ୍ଧୀ, ଶିବାନନ୍ଦ ଦ୍ୱିବେଦୀ, ଆଲୋକ ଭଟ୍ଟ ଓ ଅରୁଣ ଯାଦବଙ୍କୁ ନିଯୁକ୍ତ କରାଯାଇଛି। ଏହାସହ ଯୁବା ମୋର୍ଚ୍ଚାର ଅଧ୍ୟକ୍ଷ ଭାବେ ଡ. ହୈମାଙ୍ଗ ଯୋଶୀ, ମହିଳା ମୋର୍ଚ୍ଚାର ଅଧ୍ୟକ୍ଷ ଭାବେ ରୂପ କୁମାରୀ ଚୌଧୁରୀ, ଓବିସି ମୋର୍ଚ୍ଚାର ଅଧ୍ୟକ୍ଷ ଭାବେ ଅମରପାଲ ମୌର୍ଯ୍ୟ, କୃଷକ ମୋର୍ଚ୍ଚାର ଅଧ୍ୟକ୍ଷ ଭାବେ ବଂଶୀଲାଲ ଗୁର୍ଜର, ଏସ୍‌ସି ମୋର୍ଚ୍ଚାର ଅଧ୍ୟକ୍ଷ ଭାବେ ଶିବେଶ କୁମାର ରାମ, ଏସ୍‌ଟି ମୋର୍ଚ୍ଚାର ଅଧ୍ୟକ୍ଷ ଭାବେ ଡ. ମନ୍ନାଲାଲ ରାୱତ ଏବଂ ଅଳ୍ପସଂଖ୍ୟକ ମୋର୍ଚ୍ଚାର ଅଧ୍ୟକ୍ଷ ଭାବେ କୁଁୱର ବାସିତ ଅଲୀଙ୍କୁ ଦାୟିତ୍ୱ ଦିଆଯାଇଛି। ଦଳ ପକ୍ଷରୁ କୁହାଯାଇଛି ଯେ ଏହି ସମସ୍ତ ନିଯୁକ୍ତି ତତ୍କାଳ ପ୍ରଭାବରୁ ଲାଗୁ ହେବ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories