Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବିଜେପିର ନୂଆ ଜାତୀୟ ଟିମ ଘୋଷଣା; IT ଓ ସୋସିଆଲ ମିଡିଆ ଦାୟିତ୍ୱରୁ ହଟିଲେ ଅମିତ ମାଲବୀୟ

ନୂଆଦିଲ୍ଲୀ: ବିଜେପିରେ ବଡ଼ ସାଙ୍ଗଠନିକ ପରିବର୍ତ୍ତନ ହୋଇଛି। ଦଳର ସୂଚନା ପ୍ରଯୁକ୍ତି (IT) ଏବଂ ସୋସିଆଲ ମିଡିଆ ବିଭାଗର ମୁଖ୍ୟ ଦାୟିତ୍ୱରୁ ଅମିତ ମାଲବୀୟଙ୍କୁ ହଟାଇ ଦିଆଯାଇଛି। ଆଜି ବିଜେପି ପକ୍ଷରୁ ଏହି ସାଙ୍ଗଠନିକ ପରିବର୍ତ୍ତନ ଘୋଷଣା କରାଯାଇଛି।

ଏହି ପରିବର୍ତ୍ତନ ପରେ ଛତିଶଗଡ଼ର ନେତା ଦୀପକ ମ୍ହାସ୍କେଙ୍କୁ ଦଳର ସୋସିଆଲ ମିଡିଆ ବିଭାଗର ନୂଆ କନଭେନର ଭାବେ ନିଯୁକ୍ତ କରାଯାଇଛି। ଦଳର ଡିଜିଟାଲ ପ୍ରଚାର, ସୋସିଆଲ ମିଡିଆ ରଣନୀତି ଏବଂ ଅନଲାଇନ୍ ଯୋଗାଯୋଗ ଦିଗରେ ଏହି ବିଭାଗର ଗୁରୁତ୍ୱ ରହିଛି।

ବିଜେପିର ନୂଆ ସାଙ୍ଗଠନିକ ଟିମ୍ ଗଠନ ପ୍ରକ୍ରିୟାର ଅଂଶ ଭାବେ ଏହି ନିଯୁକ୍ତିକୁ ଦେଖାଯାଉଛି। ଦଳର ଡିଜିଟାଲ ଏବଂ ସୋସିଆଲ ମିଡିଆ ଅଭିଯାନକୁ ଆହୁରି ସୁଦୃଢ଼ କରିବା ସହ ନୂଆ ନେତୃତ୍ୱ ଅଧୀନରେ ସାଙ୍ଗଠନିକ କାର୍ଯ୍ୟକୁ ଗତି ଦେବା ଉପରେ ଗୁରୁତ୍ୱ ରହିବ ବୋଲି ଆଶା କରାଯାଉଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories