Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବାହାନଗା ଟ୍ରେନ୍‌ ଦୁର୍ଘଟଣା; ୧୭୦ ମୃତଦେହ ଚିହ୍ନଟ; ମୁଖ୍ୟ ଶାସନ ସଚିବ

ଭୁବନେଶ୍ୱର: ଓଡ଼ିଶାର ବାଲେଶ୍ବର ଜିଲ୍ଲାର ଟ୍ରିପଲ ଟ୍ରେନ ଦୁର୍ଘଟଣା ସ୍ଥଳରେ ପୁନଃସ୍ଥାପିତ ଟ୍ରାକରେ ଟ୍ରେନ ଚଳାଚଳ ଧୀରେ ଧୀରେ ଆରମ୍ଭ ହେଉଥିବାବେଳେ ମୃତକଙ୍କ ମୃତଦେହ ଚିହ୍ନଟ କରିବା ପାଇଁ ଓଡିଶା ସରକାର ପାଇଁ ଚ୍ୟାଲେଞ୍ଜିଂ କାମ ହୋଇଛି। ଦୁର୍ଘଟଣାରେ ଶରୀର ଅଧିକ କ୍ଷତିଗ୍ରସ୍ତ ହୋଇଥିବାରୁ ମୃତଦେହ ଚିହ୍ନଟ କରିବାରେ ସମସ୍ୟା ସୃଷ୍ଟି ହେଉଛି।

ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା ଗଣମାଧ୍ୟମକୁ କହିଛନ୍ତି ଯେ ବର୍ତ୍ତମାନ ସୁଦ୍ଧା ୧୭୦ ଟି ଶବ ଚିହ୍ନଟ କରାଯାଇଛି। ମୃତଦେହ ଚିହ୍ନଟ ହେବା ପରେ ଚାଲିଛି ହସ୍ତାନ୍ତର ପ୍ରକ୍ରିୟା । ସେ ଆହୁରି ମଧ୍ୟ କହିଛନ୍ତି ଯେ ମୃତଦେହକୁ ପହଞ୍ଚାଇବା ପାଇଁ ମାଗଣା ପରିବହନ ବ୍ୟବସ୍ଥା କରାଯାଇଛି । ରାଜ୍ୟ ସରକାରଙ୍କ ପକ୍ଷରୁ ସବୁ ଖର୍ଚ୍ଚ ବହନ କରାଯାଉଛି । 

ଜୁନ୍ ୨ରେ ବାଲେଶ୍ବର ବାହାନଗାରେ ଘଟିଥିବା ଛାତିଥରା ରେଳ ଦୁର୍ଘଟଣାରେ ୨୭୫ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୧୦୦୦ ରୁ ଅଧିକ ଲୋକ ଆହତ ହୋଇଥିବା ସୂଚନା ମିଳିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories