Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଦୁର୍ଘଟଣାସ୍ଥଳ ପରଦର୍ଶନ କଲେ ରେଳ ସୁରକ୍ଷା କମିଶନର; ପରଖିଲେ ସ୍ଥିତି

ବାଲେଶ୍ବର: ବାଲେଶ୍ବର ଜିଲ୍ଲାରେ ଘଟିଥିବା ଭୟଙ୍କର ଟ୍ରିପଲ ଟ୍ରେନ ଦୁର୍ଘଟଣାର ତିନି ଦିନ ପରେ ରେଳ ସୁରକ୍ଷା କମିଶନର ଶୈଲେଶ କୁମାର ପାଠକ ସୋମବାର ଦିନ ଦୁର୍ଘଟଣାସ୍ଥଳ ପରିଦର୍ଶନ କରି ସ୍ଥିତି ଅନୁଧ୍ୟାନ କରିଛନ୍ତି। ବାହାନାଗା ଠାରେ ପହଞ୍ଚିବା ପରେ ପାଠକ ରେଳ ଷ୍ଟେସନ ସିଗନାଲ ରୁମ, କଣ୍ଟ୍ରୋଲ ରୁମ ପରିଦର୍ଶନ କରି ସେଠାରେ ଉପସ୍ଥିତ ଥିବା ଅଧିକାରୀଙ୍କ ସହ କଥାବାର୍ତ୍ତା କରିଥିଲେ। ଦକ୍ଷିଣ ପୂର୍ବାଞ୍ଚଳ ସର୍କଲ ରେଳ ସୁରକ୍ଷା କମିଶନରଙ୍କ ଦ୍ବାରା ଏକ ନିରପେକ୍ଷ ତଦନ୍ତ କରାଯାଉଥିବା ଦର୍ଶାଇଛନ୍ତି।

ଏହି ଦୁର୍ଘଟଣାର ୨୭୫ ଜଣ ପ୍ରାଣ ହରାଇଥିବାବେଳେ ୧୧୭୫ ଜଣ ଆହତ ହୋଇଛନ୍ତି ବୋଲି ସେ କହିଛନ୍ତି। ସେ ଏହା ମଧ୍ୟ କହିଛନ୍ତି ‌ଯେ ସମଗ୍ର ଯାଞ୍ଚ ପ୍ରକ୍ରିୟା ଶେଷ ହେବା ପରେ ହିଁ ଏହାର କାରଣ ଜଣା ପଡ଼ିବ। ଏହି ସମୟରେ ଦୁର୍ଘଟଣାର ପ୍ରକୃତ କାରଣ ବିଷୟରେ କିଛି କହିହେବ ନାହିଁ ବୋଲି ସେ କହିଛନ୍ତି।

ଉଲ୍ଲେଖ ଥାଉ କି, ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି ଯେ ଟ୍ରେନ୍ ଦୁର୍ଘଟଣାର ସିବିଆଇ ତଦନ୍ତ ପାଇଁ ରେଳବାଇ ବୋର୍ଡ ସୁପାରିଶ କରିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories