ରାଜଧାନୀ ରାଜରାସ୍ତାରେ ଡ୍ରାଇଭରଙ୍କ ହଙ୍ଗାମା, ପୁଲିସ ସହ ଧସ୍ତାଧସ୍ତି; ଆନ୍ଦୋଳନକାରୀଙ୍କୁ ଉଠାଇନେଲା ପୁଲିସ
ଭୁବନେଶ୍ୱର: ଭୁବନେଶ୍ୱରରେ ଅନଲାଇନ୍ କ୍ୟାବ୍ ଡ୍ରାଇଭରଙ୍କ ଆନ୍ଦୋଳନକୁ ନେଇ ପରିସ୍ଥିତି ତୀବ୍ର ହୋଇଛି। ଲୋୟର ପିଏମଜି ଓ ମାଷ୍ଟର କ୍ୟାଣ୍ଟିନ୍ ଛକରେ ଆନ୍ଦୋଳନରତ ଓଲା, ଉବେର ଓ ଅନ୍ୟ ଅନଲାଇନ୍ ଡ୍ରାଇଭରମାନେ ଜୋରଦାର ପ୍ରତିବାଦ କରିଥିବା ବେଳେ ପୁଲିସ ସହ ଧସ୍ତାଧସ୍ତି ହୋଇଥିବା ଜଣାପଡ଼ିଛି। ପରିସ୍ଥିତି ନିୟନ୍ତ୍ରଣ ପାଇଁ ପୁଲିସ କିଛି ଆନ୍ଦୋଳନକାରୀଙ୍କୁ ଉଠାଇନେଇଥିବା ସୂଚନା ମିଳିଛି।
ଡ୍ରାଇଭରମାନଙ୍କ ପ୍ରତିବାଦ ଯୋଗୁଁ ରାଜଧାନୀର କିଛି ପ୍ରମୁଖ ରାସ୍ତାରେ ଯାତାୟାତ ବାଧାପ୍ରାପ୍ତ ହୋଇଛି। ଲୋୟର ପିଏମଜି ଓ ମାଷ୍ଟର କ୍ୟାଣ୍ଟିନ୍ ଅଞ୍ଚଳରେ ଆନ୍ଦୋଳନକାରୀମାନେ ରାସ୍ତାକୁ ଆସି ପ୍ରତିବାଦ କରିବାରୁ ଗାଡ଼ି ଚଳାଚଳ ପ୍ରଭାବିତ ହୋଇଥିଲା। ଫଳରେ ରାସ୍ତାରେ ଯାତାୟାତ କରୁଥିବା ସାଧାରଣ ଲୋକଙ୍କୁ ମଧ୍ୟ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଛି।
ଡ୍ରାଇଭରମାନଙ୍କ ବିଭିନ୍ନ ଦାବି ନେଇ ଚାଲିଥିବା ଆନ୍ଦୋଳନ ମଧ୍ୟରେ ପୁଲିସର ପଦକ୍ଷେପକୁ ନେଇ ମଧ୍ୟ ପରିସ୍ଥିତି ଗରମ ହୋଇଛି। ଆନ୍ଦୋଳନକାରୀ ଡ୍ରାଇଭରଙ୍କୁ ପୁଲିସ ଧରିନେବା ପରେ ଉଭୟ ପକ୍ଷ ମଧ୍ୟରେ ଉତ୍ତେଜନା ଦେଖାଦେଇଥିଲା। ଏବେ ଆନ୍ଦୋଳନ କେତେଦିନ ଚାଲିବ ଏବଂ ଡ୍ରାଇଭରଙ୍କ ଦାବି ନେଇ ସରକାର କି ପଦକ୍ଷେପ ନେବ, ତା’ଉପରେ ନଜର ରହିଛି।

