Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଓଡ଼ିଶାକୁ ରେଳ ବିକାଶ ପାଇଁ ବଡ଼ ଭେଟି! ୩ ପ୍ରକଳ୍ପ ପାଇଁ ୭,୨୨୧ କୋଟି ମଞ୍ଜୁର, ବଢ଼ିବ ରେଳ ଓ ମାଲ ପରିବହନ କ୍ଷମତା

ଭୁବନେଶ୍ଵର: ରେଳବାଇ କ୍ଷେତ୍ରରେ ଓଡ଼ିଶାକୁ ମିଳିଛି ବଡ଼ ଭେଟି। ରାଜ୍ୟର ରେଳ ଭିତ୍ତିଭୂମିକୁ ଆହୁରି ସୁଦୃଢ଼ କରିବା ପାଇଁ କଟକ-ପାରାଦୀପ ତୃତୀୟ ଓ ଚତୁର୍ଥ ଲାଇନ୍‌, ଭଦ୍ରକ-ହରିଦାସପୁର ଚତୁର୍ଥ ଲାଇନ୍‌ ଏବଂ ଖଡ଼ଗପୁର-ଭଦ୍ରକ (ରାଣୀତାଲ) ଚତୁର୍ଥ ଲାଇନ୍‌ ପ୍ରକଳ୍ପକୁ କ୍ୟାବିନେଟ୍‌ ମଞ୍ଜୁରୀ ମିଳିଛି। ତିନିଟି ପ୍ରକଳ୍ପ ପାଇଁ ମୋଟ ପ୍ରାୟ ୭,୨୨୧ କୋଟି ଟଙ୍କା ବ୍ୟୟ ହେବ।

କଟକ-ପାରାଦୀପ ମଧ୍ୟରେ ୭୨ କିଲୋମିଟର ରେଳପଥରେ ତୃତୀୟ ଓ ଚତୁର୍ଥ ଲାଇନ୍‌ ପାଇଁ ପ୍ରାୟ ୨,୨୮୬ କୋଟି ଟଙ୍କା ଖର୍ଚ୍ଚ ହେବ। ସେହିପରି ଭଦ୍ରକ-ହରିଦାସପୁର ମଧ୍ୟରେ ୭୫ କିଲୋମିଟର ଚତୁର୍ଥ ଲାଇନ୍‌ ପାଇଁ ପ୍ରାୟ ୧,୫୮୩ କୋଟି ଏବଂ ଖଡ଼ଗପୁର-ଭଦ୍ରକ (ରାଣୀତାଲ) ମଧ୍ୟରେ ୧୭୩ କିଲୋମିଟର ଚତୁର୍ଥ ଲାଇନ୍‌ ପାଇଁ ପ୍ରାୟ ୩,୩୫୨ କୋଟି ଟଙ୍କା ଅଟକଳ କରାଯାଇଛି।

ଏହି ପ୍ରକଳ୍ପଗୁଡ଼ିକ ସମ୍ପୂର୍ଣ୍ଣ ହେଲେ ଓଡ଼ିଶାରେ ରେଳ ଯାତାୟାତ ସହ ମାଲ ପରିବହନ କ୍ଷମତା ବଢ଼ିବାର ଆଶା ରହିଛି। ବିଶେଷକରି ପାରାଦୀପ ବନ୍ଦର, ଶିଳ୍ପାଞ୍ଚଳ ଏବଂ ପ୍ରମୁଖ ରେଳ କରିଡରଗୁଡ଼ିକୁ ଏହାର ଲାଭ ମିଳିପାରେ। ଏହା ରାଜ୍ୟର ରେଳ ଭିତ୍ତିଭୂମି ବିକାଶକୁ ଆହୁରି ଗତି ଦେବ ବୋଲି ଆଶା କରାଯାଉଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ