Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଗୁଣିଗାରେଡ଼ି ସିଦ୍ଧି ପାଇବା ପାଇଁ ସାଙ୍ଗକୁ ହତ୍ୟା ! ପୂଜାଘରେ ପୋତିଲା ମୁଣ୍ଡ, ପୋଖରୀରେ ମିଳିଲା ଗଳିତ ମୃତଦେହ

ବଲାଙ୍ଗିର: ବଲାଙ୍ଗିର ଜିଲ୍ଲା ଦେଓଗାଁ ଥାନା ଅଞ୍ଚଳରେ ଏକ ବୀଭତ୍ସ ହତ୍ୟାକାଣ୍ଡ ଚାଞ୍ଚଲ୍ୟ ସୃଷ୍ଟି କରିଛି। ଗୁଣିଗାରେଡ଼ି ବିଦ୍ୟାରେ ସିଦ୍ଧି ପାଇବା ଉଦ୍ଦେଶ୍ୟରେ ଜଣେ ବ୍ୟକ୍ତି ନିଜ ସାଙ୍ଗକୁ ବଳି ଦେଇଥିବା ଅଭିଯୋଗ ହୋଇଛି। ମୃତକ ହେଲେ ତୁଷୁରା ଥାନା ଅନ୍ତର୍ଗତ ଟେବଡ଼ାମୁଣ୍ଡା ଗାଁର ୪୫ ବର୍ଷୀୟ ସନ୍ତୋଷ ଖର୍ସେଲ। ଏହି ଘଟଣାରେ ବଗଡ଼ା ଗାଁର ଶତ୍ରୁଘ୍ନ ସାହୁଙ୍କୁ ପୋଲିସ ଅଟକ ରଖିଛି।

ଗୁରୁବାର ବଗଡ଼ା ହାଇସ୍କୁଲ ନିକଟସ୍ଥ ଏକ ପୋଖରୀରେ ମୁଣ୍ଡବିହୀନ ଗଳିତ ମୃତଦେହ ଭାସୁଥିବା ଦେଖି ଲୋକେ ପୋଲିସକୁ ଖବର ଦେଇଥିଲେ। ତଦନ୍ତ ବେଳେ ମୃତକ ସନ୍ତୋଷ ବୋଲି ଚିହ୍ନଟ ହୋଇଥିଲା। ସନ୍ତୋଷ କିଛିଦିନ ଧରି ଶତ୍ରୁଘ୍ନଙ୍କ ସହ ରହୁଥିବା ଜଣାପଡ଼ିବା ପରେ ପୋଲିସ ତାଙ୍କୁ ଜେରା କରିଥିଲା। ପ୍ରଥମେ ପୋଲିସକୁ ଭ୍ରମିତ କରିବାକୁ ଚେଷ୍ଟା କରିଥିଲେ ମଧ୍ୟ ପରେ ଜେରା ସମୟରେ ସେ ହତ୍ୟାକାଣ୍ଡ ସମ୍ପର୍କରେ ସ୍ୱୀକାରୋକ୍ତି ଦେଇଥିବା ପୋଲିସ କହିଛି।

ଅଭିଯୁକ୍ତଙ୍କ ବୟାନ ଆଧାରରେ ପୋଲିସ ତାଙ୍କ ଘର ଭିତରେ ଖୋଳି ଏକ କଟାମୁଣ୍ଡ ଜବତ କରିଥିଲା। ସେଠାରେ ତମ୍ବା ନାଗ ଓ କାଠଖୁଣ୍ଟରେ ପୂଜାର୍ଚ୍ଚନାର ଚିହ୍ନ ମିଳିଥିବା ବେଳେ ନିକଟରେ ରକ୍ତ ଦାଗ ମଧ୍ୟ ଥିବା ଜଣାପଡ଼ିଛି। ତେବେ ଗୁଣିଗାରେଡ଼ି ସିଦ୍ଧି ପାଇଁ ସନ୍ତୋଷଙ୍କୁ ବଳି ଦିଆଯାଇଥିଲା କି ନାହିଁ, ତାହା ସମେତ ହତ୍ୟାର ପ୍ରକୃତ କାରଣ ନେଇ ପୋଲିସ ତଦନ୍ତ ଜାରି ରଖିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ