Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଭୁବନେଶ୍ୱର ରେଳ ଷ୍ଟେସନରେ ଯୁବକଙ୍କୁ ନିର୍ଯାତନା ଅଭିଯୋଗ, ହାତଗୋଡ଼ ବାନ୍ଧି ମାଡ଼ ମାରିବାର ଭିଡିଓ ଭାଇରାଲ୍

ଭୁବନେଶ୍ୱର: ଭୁବନେଶ୍ୱର ରେଳ ଷ୍ଟେସନରେ ଜଣେ ଯୁବକଙ୍କୁ ହାତଗୋଡ଼ ବାନ୍ଧି ମାଡ଼ ମାରିବାର ଅଭିଯୋଗ ସାମ୍ନାକୁ ଆସିଛି। ପ୍ରାୟ ୮ରୁ ୧୦ ଜଣ ବ୍ୟବସାୟୀ ଯୁବକଙ୍କୁ ଧରି ନିସ୍ତୁକ ମାଡ଼ ମାରୁଥିବାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍ ହେବା ପରେ ଘଟଣାଟି ଚର୍ଚ୍ଚାକୁ ଆସିଛି। ଘଟଣାଟି ଅଗଷ୍ଟ ୧୧ ତାରିଖ ରାତିର ବୋଲି ଜଣାପଡ଼ିଛି।

ସୂଚନା ଅନୁସାରେ, ଆକ୍ରମଣର ଶିକାର ଯୁବକ ଜଣକ ବୌଦ୍ଧ ତଳଗାଁ ଅଞ୍ଚଳର ଭରତ ବେହେରା। ପୁଲିସର ସୂଚନା ଅନୁଯାୟୀ, ଭରତ ମାନସିକ ଅସୁସ୍ଥତାରେ ପୀଡ଼ିତ। ଘଟଣା ଦିନ ସେ ଭୁବନେଶ୍ୱର ରେଳ ଷ୍ଟେସନକୁ ଆସିଥିଲେ। ରାତିରେ କିଛି ଦୋକାନ ବନ୍ଦ ଥିବା ସମୟରେ ସେ ଖାଦ୍ୟ ନେଇଥିବା ଅଭିଯୋଗ ହୋଇଥିଲା। ଏହାକୁ ନେଇ କିଛି ଦୋକାନୀ ବିରୋଧ କରିବା ପରେ ଯୁବକ ଜଣକ ଦୋକାନରେ ଭଙ୍ଗାରୁଜା କରିଥିବା ଅଭିଯୋଗ ରହିଛି। ପରେ କିଛି ବ୍ୟବସାୟୀ ତାଙ୍କୁ ଧରି ହାତଗୋଡ଼ ବାନ୍ଧି ମାଡ଼ ମାରିଥିବା ଅଭିଯୋଗ ହୋଇଛି।

ପରେ ଆହତ ଯୁବକଙ୍କୁ ଜିଆରପି ଥାନାରେ ହସ୍ତାନ୍ତର କରାଯାଇଥିଲା। ତେବେ ଘଟଣାର ଭିଡିଓ ଏବେ ସାମ୍ନାକୁ ଆସିବା ପରେ ଜିଆରପି ପୁଲିସ ନିଜ ଆଡୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ଷ୍ଟେସନର ସିସିଟିଭି ଫୁଟେଜ୍, ଭାଇରାଲ୍ ଭିଡିଓ ଏବଂ ଘଟଣାରେ ସମ୍ପୃକ୍ତ ଦୋକାନୀମାନଙ୍କୁ ତଦନ୍ତ ପରିସରଭୁକ୍ତ କରାଯାଇଛି। ଘଟଣାର ପ୍ରକୃତ କାରଣ ଏବଂ ଆକ୍ରମଣରେ କେଉଁମାନେ ସମ୍ପୃକ୍ତ ଥିଲେ, ତାହା ନେଇ ତଦନ୍ତ ଜାରି ରହିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories