Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ମାଷ୍ଟରକ୍ୟାଣ୍ଟିନ ହିଂସାକୁ ନେଇ କ୍ଷମା ମାଗିଲେ ଅନଲାଇନ୍ ଅଟୋ ସଂଘର ସଭାପତି, ଭିଡିଓ ଜାରି କରି ରଖିଲେ ପ୍ରତିକ୍ରିୟା

ଭୁବନେଶ୍ୱର: ମାଷ୍ଟରକ୍ୟାଣ୍ଟିନ ହିଂସା ଘଟଣାକୁ ନେଇ ମୁହଁ ଖୋଲିଛନ୍ତି ଅନଲାଇନ୍ ଅଟୋ ସଂଘର ସଭାପତି ଦୀନବନ୍ଧୁ ନାୟକ। ଏକ ୧୪ ମିନିଟର ଭିଡିଓ ବାର୍ତ୍ତା ଜାରି କରି ସେ ଘଟଣା ପାଇଁ ସାଧାରଣ ଲୋକଙ୍କୁ କ୍ଷମା ପ୍ରାର୍ଥନା କରିଛନ୍ତି। ଆନ୍ଦୋଳନ ଯୋଗୁଁ ଲୋକମାନେ ଯେଉଁ ଅସୁବିଧାର ସମ୍ମୁଖୀନ ହୋଇଥିଲେ, ସେଥିପାଇଁ ସେ ଦୁଃଖିତ ବୋଲି କହିଛନ୍ତି।

ଦୀନବନ୍ଧୁ କହିଛନ୍ତି, ଆନ୍ଦୋଳନ ପଛରେ କୌଣସି ରାଜନୈତିକ ଉଦ୍ଦେଶ୍ୟ ନଥିଲା। ନିଜ ଦାବି ଓ ଅଧିକାର ପୂରଣ ହେଉନଥିବାରୁ ଅଟୋ ଚାଳକମାନେ ଆନ୍ଦୋଳନର ପନ୍ଥା ଆପଣାଇଥିଲେ ବୋଲି ସେ ଭିଡିଓ ବାର୍ତ୍ତାରେ କହିଛନ୍ତି। ତେବେ ଘଟଣା ପାଇଁ କ୍ଷମା ମାଗିଥିଲେ ମଧ୍ୟ ସେ ଅଟୋ ଚାଳକମାନଙ୍କ ପକ୍ଷରେ ନିଜର ମତ ରଖିଛନ୍ତି।

ଅନ୍ୟପକ୍ଷରେ, ମାଷ୍ଟରକ୍ୟାଣ୍ଟିନ ହିଂସା ଘଟଣାରେ ପୁଲିସ ଏପର୍ଯ୍ୟନ୍ତ ୧୧୩ ଜଣଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି। ୩୫୪ଟି ଗାଡ଼ି ଜବତ କରାଯାଇଥିବା ବେଳେ ଖାରବେଳନଗର ଥାନାରେ ୭ଟି ଏଫ୍‌ଆଇଆର୍‌ ରୁଜୁ ହୋଇଛି। ଏହାସହ ଅଭିଯୁକ୍ତ ଗାଡ଼ି ମାଲିକଙ୍କ ଗାଡ଼ିର ପରମିଟ୍‌ ଓ ଆର୍‌ସି କାହିଁକି ବାତିଲ ନହେବ, ସେନେଇ ପରିବହନ ବିଭାଗ ପକ୍ଷରୁ ସୋ’ କଜ୍‌ ନୋଟିସ୍‌ ଜାରି ହୋଇଛି। ଅନ୍ୟପଟେ, ଘଟଣା ପରଠାରୁ ସଂଘ ସଭାପତି ଦୀନବନ୍ଧୁ ନାୟକ ଫେରାର ଥିବା ସୂଚନା ମିଳିଥିବା ବେଳେ ତାଙ୍କୁ ଧରିବା ପାଇଁ ପୁଲିସ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରଖିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories