Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କାଳେଶ୍ୱର ଶୈବପୀଠରେ ସୌନ୍ଦର୍ଯ୍ୟକରଣ ପାଇଁ ଭିତ୍ତିପ୍ରସ୍ଥର ସ୍ଥାପନ

କୋକସରା: କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ କାଉଡୋଳା ପଞ୍ଚାୟତ ର ବଡ଼ କେନ୍ଦୁଗୁଡା ଗ୍ରାମ ନିକଟରେ ଅବସ୍ଥିତ ପୁରାତନ ଶୈବପୀଠ କାଳେଶ୍ୱର।ମହାଦେବ ଙ୍କ ମନ୍ଦିର ପରିସରରେ ସୌନ୍ଦର୍ଯ୍ୟ କରଣ ପାଇଁ ବ୍ଲକ ପ୍ରଶାସନ ପକ୍ଷରୁ ୧୦ ଲକ୍ଷ ଟଙ୍କା ର ଅନୁଦାନ ଦିଆଯାଇଛି। ସୋମବାର ଏହି ଅବସର ରେ କାଳେଶ୍ୱର ମନ୍ଦିର ପରିସରରେ ଭିତ୍ତି ପ୍ରସ୍ଥର ସ୍ଥାପନ କରାଯାଇଛି। କାଳେଶ୍ୱର ଶୈବପୀଠ କମିଟିର ଟ୍ରଷ୍ଟ ର ଅଧ୍ୟକ୍ଷ ଆଦିତ୍ୟ କୁମାର ପଣ୍ଡା ଙ୍କ ଉପସ୍ଥିତି ରେ ମୁଖ୍ୟ ଅତିଥି ଭାବେ କୋକସରା ବ୍ଲକ ଉପାଧ୍ୟକ୍ଷ ରାଜୀବ କୁମାର ଅଗ୍ରୱାଲ, କାଉଡୋଳା ସରପଞ୍ଚ ଦେବିସିଂ ତାଣ୍ଡି, ସମିତି ସଭ୍ୟା ବୈଦେହୀ ବେଶ୍ରା, ଡୁଡୁକାଠେଙ୍ଗା ପଞ୍ଚାୟତ ସରପଞ୍ଚ ହରିପ୍ରିୟା ନାଗ,ମହିମା ସରପଞ୍ଚ ଇଶରାମ କୋଲଥିଆ,ଅର୍ଜୁନ ଭାଟି,ସଞ୍ଚୟ ସିଙ୍ଘଲ,ଅରୁଣ ଅଗ୍ରୱାଲ ଉପସ୍ଥିତ ରହି ମନ୍ଦିରର ଆନୁସଙ୍ଗିକ ସୌନ୍ଦର୍ଯ୍ୟ କରଣ ପାଇଁ ବ୍ଲକ ପ୍ରଶାସନ ଦୃଷ୍ଟି ଦେଇ ଅନୁଦାନ ଦେଇଥିବାରୁ ଧନ୍ୟବାଦ ଜଣାଇଛନ୍ତି ।

ମନ୍ଦିର କମିଟି ପକ୍ଷରୁ ପୁଜକ ପ୍ରତାପ ପଣ୍ଡା ,ଭାସ୍କର ଦିଶାରୀ,ଟ୍ରଷ୍ଟ ସମ୍ପାଦକ କୈଳାଶ ଚଳାନ,ଗୌରାଙ୍ଗ ନାଗ, ନରେନ୍ଦ୍ର ନାଏକ,ବୈଷ୍ଣଵ ନାଏକ,ସାଧୁ ବେମାଲ, ଲଳିତ ମାଝୀ, ବଳଦେବ ବେମାଲ, ସେବାୟତ ମକରନ୍ଦ ରାଉତ ଘେନୁ ନାଗ ପ୍ରମୁଖ ଉପସ୍ଥିତ ଥିଲେ।ମଞ୍ଚ ପରିଚାଳନା ପ୍ରସନ୍ନ ନାଏକ କରିଥିଲେ। ଆଗକୁ ମଧ୍ୟ ଶୈବପୀଠ ର ଭିତ୍ତିଭୂମି ବିକାଶ ଦିଗରେ ଯଥା ସମ୍ଭବ ଅନୁଦାନ ଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି ବ୍ଲକ ଉପାଧ୍ୟକ୍ଷ ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ