Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ମୁମ୍ବାଇରେ ନିର୍ମାଣାଧୀନ କୋଠା ନିକଟରେ ଅଘଟଣ, ୧୧ ମହଲାରୁ ଘର ଉପରେ ଖସିଲା କ୍ରେନ୍‌; ୧୦ ଆହତ

ମୁମ୍ବାଇ: ମୁମ୍ବାଇର କ୍ୟୁରେସି ନଗରରେ ନିର୍ମାଣାଧୀନ ଆପାର୍ଟମେଣ୍ଟ ନିକଟରେ ବଡ଼ ଦୁର୍ଘଟଣା ଘଟିଛି। ଏକ କ୍ରେନ୍‌ ଭାରସାମ୍ୟ ହରାଇ ପ୍ରାୟ ୧୧ ମହଲା ଉଚ୍ଚତାରୁ ତଳକୁ ଖସି ଦୁଇଟି ଘର ଉପରେ ପଡ଼ିଥିବା ଜଣାପଡ଼ିଛି। ଏହି ଦୁର୍ଘଟଣାରେ ୧୦ ଜଣ ଆହତ ହୋଇଥିବା ବେଳେ ଆହତମାନଙ୍କୁ ଉଦ୍ଧାର କରି ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ସୂଚନା ଅନୁସାରେ, କ୍ରେନ୍‌ ସାହାଯ୍ୟରେ ଏକ ପୋକ୍ଲିନ୍‌ ମେସିନ୍‌କୁ ସ୍ଥାନାନ୍ତର କରାଯାଉଥିବା ସମୟରେ ହଠାତ୍ କ୍ରେନ୍‌ଟି ଭାରସାମ୍ୟ ହରାଇଥିଲା। ଫଳରେ ଏହା ତଳେ ଥିବା ଦୁଇଟି ଘର ଉପରେ ଖସିପଡ଼ିବା ସହ ଅନେକ କାର୍‌ ଓ ଅଟୋ ମଧ୍ୟ କ୍ଷତିଗ୍ରସ୍ତ ହୋଇଛି। ଘଟଣା ପରେ ଅଗ୍ନିଶମ ବିଭାଗ ଓ ଉଦ୍ଧାରକାରୀ ଟିମ୍‌ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି।

କ୍ରେନ୍‌ଟି କେଉଁ କାରଣରୁ ଭାରସାମ୍ୟ ହରାଇଲା, ସେନେଇ ତଦନ୍ତ ଆରମ୍ଭ ହୋଇଛି। ପୁଲିସ ଘଟଣାସ୍ଥଳରେ ପହଞ୍ଚି ଦୁର୍ଘଟଣାର କାରଣ ଓ ନିର୍ମାଣସ୍ଥଳର ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କରୁଛି। ତେବେ ନିକଟସ୍ଥ ରେଳ ଲାଇନ୍‌ରେ କେବଳ ମାଲଗାଡ଼ି ଚଳାଚଳ କରୁଥିବାରୁ ଯାତ୍ରୀବାହୀ ଟ୍ରେନ୍‌ ସେବା ଉପରେ ଏହି ଦୁର୍ଘଟଣାର ପ୍ରଭାବ ପଡ଼ିନଥିବା ସୂଚନା ମିଳିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories