Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଆଷ୍ଟନ ମାର୍ଟିନ୍‌ ଧକ୍କାରେ ଯୁବତୀ ମୃତ, ସାଂସଦଙ୍କ ପୁଅଙ୍କ ବିରୋଧରେ ମାମଲା; ନୋଟିସ୍‌ ଜାରି କଲା ପୁଲିସ

ହାଇଦ୍ରାବାଦ: ହାଇଦ୍ରାବାଦର ମାଧପୁର ଅଞ୍ଚଳରେ ଆଷ୍ଟନ ମାର୍ଟିନ୍‌ କାର୍‌ ଧକ୍କାରେ ୨୬ ବର୍ଷୀୟା ଯୁବତୀ ଭାରତୀ ମୁଖୀଙ୍କ ମୃତ୍ୟୁ ଘଟଣାକୁ ନେଇ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି। ଅଗଷ୍ଟ ୧୬ ତାରିଖରେ ଇନୋରବିଟ୍‌ ମଲ୍‌ ନିକଟରେ ଭାରତୀ ରାସ୍ତା ପାର ହେଉଥିବା ସମୟରେ କାର୍‌ଟି ତାଙ୍କୁ ଧକ୍କା ଦେଇଥିବା ଅଭିଯୋଗ ହୋଇଛି। ଭାରତୀ ମଲ୍‌ରେ ଥିବା ଏକ ପୋଷାକ ଶୋ’ରୁମ୍‌ରେ କାମ କରୁଥିଲେ। ଘଟଣା ସମୟରେ ସେ ତାଙ୍କ ସହକର୍ମୀ ପୂଜାଙ୍କ ସହ ମଧ୍ୟାହ୍ନ ଭୋଜନ ପରେ କାର୍ଯ୍ୟସ୍ଥଳକୁ ଫେରୁଥିଲେ।

ଏଫ୍‌ଆଇଆର୍‌ ଅନୁସାରେ, ଭାରତୀ ରାସ୍ତା ପାର ହେଉଥିବା ବେଳେ ଆଷ୍ଟନ ମାର୍ଟିନ୍‌ କାର୍‌ ତାଙ୍କୁ ଧକ୍କା ଦେଇଥିଲା। ଏହି ଦୁର୍ଘଟଣାରେ ତାଙ୍କ ମୁଣ୍ଡରେ ଗୁରୁତର ଆଘାତ ଲାଗିବା ସହ ପ୍ରବଳ ରକ୍ତସ୍ରାବ ହୋଇଥିଲା। ତାଙ୍କୁ ସେହି କାର୍‌ରେ ଜୁବିଲି ହିଲ୍ସସ୍ଥିତ ଆପୋଲୋ ହସ୍ପିଟାଲକୁ ନିଆଯାଇଥିଲା। କିନ୍ତୁ ହସ୍ପିଟାଲରେ ପହଞ୍ଚିବା ପରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ପରେ ପୂଜା ଷ୍ଟୋର ମ୍ୟାନେଜରଙ୍କୁ ଘଟଣା ସମ୍ପର୍କରେ ଜଣାଇବା ପରେ ପୁଲିସକୁ ସୂଚନା ଦିଆଯାଇଥିଲା।

ସାଇବରାବାଦ ପୁଲିସର ତଦନ୍ତ ଅନୁସାରେ, ୨୧ ବର୍ଷୀୟ ଲିଙ୍ଗମାନେନି ସଞ୍ଜୁଷ କାର୍‌ ଚଳାଉଥିଲେ। ସେ ରାଜ୍ୟସଭା ସାଂସଦ ତଥା ବ୍ୟବସାୟୀ ଲିଙ୍ଗମାନେନି ରମେଶଙ୍କ ପୁଅ ବୋଲି ପୁଲିସ କହିଛି। ଦ୍ରୁତଗତି ଓ ବେପରୁଆ ଭାବେ ଗାଡ଼ି ଚଳାଇଥିବା ଅଭିଯୋଗରେ ତାଙ୍କ ବିରୋଧରେ ମାମଲା ରୁଜୁ ହୋଇଛି। ମାଧପୁର ଏସିପି ପି. ଶ୍ରୀଧରଙ୍କ ସୂଚନା ଅନୁସାରେ, ଅଭିଯୁକ୍ତଙ୍କୁ ପୁଲିସ ନୋଟିସ୍‌ ଜାରି କରିଛି। ଘଟଣାର ତଦନ୍ତ ଜାରି ରହିଥିବା ବେଳେ ଦୁର୍ଘଟଣାର ସମସ୍ତ ପରିସ୍ଥିତି ଓ ତଥ୍ୟ ଯାଞ୍ଚ କରାଯାଉଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories