Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କବି ରାଜେଶ ଦାଶଙ୍କ ବ୍ୟଙ୍ଗ କବିତା ସଂକଳନ ;ଜଷ୍ଟ ଗୁଟେ ଲୋକାର୍ପିତ

କଳାହାଣ୍ଡି: କଳାହାଣ୍ଡି ଜିଲ୍ଲା ମୁଖ୍ୟାଳୟ ଭବାନୀପାଟଣାସ୍ଥିତ କଳାହାଣ୍ଡି ବିଶ୍ୱ ବିଦ୍ୟାଳୟ ମାଣିକ୍ୟ ବିହାର ପରିସରରେ କବି ରାଜେଶ ଦାଶଙ୍କ ବ୍ୟଙ୍ଗ କବିତା ସଂକଳନ ‘ଜଷ୍ଟ ଗୁଟେ’ ଲୋକାର୍ପିତ ହୋଇଯାଇଛି ! ଏଥିରେ ମୁଖ୍ୟଅତିଥି ଭାବେ ବିଶ୍ବ ବିଦ୍ୟାଳୟର କୁଳପତି ପ୍ରଫେସର ସଞ୍ଜୟ କୁମାର ଶତପଥୀ ଯୋଗ ଦେଇଥିବାବେଳେ ସମ୍ମାନିତ ଅତିଥି ଭାବେ ବିଶ୍ବ ବିଦ୍ୟାଳୟର କୁଳ ସଚିବ ପିତାମ୍ବର ଭୋଇ, ମହାବୀର ସାଂସ୍କୃତିକ ଅନୁଷ୍ଠାନର ସଭାପତି ଜୟନ୍ତ କୁମାର ବେହେରା, କଳାହାଣ୍ଡି ଲେଖକ କଳା ପରିଷଦର ସଭାପତି ଉମେଶ ଚନ୍ଦ୍ର ପଣ୍ଡା, ନାଟ୍ୟକାର ଡ. ଉମେଶ ଚନ୍ଦ୍ର ଶତପଥୀ, ଗୁରୁ ପ୍ରଭାସ ଚନ୍ଦ୍ର ମିଶ୍ର, ବରିଷ୍ଠ ସାମ୍ବାଦିକ ଉମା ଶଙ୍କର କର, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ମନୋଜ କୁମାର ବେହେରା, କେସିଙ୍ଗା ମହାବିଦ୍ୟାଳୟର ଅଧ୍ୟକ୍ଷ ସୁଶାନ୍ତ କୁମାର ପାଢ଼ୀ, ଅଧ୍ୟାପକ ନାଟ୍ୟକାର ମନୋଜ ରଥ, ଅଧ୍ୟାପକ ଶୁଭେନ୍ଦୁ କୁମାର ମହାପାତ୍ର ଏବଂ ଓଡିଶା ସଂଗୀତ ଏକାଡେମୀର ସଦସ୍ୟ ଧ୍ୟାନାନନ୍ଦ ପଣ୍ଡା ପ୍ରମୁଖ ଯୋଗ ଦେଇଥିଲେ ! ବିଶ୍ୱ ବିଦ୍ୟାଳୟ ପରିସରରେ ଥିବା ଡୋକରୀଦେବୀଙ୍କ ପୂଜାର୍ଚ୍ଚନା ପରେ କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଥିଲା ! ଏଇ ଅବସରରେ ବରିଷ୍ଠ କବି ସୋହନଲାଲ ଅଗ୍ରୱାଲ, ସୁଦେଷ୍ଣ| ପଣ୍ଡା, ଆନନ୍ଦିନୀ ପାତ୍ର, ଟିନା ଶାସିନୀ, ସନ୍ତୋଷ ରଥ ଓ କମ୍ଭୁପାଣି ବାଗ ପ୍ରମୁଖ ହାସ୍ୟ ବ୍ୟଙ୍ଗ କବିତା ଆବୃତ୍ତି କରିଥିଲେ ! କବି ବିରଞ୍ଚି ନାରାୟଣ ମୁଣ୍ଡ ମଞ୍ଚ ସଂଯୋଜନା କରିଥିବାବେଳେ ଗୁଡ୍ଡୀ ତ୍ରିପାଠୀ, ରିଷିତା ଦାଶ, ରିଷି ଦାଶ, ସୌରଭ ମହାପାତ୍ର, ଅମୀୟ କୁମାର ସାହୁ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ! ଆଦିତ୍ୟ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ ! ଏଥିରେ ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ବହୁ ସଂଖ୍ୟାରେ କବି, ଲେଖକ ଓ ସାରସ୍ୱତ ପ୍ରେମୀ ଯୋଗ ଦେଇଥିଲେ !