Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଗୋପାଳପୁର ଏନଏସି ପକ୍ଷରୁ ବିଶ୍ଵ ପରିବେଷ ଦିବସ ପାଳିତ

ଗୋପାଳପୁର: ଗୋପାଳପୁର ଏନ ଏ ସି ପକ୍ଷରୁ ଆଜି ବିଶ୍ଵ ପରିବେଷ ଦିବସ ବେଳାଭୂମି ଠାରେ ପାଳିତ ହୋଇଥିଲା l ଏହି କାର୍ଯ୍ୟକ୍ରମକୁ ଏନ ଏ ସି ଅଧକ୍ଷ ଏ. ଜାନକୀ ରାମ ଅଧକ୍ଷତା କରିଥିବା ବେଳେ କାର୍ଯ୍ୟନିର୍ବାହୀ ଅଧିକାରୀ ମାନସ ରଞ୍ଜନ ମଲ୍ଲିକ ପରିଚାଳନା କରିଥିଲେ l ଏଥିରେ ମୁଖ୍ୟ ଅତିଥି ଭାବେ ରଙ୍ଗେଈଲୁଣ୍ଡା ବ୍ଲକ ବିଡ଼ିଓ ବିଶ୍ୱଜିତ ରାୟ, ସମ୍ମାନିତ ଅତିଥି କନିସି ତହସିଲଦାର ପ୍ରଳୟାନନ୍ଦ ଶତପଥୀ, ପାନ୍ଥନିବାସ ବାପି ରଞ୍ଜନ ସାହୁ, ବତିଘର ଅଧିକାରୀ ଏସ. କେ ପାଢ଼ୀ, ପୂର୍ବତନ ବତିଘର ଅଧିକାରୀ ଏ. କେ ଦାସ ପ୍ରମୁଖ ଯୋଗ ଦେଇ ବେଳାଭୂମିରେ ପ୍ରାୟ ୫୦ ଟି ଚାରା ରୋପଣ କରିଥିଲେ l ତାହାସହ ଟ୍ରେନ ଦୁର୍ଘଟଣାରେ ମୃତ୍ୟୁ ବରଣ କରିଥୁବା ଲୋକଙ୍କ ପାଇଁ ଅମର ଆତ୍ମାର ସଦଗତି କାମନା ନିିମନ୍ତେ ଦୁଇ ମିନିଟ ନିରବ ପାର୍ଥନା କରିଥିଲେ l ଏହି କାର୍ଯ୍ୟକ୍ରମରେ ସମସ୍ତ କାଉନସିଲର,ଏନ ଏ ସି କର୍ମଚାରୀ, ସଫେଇ କର୍ମଚାରୀଙ୍କ ସମେତ ଜି. ସାତେୟା, ବି. ଜଗୋଲୁ ପ୍ରମୁଖ ଉପସ୍ଥିତ ଥିଲେ l ଏ ନେଇ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ସହ ଯୋଗାଯୋଗ ବେଳେ କହିଛନ୍ତି ଗୋପାଳପୁର ଏକ ପର୍ଯ୍ୟଟନ ସ୍ଥଳୀ ହୋଇଥିବାରୁ ପର୍ଯ୍ୟଟକଙ୍କୁ ଆକୃଷ୍ଠ କରିବା ପାଇଁ ବେଳାଭୂମିରେ ଚାରା ରୋପଣ କରାଯାଇଛି l ତାହାସହ ଅନ୍ୟ ସ୍ତାନ ମାନଙ୍କରେ ମଧ୍ୟ ଚାରା ରୋପଣ କରାଯିବା ସହ ବେଳାଭୂମିର ଉନ୍ନତି କରଣ କରାଯିବ ବୋଲି କହିଛନ୍ତି ।