Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

“ହେକ ଟୁ ଦ ଫୁୟୁଚର”ଜାତୀୟ ସ୍ତର ଆଲୋଚନା ଚକ୍ର ରେ ଭାଗ ନେବେ କୋକସରା ବ୍ଲକ ର ଛାତ୍ରୀ ଅଙ୍କିତା ପଟ୍ଟନାୟକ।

କଳାହାଣ୍ଡି,୨୬/୦୮
ଆସନ୍ତା ୨୯/୩୦ ଦୁଇଦିନ ଧରି ବାଙ୍ଗାଲୋର ଠାରେ ଆୟୋଜିତ “ହେକାଥନ ହେକ ଟୁ ଦ ଫୁୟୁଚର” ଆଲୋଚନା ଚକ୍ର ରେ କଳାହାଣ୍ଡି ଜିଲ୍ଲା ରୁ ପ୍ରତିନିଧିତ୍ୱ କରିବେ କୋକସରା ଜବହାର ଉଚ୍ଚ ବିଦ୍ୟାଳୟ ର ଦଶମ ଛାତ୍ରୀ ଅଙ୍କିତା ପଟ୍ଟନାୟକ। ଏନେଇ ବିଦ୍ୟାଳୟ ପକ୍ଷରୁ ଆୟୋଜିତ ଏକ କାର୍ଯ୍ୟକ୍ରମ ରେ ଅଙ୍କିତା ଙ୍କୁ ବିଦ୍ୟାଳୟ ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ତୁଳସିରାମ ଚଳାନ ସମେତ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ଜାତୀୟ ସ୍ତରରେ ଉତ୍ତମ ସଫଳତା ପ୍ରଦର୍ଶନ କରିବାକୁ ଶୁଭେଚ୍ଛା ଜଣାଇଥିଲେ। ସୂଚନା ମତେ ଛାତ୍ରୀ ଅଙ୍କିତା ପଟ୍ଟନାୟକ ଗତ ମଇ ମାସ ରେ ଭୁବନେଶ୍ୱର ସ୍ଥିତ ଆଇଆଇଟି ଠାରେ ଅନୁଷ୍ଠିତ କ୍ୱେଷ୍ଟ ଏଲାଏନସ ହେକଥନ ହେକ ଟୁ ଦ ଫ୍ୟୁଚର କାର୍ଯ୍ୟକ୍ରମ ରେ କଳାହାଣ୍ଡି ଜିଲ୍ଲାରୁ ଅଂଶଗ୍ରହଣ କରି ଯୋଗ୍ୟ ବିବେଚିତ ହୋଇଥିଲେ। ଜାତୀୟ ସ୍ତର ଆଲୋଚନା ଚକ୍ର ରେ ଅଂଶଗ୍ରହଣ ପାଇଁ ସେ ବୁଧବାର ବାଙ୍ଗାଲୋର ସହର କୁ ଯାତ୍ରା କରିଛନ୍ତି। ଅଙ୍କିତା ଙ୍କ ଏହି ସଫଳତା କୁ ନେଇ ଅଞ୍ଚଳ ରେ ଖୁସି ର ଲହରୀ ଖେଳିଯାଇଥିବା ବେଳେ ଜାତୀୟ ସ୍ତରରେ ମଧ୍ୟ ସେ କଳାହାଣ୍ଡି ତଥା ନିଜ ଅଞ୍ଚଳ ପାଇଁ ଗୌରବ ଅର୍ଜନ କରନ୍ତୁ ବୋଲି ସାଧାରଣ ରେ ମତ ପ୍ରକାଶ ପାଇଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ