Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବାହାନଗା ରେଳ ଦୁର୍ଘଟଣା; ଆଜି ପୁଣି ଦୁର୍ଘଟଣାସ୍ଥଳ ପରିଦର୍ଶନ କରିବ ସିବିଆଇ

ବାଲେଶ୍ୱର: ବାଲେଶ୍ୱର ବାହାନଗା ଟ୍ରେନ ଦୁର୍ଘଟଣାକୁ ନେଇ ଦ୍ବନ୍ଦ୍ବ ଲାଗି ରହିଛି। କାହିଁକି ଓ କେଉଁଭଳି ପରିସ୍ଥିତିରେ ଦୁର୍ଘଟଣା ଘଟିଲା ତାର ଖୋଳତାଡ ଆରମ୍ଭ ହୋଇଛି। ଏଥିପାଇଁ ସିବିଆଇର ସ୍ବତନ୍ତ୍ର ଟିମ୍‌ ଗଠନ କରାଯାଇଛି। ଦୁର୍ଘଟଣାସ୍ଥଳରେ ଆରମ୍ଭ ହୋଇଛି ସିବିଆଇ ତଦନ୍ତ । ସିବିଆଇର ୧୦ଜଣିଆ ଟିମ ଘଟଣାସ୍ଥଳରେ ପହଞ୍ଚିଛନ୍ତି। ଆଜି ସକାଳେ ଟିମ୍ ଘଟଣାସ୍ଥଳ ପରିଦର୍ଶନ କରିବ । ରେଳମନ୍ତ୍ରୀଙ୍କ କହିବା ମୁତାବକ ବାହାନଗା ରେଳ ଦୁର୍ଘଟଣା ନେଇ ସିବିଆଇ ତଦନ୍ତ ପାଇଁ ସୁପାରିଶ କରାଯାଇଥିଲା । ଏହା ପରେ ତଦନ୍ତ ଆରମ୍ଭ ହୋଇଥିବା ଜଣାପଡିଛି।

ଦୁର୍ଘଟଣା କାହିଁକି ଓ କେଉଁ ପରିସ୍ଥିତିରେ ହେଲା? ଏଥିପାଇଁ ଦାୟୀ କିଏ? ଦୁର୍ଘଟଣା ପଛରେ କୌଣସି ଅପରାଧିକ ଷଡଯନ୍ତ୍ର ରହିଛି କି? ଏସବୁର ଉତ୍ତର ଖୋଜିବା ପାଇଁ ସିବିଆଇ ଘଟଣାର ପ୍ରାଥମିକ ଯାଂଚ ଆରମ୍ଭ କରିଛି। ପ୍ରାଥମିକ ତଦନ୍ତ ପରେ ସିବିଆଇ ମାମଲା ରୁଜୁ କରିବ ବୋଲି ଜଣାପଡ଼ିଛି ।

ବାହାନଗା ରେଳ ଦୁର୍ଘଟଣା। ଭାରତ ଇତିହାସରେ ଏକ ଭୟଙ୍କର ଦୁର୍ଘଟଣା। ଏହି ଦୁର୍ଘଟଣା ନେଇଛି ଅନେକ ଲୋକଙ୍କ ଜୀବନ। ସରକାରୀ ଆକଳ ମୁତାବକ ଦୁର୍ଘଟଣାରେ ୨୭୫ ଜଣଙ୍କ ମୃତ୍ୟୁ ହୋଇଛି। ସେହିପରି ୧୧୦୦ରୁ ଅଧିକ ଏଥିରେ ଆହତ ହୋଇଥିବା ଜଣାପଡିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ